ବିବାଦ ଉପରେ ବିବାଦ

ଫୋକସ ପ୍ଲସ (ବ୍ୟୁରୋ)୧୦/୦୭/୨୦୨୨: ଭାରତ ଏକ ଧର୍ମ ନିରପେକ୍ଷ ଦେଶ । ଏହି ଦେଶ ରେ ବିଭିର୍ନ୍ନ ଧର୍ମ ର ଲୋକ ମାନେ ମିଳିମିଶି ରହିଥାନ୍ତି । ଦେଶ ରେ ଶାନ୍ତି ପ୍ରତିଷ୍ଠା କରିବାପାଇଁ ସହନଶୀଳତା ଦରକାର । ଧର୍ମ ଆମକୁ ଭଲ ମଣିଷ କରିବାପାଇଁ ସହାୟତା କରିଥାଏ । ଯେତେବେଳେ ଧର୍ମର ନା ନେଇ ଆମେ ଅମଣିଷ ହୋଇଯାଉଛେ ସେତେବେଳେ ଆମ କୁ ବୁଝିବାକୁ ହେବ ଯେ ଆମେ ଆମ ଧର୍ମ କୁ ଠିକ ଭାବରେ ବୁଝିପାରିନାହୁ । କୌଣସି ଧର୍ମ କୁ ଆକ୍ଷେପ କରିବା ଭୁଲ ଅଟେ ।
ବର୍ତ୍ତମାନ କାନାଡା ର ଟୋରୋଣ୍ଟୋ ରେ ନିର୍ଦେଶିକା ଲିନା ମାଣିମେକଳାଈ “କାଳି “ ନାମ ରେ ଡକ୍ୟୁମେଣ୍ଟ୍ରି ତିଆରି କରିଛନ୍ତି ସେହି ଡକ୍ୟୁମେଣ୍ଟ୍ରି ର ପବ୍ଲିସିଟି ପାଇଁ ଜେଣେ ମହିଳାଙ୍କୁ କାଳୀଙ୍କ ରୂପ ରେ ବେଶ କରାଯାଇଥିଲା ଏବଂ ସେହି ମହିଳା ସିଗେରେଟ ପିଇବା ଧୂଆଁ ଛାଡିବା ଦେଖିବା କୁ ମିଳିଛି ।
ଏହି ଦୃଶ୍ୟ ଦେଶ ଓ ବିଦେଶ ରେ ରହୁଥିବା କାଳୀଙ୍କ ଭକ୍ତଙ୍କୁ ନିଶ୍ଚିତ ଭାବ ରେ ଆଘାତ ପହଞ୍ଚାଇଛି । ଏହି ଦୃଶ୍ୟ ମା କାଳିଙ୍କୁ ଜଣେ ସାଧାରଣ ମହିଳାଙ୍କ ସ୍ଥାନ ରୁ ତଳକୁ ଖସେଇଦେଇଛି । ଦେବ ଦେବୀଙ୍କ ସ୍ଥାନ ସାଧାରଣ ମଣିଷଙ୍କ ସ୍ଥାନ ରୁ ଉଚ୍ଚରେ। ମଣିଷ ନିଜ ପାଞ୍ଚ ଇନ୍ଦ୍ରିୟ ର ଗୋଲାମ ହୋଇରହିଛି । ଆମର କଥା କଥିତ ଦେବା ଦେବୀ ମାନେ ଇନ୍ଦ୍ରିୟ ର ଗୋଲାମ ନୁହନ୍ତି ବରଂ ଇନ୍ଦ୍ରିୟ ସେମାନଙ୍କ ଗୋଲାମ ସେଥିପାଇଁ ସେମାନେ ଚିରପୂଜ୍ୟ ।
ମଣିଷ ଯେତେ ବେଳେ ଆଧ୍ୟାତ୍ମିକ ସାଧନା ଆରମ୍ଭ କରିଥାଏ ସେତେବେଳେ ସିଏ ପ୍ରଥମେ ନିଜ ଇନ୍ଦ୍ରିୟ କୁ ସଞ୍ଜମ କରିବା କୁ ଚେଷ୍ଟା କରିଥାଏ ମନ କୁ ସଞ୍ଜମ କରିଥାଏ ଏବଂ କ୍ରୋଧ କୁ ଭି ସଞ୍ଜମ କରିବାପାଇଁ ଚେଷ୍ଟା କରିଥାଏ । ଆମେ ପ୍ରତିଦିନ ର ଜୀବନ ରେ ଯେତେବେଳେ ଗୋଟିଏ ଉପବାସ କରୁ ତାର ମୂଳ ଉଦେଶ୍ୟ ହେଲା ମନ କୁ ସଞ୍ଜମ କରିବା ।
ଆମର ପରିବାର ରେ ମା ର ସ୍ଥାନ ସବୁଠାରୁ ଉର୍ଦ୍ଧ ରେ ତାର କାରଣ ହେଲା ମା ନିଜ ତ୍ୟାଗବଳ ରେ ଆମ କୁ ବଡ କରିଥାଏ । ମା ସେଥିପାଇଁ ଏକ ଆଦର୍ଶ ଚରିତ୍ର । ଲକ୍ଷ୍ମୀ, କାଳି ଓ ଦୂର୍ଗା ଏମାନେ ହେଲେ ଜଗତ ଜନନୀ । ଏମାନଙ୍କ ପାଖରେ ଆଦର୍ଶ ର ବ୍ୟତିକ୍ରମ ଦେଖିହେବନାହି । ଆମ ଘର ର ମହିଳା ମାନଙ୍କୁ ଏହି ଦେବୀ ଚରିତ୍ର ମାନେ ଯୁଗ ଯୁଗ ଧରି ପ୍ରଭାବିତ କରିଛନ୍ତି । ଆମେ ଆମ ଘର ର ମହିଳା ମାନଙ୍କୁ ସିଗେରେଟ ଓ ସିଗେରେଟ ଧୁଆଁ ସହିତ ଦେଖିବାରେ ଅଭ୍ୟସ୍ତ ନୋହୁ। ଚଳଚିତ୍ର ଓ କାହାଣୀ ରେ ଖଳନାଇକା ମାନଙ୍କୁ ଆମେ ଏ ଧରଣ ର ଅସଞ୍ଜମ ଅବସ୍ଥା ରେ ପାଇଥାଉ ।
“ହିନ୍ଦୁ ଧର୍ମ” କେବଳ ଧର୍ମ ନୁହେ ଏହା ଜୀବନ ଯାପନ ର ଓ ବଞ୍ଚିବା ର ମାର୍ଗ । ବର୍ଷ ବର୍ଷ ଧରି ମଣିଷ ଉର୍ଣ୍ଣତ ଜୀବନ ଯାପନ କୁ ନିଜର କରିଛି । ହିନ୍ଦୁମାନଙ୍କର କୌଣସି ଧର୍ମ ଗୁରୁ ନାହାନ୍ତି । ବର୍ତ୍ତମାନ ଲିନା ମାଣେମେକାଳୟୀଙ୍କ ଦ୍ଵାରା ମା କାଳୀଙ୍କ ଚରିତ୍ର କୁ ଯେପରି ଭାବରେ ପ୍ରଦର୍ଶନ କରାଯାଇଛି ତାହା ନିଶ୍ଚିତ ଚିନ୍ତା ର ବିଷୟ । ଦେଶ ରେ ବିଭିର୍ନ୍ନ ମହଲ ରେ ଏହା କୁ ବିରୋଧ କରାଯାଇଛି କିନ୍ତୁ ଟିଏମସି ସାଂସଦ ମହୁଆ ମିତ୍ରା ମା କାଳୀଙ୍କ ମୁହଁ ରୁ ବାହାରୁଥିବା ସିଗେରେଟ ଧୂଆଁ କୁ ଖରାପ ଭାବନ୍ତି ନାହି ବରଂ ମା କାଳି ମଦ ଏବଂ ମାଂସାହାର କରନ୍ତି ବୋଲି ନିଜ ମନ୍ତବ୍ୟ ଦେଇଛନ୍ତି । ଟିଏମସି ର ଏହି ସାଂସଦଙ୍କୁ ମଧ୍ୟ ବିରୋଧ କରାଯାଇଛି । ଦେଶ ବ୍ୟାପୀ ପ୍ରତିବାଦ କରଯାଇଛି କିନ୍ତୁ ଟିଏମସି ତରଫ ରୁ ଏହି ସାଂସଦଙ୍କ ବିରୋଧ ରେ କୌଣସି କାର୍ଯ୍ୟନୁଷ୍ଠାନ ଏବ ଯାଏଁ ନିଆଯାଇନାହିଂ । ଦେଶ ରେ ଏହିପରି ବିବାଦ ଚାଲିଥିବା ବେଳେ ଲିନାଙ୍କ ନୂଆଁ ସୋସିଏଲ ମିଡିଆ ପୋଷ୍ଟ ଦେଖିବାକୁ ମିଳିଛି ଯେଉଁଥିରେ ଶିବ ଏବଂ ପାର୍ବତୀଙ୍କୁ ସିଗେରେଟ ସହ ଦେଖାଯାଇଛି । ଏହା ଲିନାଙ୍କ ଦୃଷ୍ଟତା ଛଡା ଆଉ କିଛି ନାହି। ଲିନାଙ୍କୁ ଦିଲ୍ଲୀ ପୋଲିସ ଏହି ବିବାଦୀୟ ପୋଷ୍ଟର ପାଇଁ ବୁକ କରିଛି । ଭାରତୀୟ ପେନାଲ କୋଡ ସେକ୍ସନ ୧୫୩ (A) , ୨୯୫ (A) ଧାରା ଅନୁସାରେ ମାମଲା ଋଜ୍ଯୁ କରାଯାଇଛି ।
ଅଳ୍ପ ଦିନ ତଳେ ବିଜେପି ର ପୂର୍ବତ୍ତନ ମୁଖପାତ୍ର ନୁପୁର ଶର୍ମାଙ୍କ ବିବାଦୀୟ ବୟାନ କୁ ନେଇ ଦେଶ ରେ ଗଣ୍ଡଗୋଳ ପରିସ୍ଥିତି ଦେଖିବା କୁ ମିଳିଛି । ବିଜେପି ନୁପୁର ଶର୍ମାଙ୍କୁ ନିଜ ଦଳ ରୁ ବହିସ୍କାର କରିଛି କିନ୍ତୁ କଟ୍ଟରପନ୍ଥୀ ବିଚାର ରଖିଥିବା କିଛି ଲୋକ ନୁପୁର ଶର୍ମାଙ୍କ ମନ୍ତବ୍ୟ କୁ ପସନ୍ଦ କରିଥିବା ବ୍ୟକ୍ତିଙ୍କୁ ଗଳାକାଟି ହତ୍ୟା କରିଛନ୍ତି ଏହା ଆମ ଦେଶ ପାଇଁ ଦୁର୍ଭାଗ୍ୟ ଜନକ।

Leave a Reply

Your email address will not be published. Required fields are marked *