ବିଶ୍ବହିନ୍ଦୁ ପରିଷଦ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

ଫୋକସ ପ୍ଲସ(ଯାଜପୁର)୨୨/୦୮/୨୦୨୨: ଯାଜପୁର ଜିଲ୍ଲା କୋରାଇ ପ୍ରଖଣ୍ଡରେ ବିଶ୍ୱହିନ୍ଦୁ ପ୍ରତିଷ୍ଠା ଦିବସ ପାଳନ ଏକ ନିଆରା ଢଙ୍ଗରେ ଅନୁଷ୍ଠିତ ହୋଇଯାଇଛି l ଭାରତ ବର୍ଷରେ ସାଧୁସନ୍ଥଙ୍କ ଅନୁରୋଧ କ୍ରମେ ଚାରି ଧାମର ଶଙ୍କରାଚାର୍ଯ୍ୟଙ୍କ ଉପସ୍ଥିତରେ 1964 ମସିହା ଜନ୍ମାଷ୍ଟମୀ ଦିନ ବିଶ୍ବହିନ୍ଦୁ ପରିଷଦ ଗଠନ କରାଯାଇଥିଲା l ସେହି ଦିନରୁ ଆଜି ପର୍ଯ୍ୟନ୍ତ  ସାରା ଦେଶରେ ଜନ୍ମାଷ୍ଟମୀ ଠାରୁ ସାତ ଦିନ ଧରି ବିଶ୍ବହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ପାଳନ କରାଯାଉଛି l ଆଜି ସେହି ଅବସରରେ ଯାଜପୁର ଜିଲ୍ଲା ପକ୍ଷରୁ କୋରାଇ ପ୍ରଖଣ୍ଡରେ ବିଶ୍ବହିନ୍ଦୁ ପ୍ରତିଷ୍ଠା ଦିବସ ପାଳନ ଅବସରରେ ଧନେଶ୍ୱର ଛକରେ ଜିଲ୍ଲାର ବିଭିନ୍ନ ପ୍ରଖଣ୍ଡରୁ ଶତାଧିକ ସଂଖ୍ୟାରେ ହିନ୍ଦୁ ସଙ୍ଘଠନ ବିଶ୍ବହିନ୍ଦୁ ପରିଷଦ , ବଜରଙ୍ଗ ଦଳ, ଦୁର୍ଗାବାହିନୀ କର୍ମକର୍ତ୍ତା ମାନେ ଯୋଗଦେଇ ବାଇକ ଏକ ଶୋଭାଯାତ୍ରାରେ ମାଧ୍ୟମରେ ବରୁଣେଇ ଠାରେ ଏକତ୍ରିତ ହୋଇଥିଲେ ବାରୁଣ୍ଡେଇ କଲ୍ୟାଣ ମଣ୍ଡପ ରେ ଏକ ସଭା ଆୟୋଜନ କରାଯାଇଥିଲା ଏହି ସଭା ଟି କୋରାଇ ବଜରଙ୍ଗ ଦଳ ସଂଯୋଜ ଭୂପତି ଭୂଷଣ ଦାଶ ଙ୍କ ସଭାପତିତ୍ବ ରେ ହୋଇଥିଲା ଏହି ସଭା ଟି କୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ବଜରଙ୍ଗ ଦଳ ସଂଯୋଜକ ଶ୍ରୀ ଅମ୍ବିକା ଦାସ ଦ୍ଵୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ,ଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ରାଜ୍ୟ ମହାବିଦ୍ୟାଳୟ ପ୍ରମୁଖ ପ୍ରଭାତ ତ୍ରିପାଠୀ, କେନ୍ଦ୍ରାପଡା ବିଭାଗ ସମରସତା ପ୍ରମୁଖ ଶହ ଶହ ବଜରଙ୍ଗ କର୍ମୀ ଏହି ପ୍ରତିଷ୍ଠା ଦିବସ ପାଳନ କରିଥିଲେ, କୋରାଈ ରୁ ପ୍ରମୋଦ ପାତ୍ର ଙ୍କ ରିପୋର୍ଟ |

 

ଯାଜପୁର ରୁ ପ୍ରମୋଦ ପାତ୍ର ଙ୍କ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *