ବୁଢା ହେଲେ ସିଂହ ଆତ୍ମହତ୍ୟା କରେ କି? କେତେ ଅଛି ଏହି କଥାର ସତ

ଫୋକସ ପ୍ଲସ 31/3/23(ବ୍ୟୁରୋ): ଦୁନିଆରେ କିଛି ଲୋକ ବିଶ୍ୱାସ କରନ୍ତି ଯେ ସିଂହ ଯେବେ ଵୃଦ୍ଧାଵସ୍ଥାରେ ଉପନୀତ ହୁଏ, ସେତେବେଳେ ସେ ଆଉ ଶିକାର କରିପାରିନଥାଏ ଓ ନିଜକୁ ମାରିଦିଏ । ଆପଣ ବି କେବେ ନା କେବେ ଏହି କଥା ଶୁଣିଥିବେ । କିନ୍ତୁ ଏହି କଥା ସତ ନୁହେଁ । ଆଜି ଆମେ ଆପଣଙ୍କୁ ବାସ୍ତବ କଥା ବାବଦରେ କହିବୁ । ପ୍ରକୃତରେ ସିଂହର ଜୀବନକାଳ ସାଧାରଣତଃ ୨୫ ବର୍ଷ ହୋଇଥାଏ, ୧୨ ବର୍ଷ ବୟସରୁ ହିଁ ସିଂହ ଦୁର୍ବଳ ହୋଇଯାଇଥାଏ । ଏହାପରେ ସିଂହ ଆଉ କ୍ଷିପ୍ର ଗତିରେ ଦୋୖଡିପାରିନଥାଏ ଆଉ ଛୋଟ ଛୋଟ ଜୀବଜନ୍ତୁଙ୍କୁ ଶିକାର କରିଥାଏ । ଜୀବ ବିଜ୍ଞାନୀଙ୍କ କହିବା ମୁତାବକ ସିଂହ କେବେ ବି ଶିକାର କରେନାହି । ଭୋଜନ ପାଇଁ ୯୦ ପ୍ରତିଶତ ଶିକାର ସିଂହି କରିଥାଏ । ସିଂହ ମୁଖ୍ୟତଃ ସିଂହିକୁ ଅନ୍ୟ ଜୀବଜନ୍ତୁଙ୍କ କବଳରୁ ରକ୍ଷା କରିଥାଏ । ସିଂହ ଜଙ୍ଗଲରେ ବୁଲୁଥାଏ ଓ କେତେ ଅଂଚଳ ଉପରେ ତାହାର ଶାସନ ଅଛି ତାହା ସୁନିଶ୍ଚିତ କରିଥାଏ । କୁହାଯାଏ ଯେ କିଛି ବର୍ଷ ପରେ ସିଂହି, ବୃଦ୍ଧ ସିଂହକୁ ଛାଡି ଚାଲିଯାଇଥାଏ । ଆଉ ଖାଦ୍ୟ ନ ପାଇ ସିଂହର ମୃତ୍ୟୁ ହୋଇଯାଏ ।

Leave a Reply

Your email address will not be published. Required fields are marked *