ବୃତ୍ତି ମୋର ପୋଷେ କୁଟୁମ୍ବ

ଫୋକସ ପ୍ଲସ (କାମାକ୍ଷାନଗର)୨୪/୦୭/୨୦୨୨: କାମାକ୍ଷାନଗର ଆଜିକୁ ଦୀର୍ଘ ତିରିଶ ବର୍ଷ, ଏଇ ବେପାର ରେ ମୋ ପରିବାର, ପିଲାଛୁଆ ଚଳିଛନ୍ତି l ସେତେବେଳେ ବହୁତ କମ ପଇସା ରେ ଜିନିଷ ବିକ୍ରି କରୁଥିଲି l କିନ୍ତୁ ଏବେ ଚଢା ଦର ରେ ବିକ୍ରି କରିବାକୁ ପଡୁଛି l ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ପ୍ରକାଶ କରୁଛନ୍ତି l ହଁ ଆଜ୍ଞା ଦୀର୍ଘ ତିରିଶ ବର୍ଷ ର ଅନୁଭୂତି ରୁ ଏଇ ହେଉଛି କିଞ୍ଚିତ ଶବ୍ଦ ବା ଅବଶୋଷ l ଆଜିକୁ ତିରିଶ ବର୍ଷ ତଳେ ବରା, ପିଆଜି, ଚଣି ଇତ୍ୟାଦି ବେପାର କରି ପରିବାର ପ୍ରତିପୋଷଣ କରୁଥିବା କାମାକ୍ଷାନଗର ରେକୁଳା ଗ୍ରାମର ବାବୁଲି ସାହୁ ଏଇ ହେଉଛି ଅନୁଭୂତି l ଆଜିକୁ ଦୀର୍ଘ ଦିନ ଧରି ଜଳଖିଆ ବେପାର କରି ନିଜ ପରିବାର ପ୍ରତିପୋଷଣ କରୁଥିବା ବାବୁଲି ସାହୁ କାମାକ୍ଷାନଗର ସହର ର ରେକୁଳା ନିକଟରେ ଏକ ଛୋଟ ଜଳଖିଆ ଦୋକାନ କରିଛନ୍ତି l ପୁରୁଣା ଦିନ ର ସ୍ମୃତି କୁ ମନେ ପକାଇ ସେ କୁହନ୍ତି ସେତେବେଳେ ଛଣା ତେଲ, ବିରି ଓ ଅନ୍ୟାନ୍ୟ ସାମଗ୍ରୀ ର ଦର ବର୍ତମାନ ଠାରୁ ଢେର କମ ଥିଲା l କିନ୍ତୁ ଦି ପଇସା ଭଲ ଲାଭ ହେଉଥିଲା l ଏବେ ସାମଗ୍ରୀ ଦର ବୃଦ୍ଧି ପାଇବା ଫଳରେ ଜଳଖିଆ ର ରେଟ ବଢିଛି l ଯାହାକୁ ନେଇ ଗ୍ରାହକ ଅସନ୍ତୋଷ ହେଉଛନ୍ତି l ଏହି ବେପାର କରି ଝିଅ ବାହାଘର କରିବା ସହ ପୁଅ କୁ ପାଠ ପଢାଇ ସ୍ୱାବଲମ୍ବୀ କରାଇ ପାରିଛି l ଅଳ୍ପ ପାଠ ପଢିଥିଲେ ମଧ୍ୟ ଲୋକ ଙ୍କ ସହ ସମ୍ପର୍କ ମୋତେ ଆଗକୁ ବଢିବାର ସାହସ ଦେଇଛି l ଯେତେବେଳେ ଯାଏଁ ଜୀବନ ଥିବ ଲୋକ ମାନଙ୍କ ପାଇଁ ନିଜ ବୃତ୍ତି ତଥା ଭଲପାଇବା ବାଣ୍ଟି ଆସୁଥିବି l

Leave a Reply

Your email address will not be published. Required fields are marked *