ଫୋକସ ପ୍ଲସ ୩୧/୫/୨୨(କୋଣାର୍କ): ଆଜି ଦିନରେ ଅନେକ ପିଲା ଶିକ୍ଷା ସମୟରେ ଅନେକ ଛାତ୍ର ଛାତ୍ରୀ ତମାଖୁ ର ଶିକାର ହୋଇ ଆସୁଥିବା ବେଳେ ବିଶ୍ଵ ତମାଖ ବର୍ଜନ ଦିବସ ଅବସରରେ କୋଣାର୍କ ନିକଟସ୍ଥ ଶିମିଳି ଗ୍ରାମ ପଞ୍ଚାୟତ ର ଆତ୍ରାର୍ତ୍ତାଣ କାର୍ତ୍ତିକେଶ୍ୱର୍ ବିଦ୍ୟାପୀଠରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ କୋଣାର୍କ ପରିବାର ଓ ପ୍ରିୟଦର୍ଶିନୀ ଇକୋ ରିସର୍ଟ ତରଫରୁ ସଚେତନ କରାଇଥିଲେ ।ତମାଖୁ ଖାଇବା ଦ୍ଵାରା ଅନେକ ସମୟରେ ଲୋକେ କ୍ୟାନସର ଭଳି ରୋଗ ରେ ଶିକାର ହୋଇଥାନ୍ତି ।
ତେଣୁ ଆଜିର ଶିଶୁ ଆସନ୍ତା କାଲି ର ଭବିଷ୍ୟତ। ନିଶା ସେବନ ଦ୍ଵାରା ଲୋକେ ବଡ ବଡ ରୋଗରେ ଶିକାର ହୋଇଥାନ୍ତି ।କଥାରେ ଅଛି, “ପାନ ବିଡି ନୁହେଁ ଛୋଟିଆ ନିଶା ଜଣା ପଡ଼େ ନାହିଁ ଟାଣେ ପଇସା।” |ଆଜିର ସଚେତନତା ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନିଜେ କିପରି ନିଶା ଠାରୁ ଦୂରେଇ ରହିବା ସହିତ ସଚେତନ ରହି ନିଜେ ନିଜର ପରିବାର ଓ ସମାଜକୁ କିପରି ନିଶା ଠାରୁ ଦୂରେଇ ରଖିବେ ସେଥିପ୍ରତି ଧ୍ୟାନ ଦେବା ଆବଶ୍ୟକ।
କୋଣାର୍କ ରୁ ଆଶିଷ ରଞ୍ଜନ ମିଶ୍ର ଫୋକସ୍ ପ୍ଲସ ।