ବିଭାଗୀୟ ଯନ୍ତ୍ରୀ ଙ୍କ ଅନୁପସ୍ଥିତିକୁ ନେଇ ଫାଇଦାରେ ଠିକାଦାର I

ଫୋକସ ପ୍ଲସ (ଜଗତସିଂହପୁର) 8.04.2022 : ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ କୁସୁପୁର ପଞ୍ଚାୟତ ଅଧିନରେ ଥିବା ଗ୍ରାମ୍ୟ ଉନ୍ନୟନ ରାସ୍ତା କାର୍ଯ୍ୟ ନିମ୍ନ ମାନର ହେବା କୁ ନେଇ ଅଭିଯୋଗ ହେଉଛି lବିଭାଗୀୟ ଯନ୍ତ୍ରୀ ଙ୍କ ଅନୁପସ୍ଥିତ ନେଇ ଠିକାଦାର ମନମାନି ଚଳାଇଛନ୍ତି l ସୂଚନା ଅନୁଯାୟୀ ବାଲିକୁଦା ବ୍ଲକ ଅଧିନରେ ଯାଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ର ରାସ୍ତା ନନ୍ଧରା ଠାରୁ ଦଣ୍ଡାବେଦୀ ପର୍ଯ୍ୟନ୍ତ ବିପର୍ଯ୍ୟସ୍ତ ଅବସ୍ଥା ହୋଇ ପଡିଥିଲା l ବହୁ ଅସୁବିଧାର ସମ୍ମୁଖିନ ହେଉଥିବା ସାଧାରଣ ଲୋକ ଙ୍କ ଅଭିଯୋଗ ହୋଇ ଆସୁଥିବା ରାସ୍ତା ର ଅବସ୍ଥା ପାଇଁ ସ୍ଥାନୀୟ ରାଜନେତା ଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ଉକ୍ତ ରାସ୍ତା ମରାମତି କାର୍ଯ୍ୟ ପାଇଁ ଟେଣ୍ଡର ଆହ୍ବାନ କରାଯାଇ ଥିଲା l

 

ଜନୈକ ଠିକାଦାର ଉକ୍ତ କାର୍ଯ୍ୟ କରିବାକୁ ବିଳମ୍ବ ସ୍ଵତେ ପଞ୍ଚାୟତ ନିର୍ବାଚନ ପରେ କାର୍ଯ୍ୟ ଆରମ୍ଭ କରିଥିଲେ I ମରାମତି କାର୍ଯ୍ୟ ଆରମ୍ଭ ହେବା ଦିନ ଠାରୁ ଠିକାଦାର କାର୍ଯ୍ୟ ସ୍ଥଳକୁ ଆସୁନାହାନ୍ତି କି ବିଭାଗୀୟ ଯନ୍ତ୍ରୀ ଉପସ୍ଥିତ ରହୁ ନାହାନ୍ତି I ଯାହା ଫଳରେ ଶ୍ରମିକମାନେ ଭାଗମାପ ନଜାଣି ନିଜ ଇଚ୍ଛା ମୁତାବକ ଆବଶ୍ୟକ ପ୍ରାଇମର ଧଳl ଧୂଳିଆ ପାଉଡର ଉପରେ ହଲେଇ ଦେଇ କେତେ ସେ.ମି ପିଚୁ ବୋଲୁଛନ୍ତି ତାହା ମଧ୍ୟ ଦେଖିଲେ ଅନୁମାନ କରିହେବ l ଏପରି ନିମ୍ନ ମାନର କାର୍ଯ୍ୟ କରାଯାଉଛି, ଯାହାକି କରିବାର ଆବଶ୍ୟକ ନଥିବା ମନେ ହେଉଥିବା ଅଭିଯୋଗ କାରୀଙ୍କ ଠାରୁ ଶୁଣିବାକୁ ମିଳୁଛି l ନା ଅଛି ଯାନ୍ତ୍ରିକ ଅନୁମାନ, ନ ରହୁଛନ୍ତି ଠିକାଦାର , ନା ଯନ୍ତ୍ରୀ I ବିନା ସୂଚନାରେ ଏହିପରି କାର୍ଯ୍ୟ ପାଇଁ ରାସ୍ତା ସରିବା ପରେ ଆରମ୍ଭ ହୋଇଥିବା କାର୍ଯ୍ୟ ସ୍ଥଳରୁ ପିଚୁ ଛାଡିବା ଆରମ୍ଭ ନହେବ ତାହା ଏବେ ସାଧାରଣ ରେ ପ୍ରଶ୍ନବlଚି ସୃଷ୍ଠି କରୁଛି I ଅନ୍ୟ ପକ୍ଷରେ “କମ୍ପାନୀ କl ମlଲ ଦରିଆ ମେ ଡାଲ” ପରି ଗ୍ରାମାଞ୍ଚଳ ସମୁଦ୍ର କୂଳର ରାସ୍ତା ଦେଖିବାକୁ କେହି ନାହିଁ ବୋଲି ଯନ୍ତ୍ରୀ ବୋଧେ ଭାବିକି କାର୍ଯ୍ୟସ୍ଥଳକୁ ଆସୁନାହାନ୍ତି l ଏମିତି ରେ ସରକାରୀ ପଇସା କାହିଁ ଖର୍ଚ ଅଯଥା ରେ କରାଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଏପରି କାର୍ଯ୍ୟ ପାଇଁ ବିଭାଗୀୟ ଯନ୍ତ୍ରୀ ଙ୍କୁ ଫୋନ ଯୋଗେ ପଚାରିଲେ ମୁଁ ଦେଖିବି ବୋଲି କହିବା ସହ ଦେଖା ଦର୍ଶନ ଦେଉନଥିବା ବିଶେଷ ସୂତ୍ର ରୁ ଜଣାପଡିଛି l ଏଥି ପାଇଁ ଅନେକ ଲୋକ ଅଫିସ ସମ୍ମୁଖରେ ଯାଇ ପହଁଞ୍ଚିଲେ ଅଫିସ ସର୍ବଦା ତାଲା ବନ୍ଦ ରହୁଥିବା ଖବର ମିଳିଛି I ବାସ୍ତବ ପକ୍ଷେ ନିଜ ଇଛା ମୁତାବକ କାର୍ଯ୍ୟ ଚଳାଇବା ସହ ଅଫିସ ରେ ଅନୁପସ୍ଥିତ ରହୁଥିବା ଦେଖିବାକୁ ମିଳିଛି l ଏଥି ପ୍ରତି ଉଚ୍ଚ କତୃପକ୍ଷ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି l

ବାଲିକୁଦା ରୁ ବିରୁପାକ୍ଷ ରାୟ ଫୋକସ ପ୍ଲସ୍

Leave a Reply

Your email address will not be published. Required fields are marked *