ବିବାହର ନୂଆ ନିୟମ

ଫୋକସ ପ୍ଲସ ୨୦/୦୬/୨୨(ବ୍ୟୁରୋ): ଆପଣ କଣ ଦାଢ଼ି ନିଶ ରଖିଛନ୍ତି କି? ତାହେଲେ ହେଇଯାନ୍ତୁ ସାବଧାନ l ଆଜ୍ଞା ହଁ ବିବାହ କୁ ନେଇ ଏମିତି ଏକ ନିୟମ ସାମ୍ନାକୁ ଆସିଛି l ଆମେ ଏ କଥା କହୁନୁ, ଏମିତି ଦୃଶ୍ୟ ରାଜସ୍ଥାନର ଏକ ସମ୍ପ୍ରଦାୟଙ୍କ ନୂଆ ବିବାହ ନିୟମ ଦେଖିବାକୁ ମିଳିଛି l
ଏହି ନିୟମ ପାଲି ଜିଲ୍ଲାର ୧୯ ଟି ଗାଁରେ ଲାଗୁ ହୋଇଛି l ଏହି ନିୟମ ଅନୁସାରେ ଯେଉଁ ଯୁବକ ଦାଢ଼ି ନିଶ ନ ରଖିଥିବ ତାକୁ ହିଁ ବିବାହ ପାଇଁ ଅନୁମତି ମିଳିବ l ଏବେ କା ଷ୍ଟାଇଲ ନାଁରେ ଦାଢ଼ି ରଖିଥିବା ବରକୁ ବିବାହ ପାଇଁ ଅନୁମତି ନାହିଁ l ଏହି ସମ୍ପ୍ରଦାୟର ମୁଖ୍ୟ, ବାହାଘର ଏକ ସାମାଜିକ ସଂସ୍କାର ଓ ବାହାଘରରେ ବର ରାଜା ଭଳି ଦେଖା ଯିବା ଆବଶ୍ୟକ l ଆଉ ହଁ ୧୯ ଗାଁର ପଞ୍ଚାୟତରେ ବିବାହ କମ ଖର୍ଚ୍ଚରେ ଏବଂ ସାଧାସିଧା ଭାବରେ କରିବାକୁ ବି କହିଛନ୍ତି l ବିବାହରେ ବରଯାତ୍ରୀଙ୍କ ଡିଜେନାଚ ଆଉ ବାହାଘର ରେ ସମସ୍ତ ପ୍ରକାର ନିଶା ଜିନିଷ ଉପରେ ସମ୍ପୂର୍ଣ କଟକଣା ଲଗାଯାଇଛି l ଏବେତ ବାହାଘର ଖର୍ଚ୍ଚ ବହୁତ ବଢ଼ିଗଲାଣି l ଲୋକ ଦେଖାଣିଆ ଉତ୍ସବ ପାଳନ କରି ଅଯଥା ଟଙ୍କା ଖର୍ଚ୍ଚ କରୁଛନ୍ତି l ଏବେ ଯୁବ ଗୋଷ୍ଠି ନିଜ ବନ୍ଧୁବାନ୍ଧବ ଙ୍କ ସହ ହଳଦୀ ରସମ,ମେହେନ୍ଦି ରସମ ଇତ୍ୟାଦି ଇଭେଣ୍ଟ କରୁଛନ୍ତି l ସାଙ୍ଗକୁ ନିର୍ବନ୍ଧ, କେକ କଟା,ଏସବୁରେ ଖର୍ଚ୍ଚ ହେଉଛି ବହୁତ ଟଙ୍କା l ଏଥି ପାଇଁ କେବଳ ଏହି ସମ୍ପ୍ରଦାୟ ଲଗାଇଛି କଟକଣା l ତେବେ ସମାଜ ରେ କୁମାୱତ ସମ୍ପ୍ରଦାୟଙ୍କ ଏହି କଟକଣା ଭଲ ପରିବର୍ତନ କରିବ ବୋଲି ଆଶା କରାଯାଉଛି |

Leave a Reply

Your email address will not be published. Required fields are marked *