ବିଧ୍ୟାୟଙ୍କ ସହାନୁଭୂତି

ଫୋକସ ପ୍ଲସ(ବ୍ରହ୍ମପୁର)୨୧/୦୮/୨୦୨୨:କୋରାପୁଟ ଜିଲ୍ଲା ବାଗଦେରୀ ଗାଁର ରୁଜି ସାଆନ୍ତଙ୍କ କିଛି ଦିନ ପୂର୍ବରୁ ଏକ ଶିଶୁ ଜୟପୁର ମେଡିକାଲରେ ଜନ୍ମ ଗ୍ରହଣ କରିଥିଲା । ଶିଶୁ ଜନ୍ମ ହେବା ପରେ ରୁଜିଙ୍କ ସ୍ବାସ୍ଥ୍ୟ ଖରାପ ହୋଇଥିଲା, ଯାହା ଫଳରେ ଗୁରୁତର ଅବସ୍ଥାରେ ରୁଜିଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ଆଜି ସକାଳ ସମୟରେ ରୁଜିଙ୍କ ମୃତ୍ୟୁ ହୋଇଥିଲା । ଏହାପରେ ରୁଜିଙ୍କ ପରିବାର ଲୋକେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କ ସହଯୋଗ ଲୋଡି ଥିଲେ । ଏହି ଖବର ପାଇବା ପରେ ବିଧାୟକ ଶ୍ରୀ ବିକ୍ରମ କୁମାର ପଣ୍ଡା ସଙ୍ଗେ ସଙ୍ଗେ ବ୍ରହ୍ମପୁର ଏମକେସିଜି ମେଡିକାଲରେ ପହଞ୍ଚି ମୃତ ମହିଳାଙ୍କୁ ତାଙ୍କ ଗାଁକୁ ପଠିଇବା ନିମନ୍ତେ ଗାଡିର ବ୍ୟବସ୍ଥା କରିବା ସହ ନବଜାତ ଶିଶୁର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ପଚାରି ବୁଝିଥିଲେ । ଏହି ସମୟରେ ବିଧାୟକଙ୍କ ପ୍ରତିନିଧି ଗୀରିଜା ଶଙ୍କର ଶତପଥି ଉପସ୍ଥିତ ରହି ସହଯୋଗ କରିଥିଲେ । ତେବେ ଜଣେ ଅସହାର ପରିବାରକୁ ବିଧାୟକଙ୍କ ଏଭଳି ସହାୟତାକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

 

ବ୍ରହ୍ମପୁର ରୁ କାଳୀ ପ୍ରସାଦ ରଥ ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *