ଏଚ୍ ଡି ବି ଫାଇନାସ କମ୍ପାନୀର ଦାଦାଗିରି

ଫୋକସ ପ୍ଲସ 12/3/23(ବ୍ୟୁରୋ): ସରକାର ତଥା ରିଜର୍ଭ ବ୍ଯାଙ୍କ ର ନିୟମ ଅନୁସାରେ ଭାରତରେ ଥିବା ସମସ୍ତ ବ୍ଯାଙ୍କ ଓ ଫାଇନାସ ସଂସ୍ଥା ଗୁଡିକ କାର୍ଯ୍ୟ କରିବା କଥା ମାତ୍ର ବହୁ ସମୟରେ ଦେଖିବାକୁ ମିଳିଛି କି କିଛି ସଂସ୍ଥା ନିୟମ ବିରୁଦ୍ଧ କାର୍ଯ୍ୟ କରିବା ସହିତ ରିଜର୍ଭ ବ୍ଯାଙ୍କ ଙ୍କ ଠାରୁ ଦଣ୍ଡିତ ହୋଇଥିବା ର ନଜିରି ରହିଛି। ଠିକ୍ ସେହିପରି ଯାଜପୁର ଜିଲ୍ଲା କଲିଙ୍ଗନଗର ଥାନା ଅନ୍ତର୍ଗତ ବାରଘାଡିଆ ଗ୍ରାମର ୟୋଷବନ୍ତ ସାମନ୍ତ ଏକ ଅଭିଯୋଗ କରିଛନ୍ତି କଲିଙ୍ଗନଗର ଥାନାରେ କି ତାଙ୍କର OD04B4546 ଗାଡିର ମାଲିକାନା ତାଙ୍କ ନାମରେ ଥିବା ବେଳେ ଏଚ୍ ଡି ବି ଫାଇନାସ ଗାଡିଟିକୁ ବିକ୍ରୀ କରି ଦେଇଥିବା ବ୍ଯକ୍ତି ଙ୍କ ନାମ ରେ ଗାଡିଟି ପରିବହନ କରିବା ପାଇଁ କୈଣସି କାଗଜ ପତ୍ର ନଥିବା ବେଳେ ସେ ପରିବହନ କରିବା ଦେଖିବାକୁ ମିଳିଛି। ଯାହା ଫଳରେ ୟୋଷବନ୍ତ ସାମନ୍ତ ଗାଡିଟି କୁ କଲିଙ୍ଗନଗର ଥାନାରେ ଜିମା ଦେଇଥିବା ତାଙ୍କର ପ୍ରତିକିୟା ରେ କହିଛନ୍ତି। ମାତ୍ର ଏହି ୟୋଷବନ୍ତ ସାମନ୍ତ ଙ୍କ ପରି ବହୁତ ଗାଡି ମାଲିକ ଏହି ପରି ପରିସ୍ଥିତି ର ସାମ୍ନା କରୁଥିବା ବେଳେ ଏଥିପ୍ରତି ସରକାର ଓ ସଂପୂକ୍ତ ସଂସ୍ଥା ଗୁଡିକ ଅନୁଧ୍ଯାନ କରୁଥିବା ସଂସ୍ଥା ଗୁଡିକ ଏମାଙ୍କୁ ଏପରି କାର୍ଯ୍ୟ କରିବା ପୂର୍ବରୁ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କରିବା ପାଇଁ ଯଦି ତଦାରଖ କରନ୍ତେ। ତେବେ ବହୁ ଗାଡି ମାଲିକ ଉପକୂତ ହୁଅନ୍ତେ ବୋଲି ସାଧାରଣ ରେ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳିଛି।

Leave a Reply

Your email address will not be published. Required fields are marked *