ଫୋକସ ପ୍ଲସ(ତିଗିରିଆ) ୧୨/୦୯/୨୦୨୨: ଆମ୍ବୁଲାନ୍ସ ବିଲମ୍ବିତ ହେବାରୁ ଗର୍ଭବତୀ ମହିଳାଙ୍କ ଅବସ୍ଥା ଶୋଚନୀୟ ହୋଇ ପଡ଼ିଥିବା ଭଳି ଅଭାବନୀୟ ଘଟଣା ଆଜି ଦେଖିବାକୁ ମିଳିଛି ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ। ଗର୍ଭବତୀ ଙ୍କ ସମ୍ପର୍କୀୟ ଏବଂ ଚିକିତ୍ସା କରୁଥିବା ଡାକ୍ତର ନିଜେ ଆମ୍ବୁଲାନ୍ସ କୁ ଯୋଗା ଯୋଗ କରିଥିଲେ ମଧ୍ୟ ଆମ୍ବୁଲାନ୍ସ ଦୁଇ ଘଣ୍ଟା ବିଳମ୍ବରେ ପହଁଚି ଥିଲା। ଘଟଣା ରୁ ପ୍ରକାଶ ଆଜି ମଧ୍ୟନ୍ନ ରେ ବଡ଼ମ୍ବର ବଡ଼ବାରଣ ଗ୍ରାମର ୧୯ ବର୍ଷୀୟ ରଶ୍ମିତା ନାୟକ ଗର୍ଭ ଯନ୍ତ୍ରଣା ଅନୁଭଵ କରିବାରୁ ତିଗିରିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି ହୋଇଥିଲେ। ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା ନିରୀକ୍ଷା କରିବା ପରେ ଗର୍ଭବତୀ ମହିଳା ଜଣକ ନିରାପଦରେ ନଥିବା ରୁ ତଙ୍କୁ ଜରୁରୀ କାଳୀନ ପରିସ୍ଥିତି ରେ କଟକ ବଦମେଡିକଲ ଚାରିଟା ତିରିଶ ମିନିଟ ରେ ରେଫର କରିଥିଲେ। ରୋଗୀଙ୍କ ସମ୍ପର୍କୀୟ ଆମ୍ବୁଲାନ୍ସ କାର୍ଯ୍ୟଳୟ କୁ ଯୋଗାଯୋଗ କରିବା ରୁ ସ୍ଥାନୀୟ ଆମ୍ବୁଲାନ୍ସ ଅନ୍ୟ ରୋଗୀଙ୍କୁ ନେଇଯାଇଥିବାରୁ ମଣିଆବନ୍ଧ ରୁ ଆମ୍ବୁଲାନ୍ସ ଆସୁଥିବା କାର୍ଯ୍ୟାଳୟ ତରଫରୁ କହିଥିଲା।କିନ୍ତୁ ପରିତାପର ବିଷୟ ଯେ ମଣିଆବନ୍ଧ ତିଗିରିଆ ଠରୁ ଦଶ କିଲୋମିଟର ହୋଇଥିଲେ ମଧ୍ୟ ଦୀର୍ଘ ଦୁଇ ଘଣ୍ଟା ଧରି ଆମ୍ବୁଲାନ୍ସ ଆସିନଥିଲା। ମହିଳା ଙ୍କ ଅବସ୍ଥା ସଂକଟପର୍ଣ୍ଣ ହେବାରୁ ଚିକିତ୍ସା କରୁଥିବା ଡାକ୍ତର ସବ୍ୟସାଚୀ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଟି ଦୀର୍ଘ ଏକ ଘଣ୍ଟା ବିଳମ୍ବରେ ପହଁଚି ଥିଲା। ସର୍କାରଙ୍କର ଜନନୀ ସୁରକ୍ଷା ବ୍ୟବସ୍ଥା କେତେଦୂର ସଠିକ କାର୍ଯ୍ୟ କରୁଛି ତାହା ଏଥିରୁ ସ୍ପଷ୍ଟ ଭାବେ ଅନୁମେୟ।