ବୁଲିଲା ବୋଲଡୋଜ୍ୱର ଭାଙ୍ଗିଲା ବେଆଇନ ଦୋକାନ ||

ଫୋକସ ପ୍ଲସ 23/12/2022(କେନ୍ଦ୍ରାପଡା):  କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରେ ରାଜସ୍ୱ ବିଭାଗର ଢିଲାପଣ ନୀତି ଯୋଗୁ ରାଜନଗର ଅଞ୍ଚଳରେ ଅନେକ ସରକାରୀ ଜାଗାକୁ ଜମି ମାଫିଆ ମାନେ ଅକ୍ତିଆର କରୁଥିବାର ଦେଖିବାକୁ ମିଳେ ସେହିପରି ବାଲିସାହି ପାଟଣା ଗ୍ରାମର ଅଭିରାମ ରାଉତ ନିଜର କୌଶଳ କ୍ରମେ କେରଡାଗଡ଼ ରାଜୋସ୍ୱନିରୀକ୍ଷକଙ୍କୁ ହାତ କରି ଚମ୍ପାଦିଆ ଛକରେ ସରକାରୀ ଜାଗାରେ ଦୋକାନ ଘରକରି କିଛି ଦିନ ହେବ ବ୍ୟବସାୟ କରିଆସୁଥିଲେ । ହେଲେ ଏହି ଦୋକାନ ଘର ହେବା ଦ୍ୱାରା ଗ୍ରାମ ବାସୀଙ୍କର ଅସୁବିଧା ହେବାରୁ ସ୍ଥାନୀୟ ଜନସାଧାରଣ ଘର ଆରମ୍ଭ ହେବା ସମୟ ଠାରୁ କେରଡ଼ାଗଡ଼ ରାଯୋସ୍ୱନିରୀକ୍ଷକଙ୍କୁ ବାରମ୍ବାର ଜଣାଇବା ପରେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ହେଉନଥିଲା । ଫଳରେ ଅଞ୍ଚଳ ବାସୀ ରାଜନଗର ତହସିଲଦାର ଅଶ୍ୱିନୀ କୁମାର ଭୂୟାଁଙ୍କ ନିକଟରେ ଅଭିଯୋଗ କରିଥିଲେ । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ ତହସିଲଦାର ତଦନ୍ତ କରି ଏହି ଦୋକାନ ଘର ଉଚ୍ଛେଦ କରିବାକୁ ଜବରଦଖଲ କାରୀଙ୍କୁ ନୋଟିସ୍ କରିଥିଲେ। ଜବର ଦଖଲକାରୀ ଶ୍ରୀ ରାଉତ ନୋଟିସ୍ ପ୍ରକାରେ ଉଚ୍ଛେଦନ କରିବାରୁ ରାଜନଗର ପ୍ରଶାସନ ପକ୍ଷରୁ ବେଆଇନ ଦୋକାନ ଘରକୁ ଡ୍ରୋଜର ସାହାଯ୍ୟରେ ଭଙ୍ଗାଯାଇଥିଲା । ଅନ୍ୟପକ୍ଷେ ଜବରଦଖଲ କରିଥିବା ଅଭିରାମ ରାଉତଙ୍କ ଅଭିଯୋଗ ଯେ ଏହି ଦୋକାନ ଘର କରିଵା ପାଇଁ କେରଡ଼ାଗଡ଼ ଆର୍.ଆଇ ଦୀପକ କୁମାର ବେହେରା ତାଙ୍କଠୁ ମୋଟା ଅଙ୍କର ଅର୍ଥ ରାସି ନେଇ ତାଙ୍କୁ ସହଯୋଗ କରିବାକୁ ତାଙ୍କ ନାମରେ ଜ୍ଵବର ଦଖଲ ମାମଲା ସଂଖ୍ୟା ୪୫୫/୦୨୨ପ୍ରକାରେ କେଶ୍ କରି ଟ୩୦୧୦/-ଙ୍କା ଆଦାୟ କରି ଏକ ପାଉତି ପ୍ରଦାନ କରିଥିଲେ ହେଲେ ଏବେ ଆସି ମୋ ଦୋକାନ ଘର କୁ ଭାଙ୍ଗୁଛନ୍ତି । ଏହି ସମୟରେ ଜବରଦଖଲକାରୀଙ୍କ ସମର୍ଥକମାନେ RI ନେଇଥିବା ଲାଞ୍ଚ ଟଙ୍କା ଫେରସ୍ତ କରିବାକୁ ଦାବୀକରିଥିଲେ ହେଲେ ମୁଁ କିଛି ଟଙ୍କା ନେଇ ନାହିଁ ବୋଲି ଲୋକଙ୍କୁ କହିଥିଲେ କେରଡ଼ାଗଡ଼ ଆର୍.ଆଇ ।|ଅନ୍ୟପକ୍ଷେ ଉକ୍ତ ଘଟଣା ଉପରେ ରାଜନଗର ତହସିଲଦାର ପ୍ରତିକ୍ରିୟାଦେଇ କହିଛନ୍ତି ଏଥିରେ ମୋର କୋୖଣସି ଉଦ୍ଧେଶ୍ୟ ମୂଳକ ମନୋଭାବ ନାହିଁ ଲୋକମାନଙ୍କ ଅଭିଯୋଗ ପ୍ରକାରେ ଭାଙ୍ଗିବାକୁ ବାଧ୍ୟ।

Leave a Reply

Your email address will not be published. Required fields are marked *