ବିପଦରେ ରାକ୍ଷୀଙ୍କ ବୈବାହିକ ଜୀବନ

ଫୋକସ ପ୍ଲସ ୨/୨/୨୩(ବ୍ୟୁରୋ): ବଲିଉଡର ପଟାକା କହିଲେ ରାକ୍ଷୀ ସାୱନ୍ତଙ୍କୁ ବୁଝାଏ | ବଲିଉଡରେ ଅନେକ ଭଲ କାର୍ଯ୍ୟ କରି ସବୁବେଳେ ଚର୍ଚ୍ଚାରେ ରହୁଥିବା ରାକ୍ଷୀ ଏବେ ପୁଣି ଚର୍ଚ୍ଚାରେ ଅଛନ୍ତି | ଅନେକ ଥର ତାଙ୍କୁ ନେଇ ବିବାଦ ମଧ୍ୟ ଦେଖାଯାଇଛି | ବଲିଉଡରେ ଡ୍ରାମା କୁଇନ ଭାବେ ପରିଚିତ ରାକ୍ଷୀ ତାଙ୍କ ଦ୍ୱିତୀୟ ବିବାହକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଆଦିଲ ଖାନ୍‌ ଦୁରାନିଙ୍କ ସହ ତାଙ୍କ ବିବାହ ଆଉ ଅଧିକ ଦିନ ତିଷ୍ଟିଲା ଭଳି ଲାଗୁନାହିଁ। ବିପଦରେ ରହିଛି ରାକ୍ଷୀଙ୍କ ଦ୍ୱିତୀୟ ବିବାହ। ଏହାକୁ ନେଇ ସେ କ୍ୟାମେରା ଆଗରେ ଭୋ ଭୋ ହୋଇ କାନ୍ଦିଛନ୍ତି।ଗତ ମାସରେ ରାକ୍ଷୀ ସାଓ୍ୱନ୍ତ ନିଜ ବୟଫ୍ରେଣ୍ଡ ଆଦିଲ ଖାନ୍‌ଙ୍କ ସହ ମୁସଲିମ ରୀତିନୀତି ଅନୁଯାୟୀ କୋର୍ଟ ମ୍ୟାରେଜ କରିଥିଲେ। ଯାହାର ଫଟୋ ସୋଶାଲ ମିଡିଆରେ ଭାଇରାଲ ମଧ୍ୟ ହୋଇଥିଲା। ତେବେ ଏହି ବିବାହକୁ ମାସେ ନପୂରୁଣୁ ଏହା ଏବେ ବିପଦରେ ଥିବା ନେଇ ରାକ୍ଷୀ ଯନ୍ତ୍ରଣା ବଖାଣିଛନ୍ତି। ଏଥିପାଇଁ ସେ ଭାରି ଚିନ୍ତିତ ଓ ଦୁଃଖି ବୋଲି କହି କ୍ୟାମେରା ଆଗରେ କାନ୍ଦିଛନ୍ତି, ଯାହାର ଭିଡିଓ ଏବେ ସାମ୍ନାକୁ ଆସିଛି।ଭିଡିଓରେ ରାକ୍ଷୀ କହୁଛନ୍ତି, ‘ମୋ ବିବାହ ବିପଦରେ। ମୁଁ ଡିପ୍ରେସନରେ ଅଛି। ହେ ଭଗବାନ ମୋତେ ଜୀବନରେ ମାରିଦିଅ। ମୁଁ ମୋ ବିବାହ ବଞ୍ଚାଇବାକୁ ଚାହୁଁଛି। ବିବାହ କୌଣସି ଖେଳ ଘର ନୁହେଁ। ମୋ ବୈବାହିକ ଜୀବନରେ ଆସି କାହାକୁ କ’ଣ ହାସଲ ହେଉଛି।’ ଭିଡିଓରେ ରାକ୍ଷୀ ସାଓ୍ୱନ୍ତ କ୍ୟାମେରା ଆଗରେ ହାତ ଯୋଡି କହୁଛନ୍ତି, ‘ମୋ ଉପରେ ଜୁଲମ କରିବା ବନ୍ଦ କର।’ ରାକ୍ଷୀଙ୍କ ଏହି ଭିଡିଓ ଏବେ ସୋଶାଲ ମିଡିଆରେ ଜୋରସୋର୍‌ରେ ଭାଇରାଲ ହେବାରେ ଲାଗିଛି। ରାକ୍ଷୀଙ୍କ ଏହି ଭିଡିଓ ଦେଖି ଅନେକ ସୋଶାଲ ମିଡିଆ ୟୁଜର୍ସ କମେଣ୍ଟ ମଧ୍ୟ କରିଛନ୍ତି। ଜଣେ ୟୁଜର୍ସ ତାଙ୍କୁ କାହିଁକି ବିବାହ କରୁଛ, ଡ୍ରାମା କରିବା ପାଇଁ କି? ବୋଲି ପ୍ରଶ୍ନ କରିଛନ୍ତି। ସେହିପରି ଆଉ କିଛି ୟୁଜର୍ସ ରାକ୍ଷୀଙ୍କୁ ଟ୍ରୋଲ କରିଛନ୍ତି। ଡ୍ରାମା କୁଇନ୍‌ଙ୍କୁ ଡ୍ରାମା ବନ୍ଦ କରିବା ପାଇଁ କହିଛନ୍ତି। କିନ୍ତୁ ଏହା ପରେ ରାକ୍ଷୀ ଆଉ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି |

Leave a Reply

Your email address will not be published. Required fields are marked *