ବିନ୍ଦୁଝରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜଳ ସଙ୍କଟ

ଚଳିତ ବର୍ଷ ସୁନ୍ଦରଗଡ଼ ଜିଲ୍ଲାର ଅନେକ ଅଞ୍ଚଳରେ ପାନୀୟ ଜଳର ଉତ୍କଟ ସମସ୍ୟା ଦେଖା ଦେଇଛି ଗ୍ରାମାଞ୍ଚଳର ଲୋକେ ଚୁଆ , ନାଳ ଆଦିର ଦୂଷିତ ପାଣି ପିଇ ନିଜର ଶୋଷ ମେଣ୍ଟାଉଥିବା ବେଳେ ଏହି ପାନୀୟ ଜଳ ସମସ୍ୟା ବିଦ୍ୟାଳୟ ମାନଙ୍କରେ ଦେଖିବାକୁ ମିଳିଲାଣି ।ହଁ ଆଜ୍ଞା ଆମେ କହୁଛୁ ସୁନ୍ଦରଗଡ଼ ଜିଲ୍ଲା ଲେଫ୍ରିପଡ଼ା ବ୍ଲକ ବିନ୍ଦୁଝରିଆ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କଥା ।ଗ୍ରାଉଣ୍ଡ ଜିରୋ ରିପୋର୍ଟ ସଂଗ୍ରହ କରିବାକୁ ଯାଇ ଆମେ କିଛି ଏପରି ଦୃଶ୍ୟ ଦେଖିବାକୁ ପାଇଥିଲୁ । ବିଦ୍ୟାଳୟରେ ରହିଥିବା ନଳକୂପ ଆଜକୁ ତିନି ମାସ ହେଲା ଅଚଳ ହୋଇ ପଡ଼ିଛି ଯାହାକି ଛାତ୍ର ଛାତ୍ରୀ ଙ୍କ ସମସ୍ୟାକୁ ଦ୍ଵିଗୁଣିତ କରିଛି ,ପ୍ରଥମତଃ ଗ୍ରୀଷ୍ମ ପ୍ରବାହ ପ୍ରଚଣ୍ଡ ରୌଦ୍ର ତାପରେ ବୟସ୍କ ଲୋକେ ତ୍ରାହି ତ୍ରାହି ହେଉଥିବା ବେଳେ ଏ କୁନି ଛୁଆ ଙ୍କ କଥା କଣ ହେଉଥିବ ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ ।ଅନ୍ୟ ପଟେ ଏମ ଡି ଏମ ଖାଦ୍ୟ ରନ୍ଧା ପାଇଁ ପାଚିକା ଓ ସହାୟିକା ମାନେ ବିଦ୍ୟାଳୟ ରୁ ଗାଁ ଭିତରକୁ ପ୍ରାୟ ଅଧ କିଲୋମିଟର ଯାଇ ନଳକୂପରୁ ପାଣି ଆଣି ରନ୍ଧା କାର୍ଯ୍ୟ କରିଥାନ୍ତି ।ଏଣେ ସ୍କୁଲ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ରେ ପାଣି ନ ଥିବା ହେତୁ ଘରୁ ପାଣି ବୋତଲ ଧରି ଆସିଥାନ୍ତି । ଏପରିକି ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ଙ୍କ ହାତ ଓ ବାସନ ଧୋଇବା ପାଇଁ ଟେପ୍ ମଧ୍ୟ ବସା ଯାଇଛି ଓ ଶୌଚାଳୟ ରେ ବି ପାଣି ସଂଯୋଗ ପାଇଁ ଟେପ୍ ବସା ଯାଇଛି ହେଲେ କାମରେ ଆସୁନି ।ଏନେଇ ବିଦ୍ୟାଳୟ ଏସ ଏମ ସି କମିଟି ପକ୍ଷରୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଜଣାଇଥିଲେ କିନ୍ତୁ କିଛି ସୁଫଳ ମିଳି ନଥିଲା ।ଅଭିଭାବକ ଙ୍କ କହିବା କଥା ହେଲା ,ଯେତେବେଳେ ସ୍କୁଲ କମିଟି ବ୍ଲକ ବିଡ଼ିଓ ଙ୍କୁ ସମସ୍ୟା ବିଷୟରେ ଜଣାଇବାକୁ ଗଲେ ସେତେବେଳେ ବିଡ଼ିଓ ମହାଶୟ ସେମାନଙ୍କୁ କୌଣସି ଅଶାଳୀନ ଉତ୍ତର ନ ଦେଇ ବରଂ ତମେ ମାନେ ବ୍ୟବହାର କରି ଜାଣି ନ ବୋଲିଥିଲେ ।ଏଠି ପ୍ରଶ୍ନ ଉଠୁଛି ଯେ ସରକାର ବିଦ୍ୟାଳୟ ଭଳି ଏକ ଶିକ୍ଷା ମନ୍ଦିର ପ୍ରତି ପ୍ରଶାସନିକ ଅଧିକାରୀଙ୍କ ଏ ବୈମାତୃକ ମନୋଭାବ ପୋଷଣ କେତେ ଯୁକ୍ତି ସଙ୍ଗତ କଥା ,ଏକ ସମ୍ବେଦଶୀଳ ପ୍ରସଙ୍ଗ ଉପରେ ଦୃଢତାର ସହ ବିଚାର କରି ସମାଧାନ କରିବା ପରିବର୍ତ୍ତେ ଅଭିଭାବକ ଙ୍କୁ ସମାଲୋଚନା କରିବା ଠିକ୍ କଥା କି ।ତେବେ ଯଥାଶୀଘ୍ର ପ୍ରଶାସନ ଏ ଦିଗରେ ଦୃଷ୍ଟି ଆକର୍ଷଣ କରି ଏହି ବିଦ୍ୟାଳୟ ର ପାନୀୟ ଜଳ ସମସ୍ୟା ଦୂରୀକରଣ ପାଇଁ ଅଭିଭାବକ ମହଲରେ ଦାବି ହେଉଛି । ସୁନ୍ଦରଗଡ଼ ରୁ ପପୁ ପ୍ରସାଦ ସିଂ,ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *