ରାମଚନ୍ଦ୍ର ମନ୍ଦିର ପାଇଁ ୧୮୦୦କୋଟି ଟଙ୍କା

ଫୋକସ ପ୍ଲସ(ବ୍ୟୁରୋ) ୧୩/୦୯/୨୦୨୨: ଅଯୋଧ୍ୟାରେ ଜୋରସୋରରେ ଚାଲିଛି ଶ୍ରୀ ରାମଙ୍କ ମନ୍ଦିର ନିର୍ମାଣ କାର୍ଯ୍ୟ |୨୦୨୩ ସୁଦ୍ଧା ଶେଷ ହେବ ମନ୍ଦିର ନିର୍ମାଣ କାର୍ଯ୍ୟ | ୨୦୨୪ ଜାନୁଆରୀ ମକର ସଂକ୍ରାନ୍ତି ରେ ଗର୍ଭଗୃହରେ ପ୍ରବେଶ କରିବେ ପ୍ରଭୁ ଶ୍ରୀ ରାମ | ତାପର ଠାରୁ ମୂର୍ତ୍ତି ପ୍ରାଣ କରାଯାଇ ଆରମ୍ଭ ହେବ ପୂଜା ଅର୍ଚ୍ଚନା | ରବିବାର ଦିନ ମନ୍ଦିର ନିର୍ମାଣ ସମୀକ୍ଷା ପାଇଁ ଫଇଜାବାଦ ସର୍କିଟ ହାଉସରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା|ସେଠାରେ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଉପରେ ସହମତି ପ୍ରକାଶ ପାଇଛି | ୨୦୨୩ ସୁଦ୍ଧା ମନ୍ଦିରର ଗର୍ଭଗୃହ ଏବଂ ଗୋଟେ ମହଲା ନିର୍ମାଣ କାର୍ଯ୍ୟ ଶେଷ ହେବ|ଆହୁରି ୭ଟି ମନ୍ଦିର ନିର୍ମାଣ କରିବା ପାଇଁ ମନ୍ଦିର ପକ୍ଷରୁ ନିଷ୍ପତି ନିଆଯାଇଛି | ବର୍ତ୍ତମାନ ସୁଦ୍ଧା ୪୦% ନିର୍ମାଣ କାର୍ଯ୍ୟ ଶେଷ ହୋଇସାରିଛି | ତେବେ ମନ୍ଦିର ନିର୍ମାଣରେ ୧୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି |ବିଶେଷଜ୍ଞ ମାନଙ୍କ ତଥ୍ୟ ଅନୁଯାୟୀ ତା ଠାରୁ ଆହୁରି ଟଙ୍କା ଖର୍ଚ୍ଚ ହେବାର ସମ୍ଭାବନା ରହିଛି |

Leave a Reply

Your email address will not be published. Required fields are marked *