ବିପଦ ସଂକୁଳ ଛାତତଳେ ପିଲାଙ୍କ ଭବିଷ୍ୟତ

ଫୋକସ ପ୍ଲସ(କଣ୍ଟାମଲ)୧୬/୦୯/୨୦୨୨: ରାଜ୍ୟ ସରକାର ସାର୍ଟ ସ୍କୁଲସହ ଡିଜିଟାଲ ପାଠ ପଢିବା ପାଇଁ କୋଟି କୋଟି ଖର୍ଚ୍ଚ କରୁଥିବା କଥା ନେତା ମନ୍ତ୍ରୀ ମାନେ ଡିଣ୍ଡିମ ପିଠୁଥିବା ବେଳେ ବାସ୍ତବ ରେ ଏହି ସ୍କୁଲ ଅବସ୍ଥା ଦେଖିଲେ ବାରି ହେଉଛି ମିଛ ସ୍ମାର୍ଟ ସ୍କୁଲ ର ଅସଲ ଚିତ୍ର ଆସନ୍ତୁ ବୌଦ୍ଧ ରୁ ଦେଖିବା ଏହି ରିପୋର୍ଟ | ଭଙ୍ଗାଛାତ ତଳେ ଛାତ୍ର ଛାତ୍ରୀ ଙ୍କ ଭବିଷ୍ୟତ ଏ ହେଉଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲସାଗୋରା ପଞ୍ଚାୟତର କୁଣ୍ଡାମାଲ ବିଦ୍ୟାଳୟ ଏହି ବିଦ୍ୟାଳୟ ୨୦୧୪ରେ ଅପଗ୍ରେଡେସନ କରାଯାଇ ହାଇସ୍କୁଲ ମାନ୍ୟତା ପାଇଛି। ବତ୍ତର୍ମାନ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୧୧୮ ଜଣ ଛାତ୍ରଛାତ୍ରୀ ଥିବାବେଳେ ୧୧ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଅଛନ୍ତି। ବିଦ୍ୟାଳୟର ଭିଭିଭୂମିର ବିକାଶ ପାଇଁ ରାଜ୍ୟ ସରକାର ପ୍ରାୟ ୫୦ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ବିଭାଗ ଜରିଆରେ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି । ଏହି ଗୃହ ନିର୍ମାଣ କାର୍ଯ୍ୟ ୫ ବର୍ଷ ହେଲା ନିର୍ମାଣ ହୋଇ ଥିଲେ ହେଁ | ନିମ୍ନମାନର କାମ ହେତୁ ଛାତ ରୁ ଫାଟି ଝଡ଼ ଦେଖାଯିବା ସହ କଂକ୍ରିଟ୍ ଖସୁଥିବା ସହ ବିଭିନ୍ନ ସ୍ଥାନର କାନ୍ତ ଫାଟି ଆଁ କଲାଣି ଏପଟେ ଟିକିଏ ବର୍ଷା ରେ ଛାତ ରୁ ପାଣି ମଧ୍ୟ୍ୟ ଗଳୁଛି ଫଳରେ ଡରି ଡରି ପାଠପଢିବା ସହ ଅନେକ ସମସ୍ୟା ରେ ପଡୁଥିବା ଛାତ୍ର ଛାତ୍ରୀ କହିଛନ୍ତି Iଏପଟେ ସ୍କୁଲରେ ଆହୁରି ମଧ୍ୟ୍ୟ ଅନେକ ସମସ୍ୟା ଲାଗିରହିଛି ମୁଖ୍ୟତଃ ପିଇବା ପାଣି ସହ ଶୌଚାଳୟ ବ୍ୟବସ୍ତା ନାହଁ ଦୀର୍ଘ 5ବର୍ଷ ହେବ ସ୍କୁଲ ରେ ପେଇବା ପାଣି ଟେପ ଲାଗିଥିଲେ ମଧ୍ୟ୍ୟ ବୋରିଙ୍ଗ କି ନଲକୂପ ଟି ନାହିଁ ଫଳରେ ପିଲା ମାନେ ପାଣି ପିଇବା ପାଇଁ ନାହିଁନ ଥିବା ହଇରାଣ ହେଉଛନ୍ତି ଏପଟେ ଏହି ବିଷୟରେ ବାରୁମ୍ବାର ଅଭିଯୋଗ ପରେ ବି ପ୍ରଶାସନ କର୍ଣପାତ କରୁନଥୁବା ଅଭିଯୋଗ କରିଛନ୍ତି ଗ୍ରାମବାସୀ Iସୂଚନା ଯୋଗ୍ୟ ଯେ ଏହି ବିଦ୍ୟାଳୟ କୁ ଜିଲ୍ଲାପ୍ରଶାସନ 5ଟି ସାମିଲ ପାଇଁ ପ୍ରସ୍ତାପ ଦେଇଥିବା ବେଳେ ଏଠି ପ୍ରଶ୍ନ ଉଠୁଛି ବିପଦ ସଂକୁଳ ଛାତ ତଳେ ଛାତ୍ରୀ କିପରି ଗଢିବେ ନିଜ ଭବିଷ୍ୟତ ଏବେ ଦେଖିବାକୁ ବାକି କେବେ ପ୍ରଶାସନ ଏହିବିଦ୍ୟାଳୟ କୁ ଦୃଷ୍ଟି ଦେଇ ଭଙ୍ଗା ଛାତ ମରାମତି କରୁଛନ୍ତି ନା ଜାଣି ଜାଣି ଅଘଟଣ କୁ ଅପେକ୍ଷା କରିଛୁ ପ୍ରଶାସନ |

Leave a Reply

Your email address will not be published. Required fields are marked *