ବିବାହ ବନ୍ଧନରେ ବାନ୍ଧି ହେବେ ଷ୍ଟାରକପଲ୍

ଫୋକସ ପ୍ଲସ ୪/୨/୨୩(ବ୍ୟୁରୋ):ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡର ଆଉ ଦୁଇ ଯୋଡି । ଷ୍ଟାରକପଲ୍ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା । ଦୁହେଁ ୬ ଫେବୃଆରୀରେ କରିବାକୁ ଯାଉଛନ୍ତି ବିବାହ। ଫ୍ୟାନ ମାନେ ମଧ୍ୟ ଏହି ଲଭବାର୍ଡଙ୍କ ବିବାହକୁ ନେଇ ବେଶ ଏକ୍ସାଇଟେଡ । ଚଳିତ ବର୍ଷ ଇଣ୍ଡଷ୍ଟ୍ରିର ଏହା ହେଉଛି ଦ୍ୱିତୀୟ ଗ୍ରାଣ୍ଡ ବିବାହ। ଯାହା ପ୍ରଶଂସକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ରାଜସ୍ଥାନର ଜୈସଲମେରରେ ସାତ ଫେରା ନେବାକୁ ଯାଉଛନ୍ତି। ଯାହାର ପ୍ରସ୍ତୁତି ପୁରା ପ୍ରାୟତଃ ସରିଛି । ସୂର୍ଯ୍ୟଗଡ ପ୍ରାସାଦକୁ ସମ୍ପୁର୍ଣ୍ଣ ସଜାଯାଇଛି। ମେହେନ୍ଦି ଆର୍ଟିଷ୍ଟ ଭିନା ନାଗଡା ମଧ୍ୟ ସେଠାରେ ପହଞ୍ଚିଛନ୍ତି। ଧୀରେ ଧୀରେ ଅତିଥିମାନେ ଆସିବାରେ ଲାଗିଛି ।ରିପୋର୍ଟ ଅନୁଯାୟୀ, ବିବାହରେ ରାମ ଚରଣ ସାମିଲ୍ ହୋଇପାନ୍ତି । ଏହା ବ୍ୟତୀତ ସାହିଦ କପୁର ଏବଂ ମିରା ରାଜପୁତ ବିବାହକୁ ଆସିବା ବିଷୟରେ ସୂଚନା ମଧ୍ୟ ମିଳିଛି। କିଆରା ତାଙ୍କ ବିବାହ ନିମନ୍ତ୍ରଣ ରାମ ଚରଣଙ୍କୁ ପଠାଇଛନ୍ତି । ଏହି ବିବାହରେ କରଣ ଜୋହର, ଅଶ୍ୱିନୀ ୟାର୍ଡୀ ବରୁଣ ଧାୱନ, ନତାଶା ଡାଲାଲଙ୍କୁ ନିମନ୍ତ୍ରଣ ମଧ୍ୟ ପଠାଯାଇଛି। ସମସ୍ତ ଘନିଷ୍ଠ ବନ୍ଧୁ, ସମ୍ପର୍କୀୟ ଏବଂ ପରିବାର ସଦସ୍ୟ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ବିବାହ ପାଇଁ ଖୁସି ଏବଂ ଉତ୍ସାହିତ ଅଛନ୍ତି । ମେହେନ୍ଦୀ ସମାରୋହ ୫ଫେବୃଆରୀରେ ହେବ । ଏବଂ ଫେବୃଆରୀ ୬ରେ ଉଭୟ ସାତ ଫେରା ନେବେ। ବିବାହରେ କେବଳ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ । ମେହେନ୍ଦୀ ପାଇଁ ଭିନା ନାଗଡାଙ୍କୁ ଡକାଯାଇଛି। ଭିନା ଏୟାରପୋର୍ଟରେ ସ୍ପଟ୍ ବି ହୋଇଥିଲେ । ଯାହାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ।

Leave a Reply

Your email address will not be published. Required fields are marked *