ବିସ୍ଫୋରକ ମାଓ ସାମଗ୍ରୀ ଜବତ କଲା ପୋଲିସ

ଫୋକସ ପ୍ଲସ(ମାଲକାନଗିରି)୦୬/୦୮/୨୦୨୨ : ବିଶେଷ ସୂତ୍ରରୁ ସୂଚନାକୁ ଆଧାର କରି ସ୍ବାଭିମାନ ଅଞ୍ଚଳରେ ଜୋରଦାର ସର୍ଚ୍ଚ ବେଳେ ମାଲକାନଗିରି ପୁଲିସକୁ ସଫଳତା। ଆନ୍ଧ୍ର ଓଡିଶା ସୀମାନ୍ତ ଯୋଡାମ୍ବୋ ଥାନା ଅନ୍ତର୍ଗତ ଜନ୍ତ୍ରୀ ପଞ୍ଚାୟତ ଅଞ୍ଚଳରୁ ମିଳିଲା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର , ଆଇଇଡି , ୱେଲଡିଂ ଉପକରଣ , ମାଓ ସାହିତ୍ୟ ତଥା ଅନ୍ୟାନ୍ୟ ଅପରାଧିକ ସାମଗ୍ରୀ ଜବତ କଲା ପୁଲିସ। ମାଓବାଦୀ ସହୀଦ ସପ୍ତାହରେ ଅସ୍ତ୍ରଶସ୍ତ୍ର ତିଆରି କରିବା ସହ ସୁରକ୍ଷାବାହିନୀ ଓ ସାଧାରଣ ନାଗରିକଙ୍କୁ ଟାର୍ଗେଟ କରିବା ଥିଲା ମାଓବାଦୀଙ୍କ ଲକ୍ଷ୍ୟ।

ଉକ୍ତ ଜବତ ବିସ୍ଫୋରକ ଓ ଅନ୍ୟାନ୍ୟ ସାମଗ୍ରୀ ଗୁଡିକ ଆନ୍ଧ୍ର ଓଡ଼ିଶା ବର୍ଗର ସ୍ପେଶଲ ଜୋନାଲ କମିଟି(AOBSZC)ର ହୋଇଥିବା ଅନୁମାନ କରୁଛି ପୁଲିସ।ଯାହାକୁ ମାଓବାଦୀ ମାନେ ରାଷ୍ଟ୍ର ବିରୋଧି ଗତିବିଧିରେ ବ୍ୟବହାର କରି ପୁଲିସ ଓ ସାଧାରଣ ଲୋକଙ୍କୁ କ୍ଷତି ପହଁଞ୍ଚାଇବା ଥିଲା ଉଦେଶ୍ୟ। ଘଟଣା ସ୍ଥଳରେ ସର୍ଚ୍ଚ ଅପରେସନ ସହ କୁମ୍ବିଂ ଅପରେସନକୁ ଜୋରଦାର କରାଯାଇଛି। ତେବେ ଚଳିତ ବର୍ଷ ମାଓବାଦୀ ଶହୀଦ ସପ୍ତାହରେ ମାଲକାନଗିରି ଜିଲ୍ଲାରେ କୌଣସି ପ୍ରକାର ହିଂସାକାଣ୍ଡ କିମ୍ବା ଅଘଟଣ ଘଟାଇ ପାରି ନାହାଁନ୍ତି। ଜିଲ୍ଲାର ସମସ୍ତ ମାଓବାଦୀ କାର୍ଯ୍ୟକଳାପକୁ ମୂଳୋତ୍ପାଟନ କରିବା ମାଲକାନଗିରି ପୁଲିସର ଦୃଢ଼ ସଂକଳ୍ପ।

ମାଲକାନଗିରି ରୁ ନିରଞ୍ଜନ ମଲ୍ଲଙ୍କ ରିପୋର୍ଟ ଫୋକସ ପ୍ଲସ।

Leave a Reply

Your email address will not be published. Required fields are marked *