ବିପଦରେ କାଳଡ୍ୟାମ, ଆତଙ୍କିତ ଗ୍ରାମବାସୀ

ଫୋକସ ପ୍ଲସ(ଡାଲଦ) ୧୨/୦୯/୨୦୨୨: ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଉପଖଣ୍ଡର ଚାଷଜମିକୁ ପାଣି ଯୋଗାଇ ଦେବାକୁ ନିର୍ମାଣ ହୋଇଛି କେନାଲ ।ଏହି କେନାଲ୍ ର ରକ୍ଷଣାବେକ୍ଷଣ ଦାଇତ୍ୱରେ ରହିଛି ଜଳ ସେଚନ ବିଭାଗ । ମାତ୍ର ଉଦଳା ବ୍ଲକ ଅନ୍ତର୍ଗତ ବହୁବନ୍ଧ ପଞ୍ଚାୟତର ଅନ୍ଧାରିସହୀ ନିକଟରେ ଥିବା କୁକୁରୁଡିମା ବନ୍ଧ ଓ ଏହା ନିକଟରେ ଥିବା ବାଇପାସ୍ କେନାଲ ଏବେ ଗ୍ରାମବାସୀଙ୍କ ପାଇଁ ପାଲଟିଛି ମୁଣ୍ଡବ୍ୟଥାର କାରଣ । ଏହି ବାଇପାସ୍ କେନାଲ ବଡ ବଡ ପଥର ଖଣ୍ଡରେ ନିର୍ମାଣ ହୋଇଥିବା ବେଳେ ରକ୍ଷଣାବେକ୍ଷଣ କରା ଯାଉ ନଥିବାରୁ କେନାଲ ପାଣି ଲିକେଜ ହେବା ସହିତ କେନାଲ ବ୍ରିଜକୁ ଦୁର୍ବଳ କରି ଦେବା ସହ ଜଳ ପ୍ରପାତ ର ଭ୍ରମ ସୃଷ୍ଟି କରୁଛି, କପ୍ତିପଦା ଉପଖଣ୍ଡରେ ନିର୍ମିତ ହୋଇଥିବା କାଳଡ୍ୟାମ୍ରୁ ପ୍ରାୟ ୧୦ ଫୁଟ ର ଜଳ ଏହି କେନାଲ ମଧ୍ୟରେ ନିଷ୍କାସିତ ହେଉଥିବା ବେଳେ ଏହି ପୋଲ ଭାଙ୍ଗିଲେ ଡ୍ୟାମରୁ ଆସୁଥିବା ପାଣି ସହିତ କୁକୁରୁଡିମା ବନ୍ଧର ପାଣି ଏହି ପଞ୍ଚାୟତ ପାଇଁ କାଳ ସାଜିବ ବୋଲି ସ୍ଥାନୀୟ ବାସିନ୍ଦା ପ୍ରକାଶ କରିଛନ୍ତି, ଯଦି ଏପରି ଘଟେ ନିକଟସ୍ଥ ଦୁଇ ତିନୋଟି ଗ୍ରାମର ଲୋକେ ବନ୍ୟା ଜଳରେ ବୁଡି ଯିବେ ବୋଲି ଆତଙ୍କିତ ଅବସ୍ଥା ରେ ରହୁଛନ୍ତି ଗ୍ରାମବାସୀ,ବର୍ଷ କୁ ବର୍ଷ କେନାଲ ର ମରାମତି ପାଇଁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ହେଉଥିବା ବିଭାଗୀୟ ଅଧିକାରୀ ପ୍ରକାଶ କରୁଥିବା ବେଳେ,ଏହି ପୋଲ କୁ ଦେଖିଲେ ସ୍ପଷ୍ଟ ବାରି ହେଉଛି ଯେ କେନାଲକୁ ମରାମତି କରିବାକୁ ସମସ୍ତ ଅର୍ଥକୁ କେବଳ କାଗଜ ପତ୍ର ରେ କାର୍ଯ୍ୟ ଦେଖାଇ ବାଟମାରଣା କରାଯାଉଥିବା ପରି ଜଣା ପଡୁଛି । ଏ ସମ୍ପର୍କରେ କାଳ ଜଳ ସେଚନର ବିଭାଗୀୟ ଅଧିକାରୀଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କ୍ୟାମେରା ସମ୍ମୁଖରେ ମୁହଁ ଖୋଲିବାକୁ ନାରାଜ |

Leave a Reply

Your email address will not be published. Required fields are marked *