ବିବେକାନନ୍ଦ କେନ୍ଦ୍ର ତରଫରୁ ପ୍ରସ୍ତୁତି ବୈଠକ ||

ଫୋକସ ପ୍ଲସ 8/1/2023( ବ୍ରହ୍ମପୁର): ବିବେକାନନ୍ଦ କେନ୍ଦ୍ର କନ୍ୟାକୁମାରୀ ବ୍ରହ୍ମପୁର ଶାଖା ତରଫରୁ ସ୍ଥାନୀୟ ବିଜିପୁର ସଂତୋଷିମା ମନ୍ଦିର ପରିସର ରେ ଯୁବ ସପ୍ତାହ ଶେଷ ଭାଗରେ (ଅର୍ଥାତ୍ ୧୮-୦୧-୨୦୨୩) କନ୍ୟାକୁମାରୀ ରୁ ବାହାରି ଭାରତର ବିଭିନ୍ନ ପ୍ରାନ୍ତ ପରିଭର୍ମନ କରି ବ୍ରହ୍ମପୁର ରେ ପହଂଚୁ ଥିବା ବିବେକାନନ୍ଦ ରଥ କୁ ସ୍ୱାଗତ ନିମନ୍ତେ ଅଭ୍ୟର୍ଥନା କମିଟିର ପ୍ରସ୍ତୁତି ବୈଠକ ସନ୍ଧ୍ୟା ରେ ଭଞ୍ଜ ବିଭାଗ ସଂଚାଳକ ଡ଼, ସଚ୍ଚିଦାନନ୍ଦ ପାତ୍ର ଏବଂ ନଗର ପ୍ରମୁଖ ଡ଼ ଗୋପାଳ କୃଷ୍ଣ ପାଣିଗ୍ରାହୀ ଙ୍କ ତତ୍ତ୍ୱାବଧାନରେ ଅନୁଷ୍ଟିତ ପ୍ରସ୍ତୁତି ବୈଠକ ରେ ଅଭ୍ୟର୍ଥନା କମିଟିର ଅଧ୍ୟକ୍ଷ ସୁଶାନ୍ତ କୁମାର ସାବତ ମହାନ୍ ସଂଘ, ବିବେକାନନ୍ଦ କେନ୍ଦ୍ର ଆଜୀବନ ସଦସ୍ୟ ଡ଼, ସଙ୍କର ମାଝୀ, ବିଶିଷ୍ଟ ସମାଜ ସେବୀ ଲକ୍ଷ୍ମୀ ନାରାୟଣ ନାୟକ, ନରହରି ଡାଭେ , ଡ଼, ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ, ଜୀବନ ଦାଶ କର ପରାମର୍ଶ ଦାତା, ରମେଶ ସାହୁ, କେଦାର ନାଥ ପଣ୍ଡା, ସଂଘ ସଂଚାଳକ ସନ୍ତୋଷ କୁମାର ସାହୁ, ସାମନ୍ତ ଏ କାଡେ ମି ର ଦେବେଶ ସାମନ୍ତ ରାୟ, ବିଶିଷ୍ଟ ବ୍ୟବସାୟୀ ସିମାଞ୍ଚଳ ପାଣିଗ୍ରାହୀ, ବାଳକୃଷ୍ଣ ସାମନ୍ତ, ସମାଜ ସେବୀ ବିଷ୍ଣୁ ସୁବୁଦ୍ଧି, ନଳିନୀ କୁମାର ପାଣିଗ୍ରାହୀ, ଗୋଷାଣୀ ଗାଁ ଶିଶୁମନ୍ଦିର ସମ୍ପାଦକ ପ୍ରକାଶ ଚନ୍ଦ୍ର ପାତ୍ର, ମିଲନ ସିଂହ, ଅନନ୍ତରାମ ପ୍ରଧାନ, ନରସିଂହ ଡାକୁଆ, ମା ସରସ୍ୱତୀ ଶିଶୁମନ୍ଦିର ପ୍ରଧାନ ଆଚାର୍ଯ୍ୟ ଆଦି ବିଭିନ୍ନ ସଂଘର୍୫୦ ରୁ ଉର୍ଦ୍ଧ କାର୍ଯ୍ୟକର୍ତ୍ତା ଯୋଗଦାନ କରି ବିବେକାନନ୍ଦ ରଥ ର ଭବ୍ୟ ସ୍ଵାଗତ, ବିବେକାନନ୍ଦ ବାଣୀ ର ପ୍ରଚାର ପ୍ରସାର ସଚେତନତା ନିମନ୍ତେ ଶୃଙ୍ଖଳା ର ସହ ସହର ପରିକ୍ରମା , ଖାଦ୍ୟ ପେୟ, ଉପଯୁକ୍ତ ସମ୍ବର୍ଦ୍ଧନା, ଓ ପରିଶେଷରେ ବିନାୟକ୍ ମହାବିଦ୍ୟାଳୟ ପରିସର ରେ ସାଧାରଣ ସଭାର ଆୟୋଜନ ଆଦିର ଶୃଙ୍ଖଳିତ ପରିଚାଳନା ନିମନ୍ତେ ଆଲୋଚନା କରାଯାଇଥିଲା । ଏ ହାର ସୁପରିଚାଳନା ନିମନ୍ତେ ବିବିଧ କମିଟି ଗଠନ କରି ଦାୟିତ୍ୱ ଅର୍ପଣ କରାଯାଇଥିଲା ଶେଷରେ ନିଲାକ୍ଷୀ ଦିଦି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *