ବୁଲା କୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି ସହର ବାସି ।

ଫୋକସ ପ୍ଲସ 15/12/2022(ବାଲେଶ୍ୱର): ବାଲେଶ୍ୱର ସହର ର ସୁନହଟ ଅଞ୍ଚଳରେ କିଛି ଦିନ ପୂର୍ବରୁ ବିଭିନ୍ନ ୱାର୍ଡରେ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କୁକୁର କାମୁଡିବା ଘଟଣାରେ ୩୦ ରୁ ଅଧିକ ଲୋକ ଗୁରୁତ୍ଵ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେବା ପରେ ଏବେ ସହର ବାସିଙ୍କ ଚିନ୍ତା ବଢ଼ିଯାଇଛି। ସହରରେ ବୁଲା କୁକୁରଙ୍କ ଆତଙ୍କ ଏତେ ମାତ୍ରାରେ ବଢ଼ି ଚାଲିଛି ଯେ ଲୋକେ ଯାତାୟାତକୁ ସୁରକ୍ଷିତ ଭାବୁ ନାହାନ୍ତି। ପ୍ରତିଦିନ କୁକୁରଙ୍କୁ ନେଇ ଛୋଟ ବଡ ଦୁର୍ଘଟଣା ମଧ୍ୟ ଘଟୁଛି। କିନ୍ତୁ ଦୋଷ ଲଦା ଲଦି କରୁଛନ୍ତି ବିଭାଗ। ଦୁର୍ଭାଗ୍ୟର କଥା ହେଲା ଆଜି ଯାଏ ଜିଲ୍ଲାରେ ABC(ଆନିମାଲ ବାର୍ଥ କଣ୍ଟ୍ରୋଲ) କାର୍ଯ୍ୟକ୍ରମ ଠପ୍।ଫଳରେ ଦିନକୁ ଦିନ କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଦେଶରେ ଅଧିକ କୁକୁର ଥିବା ରାଜ୍ୟ ମାନଙ୍କ ମଧ୍ୟରେ ଦ୍ଵିତୀୟ ସ୍ଥାନରେ ରହିଛି ଓଡ଼ିଶା। ଆମ ବାଲେଶ୍ୱର ପ୍ରତିନିଧି ଭେଟିଥିଲେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସେ ସୂଚନା ଦେଇଥିଲେ 2019 ସର୍ଭେ ରିପୋର୍ଟ ଅନୁସାରେ ବାଲେଶ୍ୱର ଜିଲ୍ଲା ରେ ୪୦.୦୦୦ ହଜାରରୁ ଅଧିକ କୁକୁର ରହୁଥିବା ବେଳେ ତନ୍ମମଧ୍ୟ୍ୟରୁ ବାଲେଶ୍ୱର ପୌର ପାଲିକାରେ 6 ହଜାରରୁ7 ହଜାର ରହୁଛନ୍ତି ବୋଲି ପ୍ରାଥମିକ ଆକଳନ କରାଯାଇଛି ବୋଲି ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ବନମାଳୀ ସାହୁ ପ୍ରକାଶ କରିଛନ୍ତି।ସେହିଭଳି ଜନ୍ମ ନୀୟତ୍ରଣ ପାଇଁ ସରକାର ବାର୍ଷିକ 2 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରୁଛନ୍ତି।କିନ୍ତୁ କିଛି ଲାଭ ମିଳୁ ନାହିଁ। ଜିଲ୍ଲାରେ ତିନି ବର୍ଷ ପୂର୍ବେ ବୁଲା କୁକୁରଙ୍କ ବଂଶ ବୃଦ୍ଧି ରୋକିବା ନିମନ୍ତେ ଜିଲ୍ଲା ପ୍ରାଣୀକାଯ୍ୟାଳୟ ପକ୍ଷରୁ ବାଲେଶ୍ୱର ପୌର ପାଳିକାକୁ ଏହି ବାବଦରେ 17 ଲକ୍ଷ ଟଙ୍କା ଦୁଇଟି ପର୍ଯ୍ୟାକ୍ରମରେ ଦିଆ ଯାଇଥିଲା। କିନ୍ତୁ ବାଲେଶ୍ୱର ପୌରପାଳିକା କୁକୁର ବନ୍ଧ୍ୟା କରଣ ଗୃହ ତିଆରି କରି ଚୁପ୍ ବସିଛି। କିନ୍ତୁ ଏଣ୍ଟି ରାବିଶ ଦେବା ନିମନ୍ତେ ଏକ ଗାଡ଼ିର ମଧ୍ୟ ବ୍ୟବସ୍ଥା ସହ ପଶୁଚିକିତ୍ସାଲୟରେ ଏକ ଗୃହ ମଧ୍ୟ ନିର୍ମାଣ ହୋଇଥିଲା ଏହାସହ ପାରା ଡକ୍ଟର, କୁକୁର ଧରାଳି, ଡ୍ରାଇଭର ନିଯୁକ୍ତି ପାଇଁ ଯୋଜନା ହୋଇଥିଲା କିନ୍ତୁ ବିଭାଗର ବିଫଳତା ଯୋଗୁ ତାହା ଫାଇଲରେ ରହିଗଲା। ଗାଡ଼ି ଟି ଏବେ ପୌରପାଳିକା କାମରେ ଲାଗୁଥିବା ବେଳେ ପଶୁଚିକିତ୍ସାଲୟରେ ବନ୍ଧ୍ୟା କରଣ ଗୃହ ଏବେ ଜରାଜିନ୍ନ ଅବସ୍ଥାରେ ପଡିରହିଛି।

Leave a Reply

Your email address will not be published. Required fields are marked *