ଫୋକସ ପ୍ଲସ 28/12/2022(ଦଶମନ୍ତପୁର): ଟାଟା ପାୱାର ଆସିବା ଦିନ ଠାରୁ ସାଧାରଣ ଲୋକ ବିଦ୍ୟୁତ ପାଇଁ ସମସ୍ୟା ଭୋଗୁଛନ୍ତି। କାହାକୁ ବି ଛାଡୁନି କି ଦୟା କ୍ଷମା କରୁନି। ବିଲ୍ ଟଙ୍କା ପୈଠ ନକଲେ ସମସ୍ତଙ୍କର ବିଦ୍ୟୁତ ସଂଯୋଗ କାଟି ଦେଉଥିବା ଅଭିଯୋଗ କରିଛନ୍ତି।ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ସଦର ମହକୁମା ଠାରେ । ବିଲ୍ ଟଙ୍କା ପୈଠ କରି ନଥିବାରୁ ଟାଟା ପାୱାର କମ୍ପାନୀ ବିଦ୍ୟୁତ ସଂଯୋଗ କାଟି ଦେଲା । ସେପଟେ ଆଜକୁ ଦୀର୍ଘ ଏକ ମାସ ହେଲା କୋଟିଏ ଟଙ୍କାର ପାନୀୟ ଜଳଯୋଗାଣ ପ୍ରକଳ୍ପ ଠପ୍ ରହିଥିବା ବେଳେ ଗ୍ରାମ ବାସୀ ପାନୀୟ ଜଳ ପାଇ ଡହଳ ବିକଳ ହେଉଥିବା କୁହାଯାଇଛି। ବାରମ୍ବାର ଗୁହାରି କଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ ବୋଲି ଗାଁର ୱର୍ଡ ସଭ୍ୟ ବାଲେଙ୍କେଶ୍ବରୀ ନାୟକ, ବ୍ରଜେନ୍ଦ୍ର କଂସାରି ନରସିଂହ ନାୟକ, ଅଭିରାମ ବାଣୁଆ ପ୍ରମୁଖ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଦଶମନ୍ତପୁର ସଦର ମହକୁମା ଠାରେ ଏକ ହଜାରରୁ ଅଧିକ ପରିବାର ଲୋକ ବସବାସ କରନ୍ତି । ଜନ ସଂଖ୍ୟା ପାଖାପାଖି ୫ ହଜାରରୁ ଅଧିକ ଲୋକ ହେବେ। ହେଲେ ଜନସଂଖ୍ୟା ତୁଳନା ଅନୁସାରେ ଆବଶ୍ୟକ ନଳ କୂଅ ଗାଁରେ ନାହିଁ। ତେଣୁ ୧୫୦୦୦୦ କ୍ଷମତା ବିଶିଷ୍ଟ ଟାଙ୍କି ନିର୍ମାଣ କରି ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯାଇଛି। କିନ୍ତୁ ବକେୟା ବିଦ୍ୟୁତ ବିଲ୍ ୪ ଲକ୍ଷ ୫୦ ହଜାର ରହିଥିବା ରୁ ସଂଯୋଗ କାଟି ଦେଲା କମ୍ପାନୀ । ଲୋକ ପାଣି ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଇଛି। ଏସମ୍ପର୍କରେ ବାରମ୍ବାର ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ଲକ ପର୍ଯ୍ୟନ୍ତ ଗୁହାରି କଲେ ମଧ୍ୟ କୈାଣସି ସୁଫଳ ମିଳୁନାହିଁ ବୋଲି ଗ୍ରାମବାସୀ କ୍ଷୋଭର ସହ ପ୍ରକାଶ କରିଛନ୍ତି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରା ନଗଲେ ଆଗାମୀ ଦିନରେ ଆନ୍ଦୋଳନ ହେବ ବୋଲି ଗ୍ରାମବାସୀ ଚେତାବନୀ ଦେଇଛନ୍ତି।