ବିସ୍ମୟ ବାଳକ !

ଫୋକସ ପ୍ଲସ12/01/2024: ଯେଉଁ ବୟସରେ ପିଲା କଥା ପଦେ କହିବା ସହଜ ହୋଇପାରେ ନାହିଁ ସେହି ବୟସରେ ନିଜର ଅବିଶ୍ୱସନୀୟ ସ୍ମରଣ ଶକ୍ତି ପାଇଁ ବିରଳ ରେକର୍ଡ ର ଅଧିକାରୀ ହୋଇଛନ୍ତି ଅୟଂଶ ରାଜ ଦାସ | ବାପା ମାଆ ଜେଜ ଜେଜମା ସହ ରହୁଛନ୍ତି ରାଜଗାଙ୍ଗପୁର ଓସିଏଲ କଲୋନୀରେ ପାଠ ପଢୁଛନ୍ତି ଡାଲମିଆ ବିଦ୍ୟା ମନ୍ଦିର ଏଲକେଜି ରେ | ମାତ୍ର ଚାରି ବର୍ଷ ଚାରି ମାସ ବୟସରେ ସେ ଜାତୀୟ ଅନ୍ତର୍ଜାତୀୟ ସ୍ତରରେ କୃତ୍ତିତ୍ୱ ଅର୍ଜନ କରି ପାଇଛନ୍ତି ପୁଳାପୁଳା ସାର୍ଟିଫିକେଟ ସହ ମେଡାଲ,ଯେତେବେଳେ ତାଙ୍କୁ ଅଢେଇ ବର୍ଷ ହୋଇଥିଲା ଇଣ୍ଡିଆ ବୁକ ଅଫ ରେକର୍ଡରେ ଗୋଟେ ମିନିଟ ରେ ଛଅ ଟି ଇଂଗ୍ରାଜୀ ରାଇମ୍ସ କହି ନିଜ ନାମକୁ ଲିପିବଦ୍ଧ କରିଥିଲେ | ସେବେଠାରୁ ସେ ଆଉ ପଛକୁ ଫେରିନାହାନ୍ତି, ଦୁଇ ବର୍ଷ ଆଠ ମାସରେ ଇଣ୍ଟରନେସନାଲ ବୁକ ଅଫ ରେକର୍ଡ,ତିନି ବର୍ଷ ତିନି ମାସରେ ଦେଶର ଟ୍ୟାଲେଣ୍ଟେଡ କିଡ଼ସ୍ ଆଚିବର ଆୱାର୍ଡ ଓ ତିନି ବର୍ଷ ଆଠ ମାସରେ ଜାତୀୟ ରାଇମ୍ସ ଏବଂ ଶ୍ଳୋକ ପ୍ରତିଯୋଗିତାରେ ସୁପର ପରଫର୍ମର ହୋଇଥିଲେ, ତିନି ବର୍ଷ ଦଶ ମାସରେ ଅନ୍ତର୍ଜାତୀୟ ସୁପର ଟ୍ୟାଲେଣ୍ଟେଡ କିଡ଼ ଆୱାର୍ଡ ପାଇଥିଲେ | ସେହି ପ୍ରତିଯୋଗିତାରେ ଗୋଟେ ମିନିଟରେ ଆଠ ଟି ରାଇମ୍ସ,, ୩୭ ସେକେଣ୍ଡରେ ପାଞ୍ଚଟି ଶ୍ଳୋକ, ଗୋଟେ ମିନିଟରେ ଏକ ରୁ ୧0 ପର୍ଯ୍ୟନ୍ତ ନିର୍ଭୁଲ ସ୍ପେଲିଙ୍ଗ ଲେଖିଥିଲେ | 27 -12-23 ରେ ଭୁବନେଶ୍ୱର ଜୟଦେବ ଭବନରେ ୱାର୍ଲଡ ଚ୍ୟାରେଟି ଆୱାର୍ଡ ସେରିମୋନିରେ (wcf) ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା | କଥାରେ ଅଛି ଓଳିଆ ରୁ ପଡ଼ି ଗଜା ସେଭଳି ପିଲାଟି ଛୋଟ ବେଳୁ ଅବିସ୍ମରଣୀୟ ସ୍ମରଣ ଶକ୍ତି ବଳରେ ମାଆଙ୍କର ପ୍ରତ୍ୟେକ କଥା ମନେ ରଖୁଥିଲେ ସେବେଠୁ ମାଆ ଓ ଜେଜମା ପୁଅକୁ ଜାତୀୟ/ ଅନ୍ତର୍ଜାତୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ | ତାଙ୍କ ବାପା ସବୁ ଶ୍ରେୟ ମାଆ ଓ ଜେଜମା ଙ୍କୁ ଦେଇଥିବା ବେଳେ ଆଗକୁ ଆହୁରି ବିଶ୍ୱ ସ୍ତରୀୟ ରେକର୍ଡ କରିବା ସହିତ ଭଲ ମଣିଷ ଟେ ହୋଇ ଜିଲ୍ଲା ଓ ରାଜ୍ୟ ର ନା ରଖିବା ପାଇଁ ଆଶା ରଖିଛନ୍ତି |

Leave a Reply

Your email address will not be published. Required fields are marked *