ବିଶ୍ୱକପ ମ୍ୟାଚ ପାଇଁ ଚାଲିବ ସ୍ଵତନ୍ତ୍ର ଟ୍ରେନ

ନୂଆଦିଲ୍ଲୀ: ଅହମଦାବାଦରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ଖେଳ ଦେଖି ଯିବା ପାଇଁ ଯାତ୍ରୀସଂଖ୍ୟା ବୃଦ୍ଧି ପାଉଥିବାରୁ ଭାରତୀୟ ରେଳବାଇ ସ୍ବତନ୍ତ୍ର ରେଳ ସେବା ଯୋଗାଇ ଦେବ ବୋଲି ଘୋଷଣା କରିଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି

ସୂଚନାଯୋଗ୍ୟ, ଗୁଜରାଟର ଅହମଦାବାଦ ଅନ୍ତର୍ଗତ ମୋଟେରା ଅଞ୍ଚଳରେ ଥିବା ନରେନ୍ଦ୍ର ମୋଦୀ ଷ୍ଟାଡିୟମ୍‌ରେ ରବିବାର ଦିନ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ‘ଆଇସିସି ବିଶ୍ବକପ୍‌ ୨୦୨୩’ ଫାଇନାଲ୍‌ ମ୍ୟାଚ୍‌ ଖେଳାଯିବ।

ସେଥିପାଇଁ ଏହି ସ୍ବତନ୍ତ୍ର ରେଳ ସବୁ ଦିଲ୍ଲୀରୁ ମୁମ୍ବାଇ ଓ ସେଠାରୁ ଅହମଦାବାଦ ମଧ୍ୟରେ ଚଳାଚଳ କରିବ। ଆଜି ଅର୍ଥାତ୍‌ ଶନିବାର ସନ୍ଧ୍ୟା ବେଳେ ଉକ୍ତ ଟ୍ରେନ୍‌ ଯାତ୍ରା ଆରମ୍ଭ କରି ଆସନ୍ତାକାଲି ସକାଳେ ଅହମଦାବାଦରେ ପହଞ୍ଚିବ। ଗୋଟିଏ ଟ୍ରେନ୍‌ ଦିଲ୍ଲୀରୁ ଛାଡ଼ିବାକୁ ଥିବା ବ‌େଳେ ବାକି ୩ଟି ଟ୍ରେନ୍‌ ମୁମ୍ବାଇରୁ ଅହମଦାବାଦ ମଧ୍ୟର ଚଳାଚଳ କରିବ।

ମ୍ୟାଚ୍‌ ଶେଷ ହେବା ପରେ ରାତି ପ୍ରାୟ ୨.୩୦ରେ ଏହି ସ୍ବତନ୍ତ୍ର ରେଳ ସବୁ ଅହମଦାବାଦ୍‌ରୁ ପ୍ରତ୍ୟାବର୍ତ୍ତନ ଯାତ୍ରା ଆରମ୍ଭ କରିବେ।

ବର୍ଦ୍ଧିତ ବିମାନ ଟିକେଟ୍‌ ମୂଲ୍ୟଠାରୁ ସ୍ବତନ୍ତ୍ର ରେଳର ଟିକେଟ୍‌ ମୂଲ୍ୟ ଯେମିତି ଶସ୍ତା ହୁଏ, ସେଥିପ୍ରତି ଭାରତୀୟ ରେଳବାଇ ବିଶେଷ ଧ୍ୟାନ ଦେଇଛି। ନିୟମିତ ଟ୍ରେନ୍‌ର ସବୁ ସିଟ୍‌ ରିଜର୍ଭ ହୋଇସାରିଥିବା ବେଳେ ବିମାନ ଯାତ୍ରା ଲାଗି ଟିକେଟ୍‌ର ମୂଲ୍ୟ ଆକସ୍ମିକ ଭାବେ ବୃଦ୍ଧି ପାଇ ୨୦, ୦୦୦ ଟଙ୍କାରୁ ୪୦,୦୦୦ ଟଙ୍କା ହୋଇଯାଇଛି। କ୍ରିକେଟ୍‌ପ୍ରେମୀଙ୍କ ଚାହିଦା ପ୍ରତି ଧ୍ୟାନ ଦେଇ ରେଳବାଇ ସ୍ବତନ୍ତ୍ର ରେଳ ଚଳାଇବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି।

Leave a Reply

Your email address will not be published. Required fields are marked *