ବିଧବା ଭତ୍ତାରୁ ବଞ୍ଚିତ ଧନ ଦେଇ ଚିନ୍ଦା ||

ଫୋକସ ପ୍ଲସ 24/12/2022(ବେଗୁନିଆପଡା):  ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକ ଅନ୍ତର୍ଗତ ନାଗପଡ଼ା ଗ୍ରାମପଞ୍ଚାୟତ ଅଧିନସ୍ଥ ବୋଲଧା ଗ୍ରାମର ଧନଦେଇ ଚିନ୍ଦା ତାଙ୍କ ସ୍ୱାମୀ-ଧରମୁ ଚିନ୍ଦା ମୃତ୍ୟୁ ବରଣ ହେଇକି ଚାରି ବର୍ଷ ବିତିଗଲାଣି କିନ୍ତୁ ବିଧବା ଭତ୍ତା ମିଳିନାହିଁ। ଧନଦେଇ ଚିନ୍ଦାଙ୍କୁ ସରକାରୀ ସହାୟତା କହିଲେ କେବଳ ମୁଣ୍ଡ ପିଛା ପାଞ୍ଚ କିଲୋ ଚାଉଳ ଯାହା ପରିବାରର ଭୋକ ମେଣ୍ଟାଇବା ପାଇଁ ଯଥେଷ୍ଟ ନୁହଁ। ପ୍ରଶାସନ ଗରିବ ନିରୀହ ବିଧବା ଲୋକଙ୍କ ପାଇଁ ଅନେକ ପ୍ରକାର ଯୋଜନା ସହାୟତା ଯୋଗାଇଦେବା ପାଇଁ ଡ଼ିଡ଼ିମ୍ବ ପିଟୁଛନ୍ତି ଓ ଅନେକ ଯୋଜନାକୁ ସଫଳ କରିଥିବାର ମଧ୍ୟ ଶୁଣାଯାଏ କିନ୍ତୁ ଧନଦେଇଙ୍କ ଦୁଃଖ ଦେଖିଲେ ସରକାରଙ୍କ ଯୋଜନା ଶୁଣିବା ପାଇଁ ଫଳ ପାଇବା ଆଶା ରଖିବା ନୁହେଁ ଧନଦେଇ ଚାରି ବର୍ଷ ହେଲା ବିଧବା ଭତ୍ତା ପାଇଁ ପଞ୍ଚାୟତ ପ୍ରଶାସନଠୁ ଆରମ୍ଭ କରି ବ୍ଲକ ପ୍ରଶାସନ ପାଖରେ ବାରମ୍ବାର ଖଣ୍ଡିଏ ଧୁବାବୁ ପେନ୍ସନ ଯୋଜନାରେ ବିଧବା ଭତ୍ତା ସରକାରଙ୍କ ଯୋଗାଇ ଦେବାପାଇଁ ଅନୁରୋଧ କରିଛନ୍ତି କିନ୍ତୁ ପ୍ରଶାସନ କୁମ୍ଭକର୍ଣ୍ଣ ନିଦ୍ରାରେ ପଢ଼ିଛନ୍ତି ଯାହା ବ୍ଲକ ପ୍ରଶାସନର ଏହା ଏକ କାର୍ଯ୍ୟର ଅବହେଲିତା ତେଣୁ ବିଭାଗୀୟ ଅଧିକାରୀ ଏବଂ ବ୍ଲକ ପ୍ରଶାସନ ଜିଲ୍ଲା ପ୍ରଶାସନ ଏହି ଗରିବ ପରିବାରକୁ ଦୃଷ୍ଟି ଆକର୍ଷଣ କରିବା ନିହାତି ଜରୁରୀ ଆମ ଫୋକସ ପ୍ଲସ୍ ତରଫରୁ ମଧ୍ୟ ଜିଲ୍ଲା ପ୍ରଶାସନଙ୍କୁ ଅନୁରୋଧ ଯଥା ଶୀଘ୍ର ଧନଦେଇ ଚିନ୍ଦାଙ୍କୁ ଖଣ୍ଡିଏ ବିଧବା ଭତ୍ତା ଯୋଗାଇଦେବା ପାଇଁ l

Leave a Reply

Your email address will not be published. Required fields are marked *