ବି. ଡି. ଓ ଙ୍କ ନାଁରେ ମିଛ କହିଲେ ପି. ଇ. ଓ

ଫୋକସ ପ୍ଲସ 21/2/23( ଧର୍ମଶାଳା):ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅଧିନସ୍ଥ କୁମାରୀ ପଞ୍ଚାୟତରେ ଆଜି ଏକ ସାମାଜିକ ସମୀକ୍ଷା ବୈଠକ ଅନଷ୍ଠିତ ହୋଇଯାଇଛି। ଏହି ବୈଠକ ମୁଖ୍ୟତଃ PMAY ଯୋଜନା ଓ NREGS ଯୋଜନା ରେ ହିତାଧୀକାରୀ ସଠିକ୍ ଭାବେ ଉପକୃତ ହେଇପାରୁଛନ୍ତି କି ନାହିଁ ଏହାର ସମୀକ୍ଷା ପାଇଁ ଏହି ବୈଠକ କରାଯାଇଥିଲା। ସଭା ଆରମ୍ଭରୁ ଉକ୍ତ ପଞ୍ଚାୟତର ପି. ଇ. ଓ ଙ୍କ ଅନୁପସ୍ଥିତ ପାଇଁ ସଭାରେ ଗ୍ରାମବାସୀଙ୍କ ଅସନ୍ତୋଷ ଦେଖିବାକୁ ମିଳିଥିଲା। କୁମାରୀ ପଞ୍ଚାୟତ ସରପଂଚଙ୍କ ପ୍ରତିନିଧି ଏ ବିଷୟରେ ଧର୍ମଶାଳା ବି. ଡି. ଓ ଙ୍କୁ ଫୋନ ମାଧ୍ୟମରେ ଅବଗତ କରିଥିଲେ। ବି.ଡି. ଓ ମହାଶୟ ତାଙ୍କୁ ସେଠାକୁ ଯିବା ପାଇଁ ଚିଠି ଦେଇଥିଲେ ବୋଲି କହିଥିଲେ ସଭାରେ ଉକ୍ତ ପଞ୍ଚାୟତର ଗ୍ରାମବାସୀ ମୁଖ୍ୟ ପ୍ରସଙ୍ଗ ଘରବାଡି ପଟା ନଥିବା ସମସ୍ୟା ଉପରେ ଅଭିଯୋଗ ଜଣାଇଥିଲେ।

ପରେ ଦୁଇ ଘଣ୍ଟା ବିଳମ୍ବରେ ପି. ଇ. ଓ ଆସି ପହଂଚି ଥିଲେ । ବିଳମ୍ବ କାରଣ ପଚାରିବାରୁ କହିଥିଲେ ବି. ଡି. ଓ ଙ୍କ ମନ ନାହିଁ l ସେ ମିଛ କହୁଛନ୍ତି l ମୋତେ ଅଲଗା ଆଡେ ମୀଟିଙ୍ଗ କରିବା ପାଇଁ ପଠାଇଥିଲେ l ସେ କୌଣସି କଥା କହିପାରିବେନି ତାଙ୍କ ଉପରିକ୍ତ ଅଧିକାରୀଙ୍କୁ ପଚାରିବା ପାଇଁ ଜବାବ ରଖିଥିଲେ। ଏହାପରେ ଗ୍ରାମବାସୀ ସଭାରୁ ଉଠି ଚାଲି ଯାଇଥିବା ଦେଖିବାକୁ ମିଳିଥିଲା। ଶେଷରେ ବୈଠକରେ କୌଣସି ଗୁରୁତ୍ୱ ପୂର୍ଣ ଆଲୋଚନା ହୋଇ ପାରି ନଥିଲା l

Leave a Reply

Your email address will not be published. Required fields are marked *