ବେଆଇନ ଧାନ ଚାଳାଣ, ୨ ଟ୍ରକ ଜବତ

ଫୋକସ ପ୍ଲସ ୨/୬/୨୨(କୋକସରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପୋଲିସ ଦ୍ୱାରା ଆନ୍ଧ୍ରପ୍ରଦେଶ କୁ ବେଆଇନ ଧାନ ଚାଲାଣ ବେଳେ ବୁଧବାର ୨ଟି ଟ୍ରକ୍ ଜବତ ହୋଇଛି। ସୂଚନା ଅନୁସାରେ ବ୍ଲକର ମୋଟେର ଓ ଜୟପାଟଣା ବ୍ଲକ ବାନେର ଅଞ୍ଚଳରୁ ୨ଟି ଟ୍ରକ୍ ଯୋଗେ ଆନ୍ଧ୍ରପ୍ରଦେଶ ର କାକିନାଡା କୁ ବେଆଇନ ଧାନ ଚାଲାଣ ହେଉଥିବା କୌଣସି ସୂତ୍ରରୁ ଖବର ପାଇଁ ଆମପାଣି ପୋଲିସ ଟ୍ରକ କୁ ଅଟକ ରଖି ଯୋଗାଣ ବିଭାଗ କୁ ଜଣାଇଥିଲେ । ପରେ କୋକସରା ବ୍ଲକ ଯୋଗାଣ ନିରୀକ୍ଷକ ଜଗାରାମ ମୁର୍ମୁ, ଧର୍ମଗଡ ଉପଖଣ୍ଡ ଯୋଗଣା ଅଧିକାରୀ ଖଗେଶ୍ୱର ପଣ୍ଡା ଘଟଣା ସ୍ଥଳରେ ପହଂଚି କାଗଜାତ ଯାଞ୍ଚ କରି ଗାଡି କୁ ଜବତ କରିଥିଲେ । ୨ ଟି ଟ୍ରକ୍ ନମ୍ବର ଏପି ୩୧ ଟିଟି ୧୭୨୮ ଓ ଓଡି ୧୦ ଆର୍ ୮୭୩୨ ରେ ୧୧ ଶହ ବ୍ୟାଗରେ ୩୫୯.୮୦ କ୍ୱିଇଣ୍ଟାଲ ଧାନ ଥିବା ଜଣାପଡିଛି । ଜବତ ଧାନ କୁ ବୋବରିଆ ସ୍ଥିତ ଜେକେ ଫୁଡ ରାଇସମିଲରେ ଜିମାଦେଇ ଦୁଇଟି ଟ୍ରକ କୁ ଆମପାଣି ଥାନାରେ ଅଟକ ରଖାଯାଇଥିବା ଧର୍ମଗଡ ଏସି ଏସ ଓ ଖଗେଶ୍ୱର୍ ପଣ୍ଡା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *