ବିଧାୟକ ପ୍ରତାପ ଜେନାଙ୍କ ଦ୍ୱାରା ମାହାଙ୍ଗା ବ୍ଲକ ର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦଘାଟନ |

କଟକ,ମାହାଙ୍ଗା24/11/2023; ମାହାଙ୍ଗା ର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆଜି ମାହାଙ୍ଗା ବ୍ଲକର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟର ଶୁଭ ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି! ଏହି ଅବସରରେ ଜୟପୁର ଠାରୁ ସାହାପୁର ପର୍ଯ୍ୟନ୍ତ ବିରୂପା ବାମ ପାର୍ଶ୍ଵ ଅବକ୍ଷୟ ନଦିତଟର ଉନ୍ନତିକରଣ କାର୍ଯ୍ୟ ,ଗୋପାଳପୁର ଠାରୁ ବାଜପୁରା ପର୍ଯ୍ୟନ୍ତ ଗେଙ୍ଗୁଟି ନଦୀବନ୍ଧ ବାମପାର୍ଶ୍ୱ ଅବକ୍ଷୟ ନଦିତଟ ର ଉନ୍ନତିକରଣ କାର୍ଯ୍ୟ ଓ ଯଶୋରାଜପୁର ସିଦ୍ଧ ମହାପୁରୁଷ ନିକଟ ବିରୂପା ନଦୀବନ୍ଧ ବାମ ପାର୍ଶ୍ଵ ଅବକ୍ଷୟ ନଦିତଟ ର ଉନ୍ନତି କାର୍ଯ୍ୟର ଶୁଭ ଶିଳାନ୍ୟାସ କରିଥିବାବେଳେ କଇଥା ପଂଚାୟତ ମହା ବିନାୟକ ଯୁବକ ସଂଘ, ତ୍ରିନାଥପୁର, ନାଲବେଗି ନୂତନ ଗୃହର ଶୁଭ ଉଦଘାଟନ କରିବା ସହ ନବୀନ ସରକାର ହେଉଛି ସ୍ଵଛ, ନିର୍ମଳ ଓ ସ୍ଥିର ସରକାର |ନବୀନ ବାବୁଙ୍କ ଯୋଗୁ ଗରିବ ଜନକଲ୍ୟାଣ କାରୀ ଯୋଜନା, ନାରୀ ସଶକ୍ତି କରଣ ଓ ବିଜୁ ସ୍ୱାସ୍ଥ୍ୟ କାର୍ଡ ସଫଳ ରୂପାୟନ ହେବା ସହ ମାହାଙ୍ଗାର ବିକାଶ ସମ୍ଭବ ହୋଇପାରିଛି ଏବଂ ନବୀନ ବାବୁ ସମସ୍ତ ହୃଦୟ କୁ ଜିଣି ପାରିଛନ୍ତି ବୋଲି ମୁଖ୍ୟ ଅତିଥି ଶ୍ରୀ ଜେନା କହିଥିଲେ! ଏଥିରେ ବ୍ଲକ ଅଧକ୍ଷା ଦୀପା ମଲିକ, ଉପାଧ୍ୟକ୍ଷ ସତ୍ୟ ନାରାୟଣ ମହାନ୍ତି,ବିଧାୟକ ଙ୍କ ବ୍ୟକ୍ତିଗତ ସହାୟକ ଉମା ଶଙ୍କର ବିଶ୍ଵାଳ,କଟକ ଜିଲ୍ଲା ବିଜେଡି ଉପସଭାପତି ପ୍ରଶାନ୍ତ ପଟ୍ଟନାୟକ, ଜିଲ୍ଲା ପରିଷଦ ସଭ୍ୟ ରିୟାଜୁଲ ହୋଦା, ଜଗବନ୍ଧୁ ସେଠି, ସୁସ୍ମିତା ଦାସ,ସରପଞ୍ଚ ସାରଦା ପ୍ରସାଦ ମହାନ୍ତି, ପ୍ରଭାତ କେଶରୀ ରାଉତ,ଶୈଳବାଳା ବେହେରା,ଭବାନୀ ଶଙ୍କର ସାମଲ ,ସମିତି ସଭ୍ୟ ବନଲତା ଦଳାଇ, ନାରାୟଣ ବେହେରା, ସୁକାନ୍ତ ଦଳାଇ, ବିକ୍ରମ ସ୍ୱାଇଁ ଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟସଭ୍ୟା ଓ ହଜାର ହଜାର ବିଜେଡି କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *