ଫୋକସ ପ୍ଲସ(ଦିଗପହଣ୍ଡି)୧୦/୦୯/୨୦୨୨:ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବେଆଇନ କାଠ କାରବାର। କେତେ ବେଳେ ବନ ବିଭାଗ ବିଫଳତା ସାମ୍ନାକୁ ଆସୁଛି ଆଉ କେତେ ବେଳେ ବନ ବିଭାଗର ସଫଳତା। ବାରମ୍ବାର ବନ ବିଭାଗ ପକ୍ଷରୁ ଚଢ଼ାଉ କରି ବିପୁଳ ପରିମାଣର କାଠପଟା ଗଣ୍ଡି ଜବତ କରି ଅଭିଯୁକ୍ତଙ୍କୁ ଗିରଫ କରିଥିଲେ ହେଁ ତଥାପି ଥମିବାର ନା ଧରୁନି ବେଆଇନ କାଠ କାରବାର। ଏଭଳି ଅଉ ଗୋଟିଏ ଚଢ଼ାଉ କରି ବିପୁଳ ପରିମାଣର କାଠ ପଟା,କାଠ ସାମଗ୍ରୀ ପାଇଁ ବ୍ୟବହୃତ ବିଭିନ୍ନ ମେସିନ ଜବତ କରିଛି ବନ ବିଭାଗ।ସୂଚନା ମୁତାବିକ, ଦିଗପହଣ୍ଡି ଥାନା ଅନ୍ତର୍ଗତ ଗଣିଆନାଳ ନିକଟ ଗୋପାଳପୁର ଗ୍ରାମରେ ବ୍ରହ୍ମପୁର ବନ ବିଭାଗ ପକ୍ଷରୁ ଅତର୍କିତ ଚଢ଼ଉ କରାଯାଇଥିଲା ଗୋପାଳପୁରରେ ବେଆଇନ ଦୁଇଟି କାଠ ଗୋଦାମ ଓ ପ୍ୟାକ୍ଟ୍ରି ଉପରେ ଅତର୍କିତ ଚଢ଼ାଉ କରିଛି ବନ ବିଭାଗର ଟିମ୍।ଦିଗପହଣ୍ଡି ବନବିଭାଗ , ବ୍ରହ୍ମପୁର ସ୍ପେଶାଲ ମୋବାଇଲ ଟିମ ,ବନ ବିଭାଗ କର୍ମଚାରୀଙ୍କ ଉପସ୍ଥିତରେ ଚଢ଼ାଉ ଜାରି ରହିଛି। ।ବିପୁଳ ପରିମାଣର ଶାଗୁଆନ, ଶାଳ, ଗମ୍ଭାରୀ କାଠ ସହ ଅନ୍ୟାନ୍ୟ ସାମଗ୍ରୀ ଜବତ।କୈଳାଶ ମହାରଣା ନାମକ ଜଣେ ବ୍ୟକ୍ତିଙ୍କ ଘରେ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।ତେବେ ଏତେ ବଡ଼ ଧରଣର ବେଆଇନ କାଠ କାରବାର ଚାଲିଥିବା ବେଳେ କିଭଳି ଦିଗପହଣ୍ଡି ବନ ବିଭାଗ ଜାଣିପାରିଲା ନାହିଁ।ଏତେ ପରିମାଣର କାଠ କେଉଁଠୁ ଆସିଲା ଏହାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଆବଶ୍ୟକ ରହିଛି ବୋଲି ସାଧାରଣରେ ଦାବି ହୋଇଛି। ଢ଼ାଉ ସ୍ଥାନକୁ ଦେଖିଲେ ଗୋଟିଏ ଫ୍ୟାକ୍ଟ୍ରି ଭଳି ମନ ହେଉଛି ଏଥିରେ କୌଣସି ବନ କର୍ମଚାରୀଙ୍କ ହାତ ରହିନି ତ। ଏ ନେଇ ତଦନ୍ତ କରୁଛି ବନ ବିଭାଗ।