ବିରଳ ପ୍ରଜାତିର ଶାଗୁଣା ଉଦ୍ଧାର

ଫୋକସ ପ୍ଲସ 2/12/22 ( ରସୁଲପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ମହାକାଳପଡ଼ା ପଞ୍ଚାୟତ ନୀଳାପଦା ଗ୍ରାମ ନିକଟସ୍ଥ ନଦୀ ପଠାରୁ ଆଜି ଏକ ବିରଳ ଶାଗୁଣା ଉଦ୍ଧାର କରାଯାଇଛି । ନଦୀ ପଠାରେ ଏକ ଆହତ ଶାଗୁଣାକୁ ସ୍ଥାନୀୟ ଅଞ୍ଚଳର କେତେକ ଯୁବକମାନେ ଧରିଥିଲେ ଏହା ଦେଖି ସ୍ଥାନୀୟ ଅଞ୍ଚଳର ସାମ୍ବାଦିକ ଅରବିନ୍ଦ ରାଉତ ଶାଗୁଣା କୁ ଉଦ୍ଧାର କରି ନିଜ ହେପାଜତରେ ରଖିଥିଲେ । ତେବେ ଶାଗୁଣାଟି ଆହତ ହୋଇଥିବା ବେଳେ ଚିକିତ୍ସା କରାଯିବାର ଅବଶ୍ୟକତା ରହିଛି । ଏନେଇ ବନବିଭାଗକୁ ଯୋଗାଯୋଗ କରାଯିବା ପରେ ଡେରି ହେଲେ ବି ବନ ବିଭାଗ ଆଜି ଘଟଣା ସ୍ଥଳରେ ପହଞ୍ଚି ବିରଳ ପ୍ରଜାତିର ଶାଗୁଣା ପକ୍ଷୀ କୁ ନିଜ ହେପାଜତକୁ ନେଇଛି।

Leave a Reply

Your email address will not be published. Required fields are marked *