ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ-କିଆରା

ଫୋକସ ପ୍ଲସ ୮/୨/୨୩(ବ୍ୟୁରୋ): ବଲିଉଡର ନୂଆ ଯୋଡି ସିଦ୍ଧାର୍ଥ-କିଆରାଙ୍କ ସବୁ ଅପେକ୍ଷାର ଅନ୍ତ ଘଟି ବିବାହ ସମ୍ପନ୍ନ ହେଲା । ବିବାହ ବନ୍ଧନରେ ବାନ୍ଧି ହେଲେ ସିଦ୍ଧାର୍ଥ-କିଆରା । ଶେଷରେ ଏହି ଯୋଡ଼ି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଦୀର୍ଘ ଦିନ ଧରି ଉଭୟ ପରସ୍ପରକୁ ଡେଟ୍‌ କରୁଥିଲେ। ଉଭୟ ରାଜସ୍ଥାନର ଜୈସଲମେରର ସୂର୍ଯଗଡ଼ ପ୍ୟାଲେସରେ ବିବାହ କରିଛନ୍ତି। ଉଭୟଙ୍କ ପରିବାର ଲୋକ ଏବଂ ବନ୍ଧୁ ପରିଜନଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି । ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଫିଲ୍ମ ‘ଶେର୍ ଶାହା’ ରୁ ଆରମ୍ଭ ହୋଇଥିଲା । ଉଭୟଙ୍କ ପ୍ରେମ କାହାଣୀ ବର୍ତ୍ତମାନ ଏକ ନୂଆ ପର୍ଯ୍ୟାୟରେ ପହଞ୍ଚିଛି। ସିଦ୍ଧାର୍ଥ ଏବଂ କିଆରା ଜୈସଲମେରର ସୂର୍ଯ୍ୟଗଡ ପ୍ୟାଲେସରେ ସାତ ଘେରା ନେଇଥିଲେ ଏବଂ ବର୍ତ୍ତମାନ ଉଭୟ ସ୍ୱାମୀ-ସ୍ତ୍ରୀ ହୋଇସାରିଛନ୍ତି। ତେବେ ବାହାଘର ଖବର ଆସିବା ପରେ ସମସ୍ତେ ନବ ବିବାହିତ ଦମ୍ପତିଙ୍କର ପ୍ରଥମ ଫଟୋ ଦେଖିବା ପାଇଁ ବହୁତ ଉତ୍କଣ୍ଠାର ସହିତ ଚାହିଁ ରହିଥିଲେ ହେଲେ ଏହି ଅପେକ୍ଷା ବର୍ତ୍ତମାନ ଶେଷ ହୋଇଛି । ସିଦ୍ଧାର୍ଥ ଏବଂ କିଆରା ସୋସିଆଲ ମିଡିଆରେ ସେମାନଙ୍କ ବିବାହ ଫଟୋ ସେୟାର କରି ଫ୍ୟାନ୍ସଙ୍କୁ ଖୁସି ଉତ୍ସାହିତ କରିଛନ୍ତି । ଫଟୋରେ ଉଭୟ ସୁନ୍ଦର ଦେଖାଯିବା ସହ ଖୁସି ଥିବା ଜଣାପଡ଼ିଛି ।ଏକ ରିପୋର୍ଟ ଅନୁସାରେ , ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହରେ ପ୍ରାୟ ୧୦୦ ରୁ ୧୨୫ ଅତିଥି ସାମିଲ୍‌ ହୋଇଥିଲେ । ଯେଉଁଥିରେ ବଲିଉଡ୍‌ ଜଗତର ଅନେକ କଳାକାର ରହିଥିଲେ । କରଣ ଜୋହର, ମଲାଇକା ଅରୋରା, ଶାହିଦ କପୂର ଏବଂ ତାଙ୍କ ପତ୍ନୀ ମୀରା ରାଜପୂତ, ଅରମାନ ଜୈନ ଏବଂ ତାଙ୍କ ପତ୍ନୀ ଅନୀସା ମାଲ୍ହୋତ୍ରା, ଜୂହୀ ଚାଓ୍ବଲା ଏବଂ ତାଙ୍କ ପତି ଜୟ ମେହତା ମଧ୍ୟ ସାମିଲ୍ ହୋଇଥିଲେ। ଏହାସହ ମୁକେଶ ଅମ୍ବାନୀଙ୍କ ଝିଅ ଏବଂ କିୟାରାଙ୍କ ବନ୍ଧୁ ଇଶା ଅମ୍ବାନୀ ମଧ୍ୟ ଏହି ବିବାହରେ ଉପସ୍ଥିତ ରହିଥିଲେ। ତେବେ ଏହି ବିବାହକୁ ନେଇ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *