ବିଧାୟକଙ୍କ ବିରୋଧରେ ଏଫଆଇଆର ଦେଲେ ସୋମାଲିକା

ଦିନକୁ ଦିନ ବଢୁଛି ବିଧାୟକ ବିଜୟ ଶଙ୍କରଙ୍କ ଅଡ଼ୁଆ,ଓଡ଼ିଶା ସରକାରଙ୍କ ବିରୋଧରେ ବର୍ଷିଛନ୍ତି ବିଧାୟକଙ୍କ ଗର୍ଲଫ୍ରେଣ୍ଡ୍‌ | ନିଜର ବାନ୍ଧବୀ ସୋମାଲିକାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ପ୍ରତାରଣା କରିବା ଅଭିଯୋଗ ମାମଲାରେ ତିର୍ତ୍ତୋଲ ବିଜେଡ଼ି ବିଧାୟକ ବିଜୟ ଶଙ୍କର ଦାସଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ତେବେ ବିଧାୟକଙ୍କ ନାମରେ ଥାନାରେ ଏତଲା ପରେ ବି କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ଟ୍ୱିଟ୍‌ କରି ରାଜ୍ୟ ସରକାରଙ୍କ ବିରୋଧରେ ସୋମାଲିକା ଦାଶ ବର୍ଷିଛନ୍ତି।ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମୋ ସରକାର 5T, ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ଜଗତସିଂହପୁର ଜିଲ୍ଲା ପୋଲିସକୁ ଟ୍ୱିଟରରେ ଟ୍ୟାଗ୍ କରି ରାଜ୍ୟ ସରକାରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି | ସେ ଟ୍ୱିଟ କରି କହିଛନ୍ତି ମହିଳା ସଶକ୍ତିକରଣ ନାଁରେ ଆପଣ ଓକିଲାତି କରୁଥିବାବେଳେ ମୁଁ କ’ଣ ମହିଳା ନୁହଁ କି ? ଏହା ସେ ପ୍ରଶ୍ନ କରିଛନ୍ତି |ବିଧାୟକ ବିଜୟ ଶଙ୍କରଙ୍କ ବିରୋଧରେ ଥାନାରେ ଅଭିଯୋଗ କରିବା ସହ ଜାମିନ ବିହୀନ ଦଫା ଲାଗିଛି। ଆଜିକୁ ଦୀର୍ଘ ଦିନ ହେଲା ନ୍ୟାୟ ପାଇଁ ମୁଁ ସଂଘର୍ଷ କରୁଛି। ତେବେ ବିଧାୟକ ବିଜୟଶଙ୍କର ଦାସ କେବେ ଜେଲ୍ ଯିବେ’ ବୋଲି ପ୍ରଶ୍ନ ପଚାରିଛନ୍ତି ସୋମାଲିକା। ତେବେ ଖବର ଲେଖାଯିବା ମଧ୍ୟରେ ଏଯାଏଁ ସୁଦ୍ଧା ଏନେଇ ବିଜେଡ଼ି କିମ୍ବା ବିଧାୟକ ବିଜୟଶଙ୍କରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ | ସୂଚନ ଅନୁସାରେ , ଗତ କିଛିଦିନ ପୂର୍ବେ ବିଧାୟକ ବିଜୟ ଶଙ୍କର ଦାସଙ୍କ ବିରୋଧରେ ଅଭିଯୋଗ ଆଣିଥିବା ବାନ୍ଧବୀ ସୋମାଲିକା ଥାନାରେ ଲିଖିତ ଏତଲା ଦେଇଥିଲେ। ଏନେଇ ତାଙ୍କୁ ବିଭିନ୍ନ ଆଡୁ ଧମକ ଦିଆଯାଉଥିବା ଏବଂ ତାଙ୍କ ଫଟୋ ଗୁଡ଼ିକୁ ସୋସିଆଲ୍ ମିଡ଼ିଆରେ ଭାଇରାଲ କରି ମିଛରେ ବଦନାମ୍ କରାଯାଉଥିବା ସେ ଅଭିଯୋଗ କରିଥିଲେ। ଏନେଇ ସୋମାଲିକା ଜଗତସିଂହପୁର ସଦର ଥାନାରେ ଏତଲା ଦେଇଥିଲେ। କିନ୍ତୁ ତାଙ୍କୁ କୌଣସି ସୁଫଳ ମିଳିନଥିଲା ,ଆଉ ଆଜି ସେ ବିଧାୟକଙ୍କ ନାମରେ ଏଭଳି ଅଭଯୋଗ ଆଣି ନ୍ୟାୟ ପାଇବା ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି | ତେବେ ରାଜ୍ୟ ସରକାର କେବେ ଏହି ଅଭିଯୋଗକୁ ଶୁଣିଛନ୍ତି ଆଉ ସୋମାଲିକା କେବେ ନ୍ୟାୟ ପାଉଛନ୍ତି ତାହା ଦେଖିବାକୁ ଏବେ ବାକି ରହିଲା |

ବ୍ୟୁରୋ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *