ଫୋକସ ପ୍ଲସ ୧୭/୦୬/୨୨(ବାଲେଶ୍ୱର): ଡାକ୍ତରଙ୍କ ପେସ୍କିସନ୍ ଉପରେ ଭୁଲ ଔଷଧ ଦେଲା ଔଷଧ ଦୋକାନୀ, ଭୁଲ ଔଷଧ ଖାଇ ସାଢେ଼ ଚରିବର୍ଷର ଶିଶୁ ପୁତ୍ର ଗୁରୂତର ପରେ ବାଲେଶ୍ବର ମେଡ଼ିକାଲରେ ଭର୍ତି, ଭୁଲ ଔଷଧକୁ ନେଇ ବାଲେଶ୍ବର ମେଡ଼ିକାଲରେ ଉତ୍ତେଜନା ।ସୂଚନା ଅନୁଯାୟୀ ବାଲେଶ୍ବର କୁରୂଡା ଖାନ୍ ନଗର ଅଞ୍ଚଳର ପ୍ରଭାକର ଲେଙ୍କା ଙ୍କ ଦେଢ଼ ବର୍ଷର ଶିଶୁ ପୁତ୍ର ଦେହ ଖରାପ ହେବାରୁ ଡାକ୍ତର ଶୁଭଙ୍କର ମିଶ୍ରଙ୍କୁ ଦେକାଇ ମେଡିକାଲ୍ ସାମ୍ନା ରେ ଥିବା ମଙ୍ଗଳା ଔଷଧ ଷ୍ଟୋର ରୁ ଔଷଧ ଆଣିଥିଲେ । ଔଷଧ ଦୋକାନୀ ଡାକ୍ତରଙ୍କ ପେଷ୍କିସନ୍ ଉପରେ ଭୁଲ ଔଷଧ ଦେଇ ଶିଶୁ ପୁତ୍ର ଏବେ ଗୁରୁତର । ତେବେ ଔଷଧ ଦୋକାନୀ ଦେଇଥିବା ଭୁଲ ଔଷଧ ଖାଇ ଶିଶୁ ପୁତ୍ରର ଏବେବି ବାଲେଶ୍ବର ମେଡ଼ିକାଲରେ ଅଚେତ୍ ଅବସ୍ତାରେ ରହିଛି । ଶିଶୁ ପୁତ୍ରର ପରିବାର ଲୋକେ ବାଲେଶ୍ବର ମେଡିକାଲ୍ ଫାଣ୍ଡିରେ ମେଡିସିନ ଦୋକାନୀ ଙ୍କ ନାଁରେ ଅଭିଯୋଗ । ମେଡିକାଲ୍ ପୋଲିସ ଘଟଣା ଉପରେ ଆରମ୍ଭ କରିଛି ତଦନ୍ତ ।
ବାଲେଶ୍ୱର ରୁ ଗୁରୁ ପ୍ରସାଦ ବାରିକ୍ ଫୋକସ ପ୍ଲସ