ବିପଦ ସଂକୁଳ ଝୁଲାପୋଲ

ଫୋକସ ପ୍ଲସ(ବାଲିଗୁଡ଼ା): ବାଲିଗୁଡା କୁଟିକିଆ ପଞ୍ଚାୟତରେ ନିର୍ମାଣ କରାଯାଇଥିବା ଝୁଲା ପୋଲଟି ଏବେ ବିପଦ ସଂଙ୍କୁଳ ଅବସ୍ଥାରେ ରହିଥିବା ଦେଖିବାକୁ ମିଳିଛି ।ସୂଚନା ଅନୂଯାଇ ବାଲିଗୁଡା ଠାରୁ କୁଟିକିଆ ପଞ୍ଚାୟତକୁ ଯାତାୟତ ପାଇଁ ଲୋକମାନେ ନଦୀ ରେ ଡଙ୍ଗା ସାହାଯ୍ୟରେ ବିପଦପୂଣ୍ଣ ଭାବରେ ପାର ହୋଉଥିଲେ ।ସେଥିପାଇଁ କିଛି ଲୋକ ମଧ୍ୟ ନଦୀ ପାର ବେଳେ ଭାସିଯାଇଥିବା ମଧ୍ୟ ସୂଚନା ରହିଛି ।ଦୀର୍ଘଦିନ ପଞ୍ଚାୟତ ବାସୀଙ୍କ ଦାବୀ ପରେ ସରକାର ବାଲିଗୁଡା ଆଇଟିଡିଏ ମାଧ୍ୟମରେ ଏହି ଝୁଲା ପୋଲଟି ନିର୍ମାଣ କରିଥିଲେ ।କିନ୍ତୁ ବିଡମ୍ବନାର ବିଷୟ ଏହିକିଯେ ଏହାର ରକ୍ଷଣ ବେକ୍ଷଣ ଅଭାବରୁ ଏହି ଝୁଲାପୋଲଟି ଏବେ ବିପଦ ସଂଙ୍କୁଳ ଅବସ୍ଥାରେ ରହିଛି ।ପୋଲର ମୂଖ୍ୟ ପାଶ୍ବର ବାଲି ଅତଡା ଖସି ଗାଢ ସୃଷ୍ଟି ହୋଇଥିବା ବେଳେ ପୋଲ ଉପରେ ଖଞ୍ଜାଯାଇଥିବା ନଟୁ,ବୁଲଟ ସବୁ ବାହାରି ଏହାର ଲୁହାଦଣ୍ଡା ଗୁଡିକ ଏଣେତେଣେ ପଡିଥିବା ଦେଖିବାକୁ ମିଳିଛି ।ପତାରୁ ନଟୁ,ବୁଲଟ ବାହାରି ପଡିଥିବାରୁ ଏହି ପୋଲଦେଇ ଯାତାୟତ କରୁଥିବା ଗାଡି,ମୋଟର ଯାନ ଓ ଜନସାଧାରଣ ଙ୍କ ଜୀବନ ବାଜିରେ ଲାଗିଥିବା ଦେଖିବାକୁ ମିଳିଛି ।କେତେବେଳେ ମାଟି ଅତଡା ଓ ପୋଲର ଲୁହା ପ୍ଳେଟ ଗୁଡିକ ଖସିପଡି ବଡ ଦୁର୍ଘଟଣା ଘଟିପାରେ ବୋଲି କିଛି ବୃଦ୍ଧିଯିବି ମତ ପ୍ରକାଶ କରିଛନ୍ତି ।ଏହି ଝୁଲା ପୋଲରେ କୋଟି,କୋଟି ଟଙ୍କା ଖର୍ଚ୍ଚ କରାଯାଇ ଏଭଳି ଲୋକଙ୍କ ଅମୂଲ୍ୟ ଜୀବନ ବିପଦ ରେ ଥିବାରୁ ସରକାର ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିଦେଇ ଏହି ଝୁଲାପୋଲର ମରାମତି ଶିଘ୍ର କରିବାକୁ କୁଟିକିଆ ପଞ୍ଚାୟତ ବାସୀ ଦାବୀ କରିଛନ୍ତି ।

Leave a Reply

Your email address will not be published. Required fields are marked *