ବିଳମ୍ବିତ ରାତିରେ ଓଲଟିଲା ବସ..

ବରଗଡ : ଯାତ୍ରୀବାହୀ ବସ୍ ଓଲଟି ୧୯ ଜଣ ଆହତ ହୋଇଛନ୍ତି । ବିଳମ୍ବିତ ରାତିରେ ଏକ ଘରୋଇ ବସ୍  ସମ୍ବଲପୁର ଦାମନଯୋଡି ଯାଉଥିବା ସମୟରେ ବରପାଲୀ କୁଶନପୁରୀ ନିକଟରେ ଡିଭାଇଡରକୁ ଧକ୍କା ଦେଇ ଓଲଟି ପଡିଥିଲା । ଦୁର୍ଘଟଣାରେ ୧୯ ଜଣ ଆହତ ହୋଇଛନ୍ତି । ସ୍ଥାନୀୟଲୋକେ ସମସ୍ତ ଆହତଙ୍କୁ ଉଦ୍ଧାର କରି ବରଗଡ ଜିଲା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଜଣେ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

Leave a Reply

Your email address will not be published. Required fields are marked *