ଫୋକସ ପ୍ଲସ (ତାଳଚେର)୨୨/୦୬/୨୦୨୨: ବର୍ତମାନ ର ସେଇ ବଡ଼ ଖବର, ଦୀର୍ଘ ଦୁଇ ଦିନ ଧରି ତାଳଚେର ଭୁବନେଶ୍ୱରୀ କୋଇଲା ଖଣି ଅଧିନରେ ଥିବା ଆଦିତ୍ୟ ବିର୍ଲା କମ୍ପାନୀ ରେ ଜମିହରା ପ୍ରଜାମାନଙ୍କୁ ନିଯୁକ୍ତି ନଦେବା ପ୍ରତିବାଦରେ ହୋଇଥିବା ବନ୍ଦ ଡାକରା | ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ, ସୁରକ୍ଷା ମଞ୍ଚ ର ସଭାପତି ମୁରଲୀଧର ସାହୁ, ଅନୁଗୁଳ ଜିଲ୍ଲାପାଳ ଶ୍ରୀଯୁକ୍ତ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏବଂ ଆଦିତ୍ୟ ବିର୍ଲା କମ୍ପାନୀ କର୍ତ୍ତୃପକ୍ଷ ଙ୍କ ଉପସ୍ଥିତରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା |ଉକ୍ତ ବୈଠକ ରେ ତାଳଚେର ଠାରେ ଡୋଜର, ଡମ୍ପର, ଗ୍ରେଡର ଇତ୍ୟାଦି ସମସ୍ତ ମେସିନ୍ ସମ୍ୱର୍ଦ୍ଧ ରେ ନୂତନ ତାଲିମ୍ କେନ୍ଦ୍ର ଖୋଲାଯାଇ ବେକାରୀ ଯୁବକ ମାନଙ୍କୁ ପ୍ରଶିକ୍ଷଣ ଦେଇ ନିଯୁକ୍ତି ପ୍ରଦାନ କରିବା ସହିତ ନିକଟସ୍ଥ ପଞ୍ଚାୟତ ର ଖଣିକ୍ଷତି ଗ୍ରସ୍ତ ତଥା ବେକାରୀ ଯୁବକ ମାନଙ୍କୁ ତୁରନ୍ତ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଉକ୍ତ ବୈଠକ ରେ ତାଳଚେର ବ୍ଲକ୍ ଅଧକ୍ଷା ଶ୍ରୀମତୀ ହେମଲତା ମହାନ୍ତି, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ ଓ ସଦସ୍ୟା ଙ୍କ ସମେତ ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ।
ତାଳଚେର ରୁ ରବୀନ୍ଦ୍ର ନାଥ ଙ୍କ ରିପୋର୍ଟ ଫୋକସ ପ୍ଲସ |