ଫୋକସ ପ୍ଲସ(ଆଳି)04/08/2022: କେନ୍ଦ୍ରାପଡା ଜିଲ୍ଲା ଆଳି ବ୍ଲକ ବାଳକାଟି ପଞ୍ଚାୟତ ଖରସ୍ରୋତା ନଦୀପଠା ରୁ ବେଆଇନ ଭାବେ ପ୍ରତିଦିନ ବାଲି ମାଫିଆ ମାନେ ସହ ସହ ହାଇୱା ଓ ଟ୍ରାକଟର ଲଗାଇ ବେଧଡ଼କ ଭାବେ ଚୋରା ବାଲି ଚାଲାଣ ଏବଂ ବାଳକାଟି ଗ୍ରାମ ଦେବତୀଙ୍କ ବହୁ ପୁରାତନ ଜଳାଶୟ କୁ ପୋତି ବାକୁ ପ୍ରୟାସ କରୁଥିବା କିଛି ମୁଷ୍ଟିମେୟ ଶାସକ ଦଳର ଏପରି କାର୍ଯ୍ୟକୁ ବିରୋଧ କରି କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ମହିଳା ମୋର୍ଚା ସଭାନେତ୍ରୀ ପ୍ରିୟ ଦର୍ଶିନୀ ନନ୍ଦ ଏବଂ ବାଳକାଟି ପଞ୍ଚାୟତ ର ନାରୀନେତ୍ରୀ ତଥା ଜିଲ୍ଲା ବିଜେପି ସାଧାରଣ ସମ୍ପାଦିକା ଲଷ୍ମୀପ୍ରିୟା ଜେନାଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ଆଜି ଆଳି ତହସିଲଦାର ତପନ କୁମାର ସେନାପତି ଙ୍କୁ ଙ୍କୁ ଭେଟି ଏହାର ଉଚ୍ଚ ସ୍ତରୀୟ ତଦନ୍ତକରି ତୁରନ୍ତ କାର୍ଯ୍ୟା ନୁଷ୍ଠାନ ନେବା ପାଇଁ ଏକ ଦାବିପତ୍ର ପ୍ରଦାନ କରିଥିଲେ. ଅନ୍ୟ ମାନଙ୍କ ମଧ୍ୟରେ ବାଳକାଟୀ ପଞ୍ଚାୟତ ର ବିଜେପି ସଭାପତି ଅକ୍ଷୟ ବେହେରାଙ୍କ ସମେତ ପଞ୍ଚାୟତ ର ୱର୍ଡ ମେମ୍ବର ସୁଶୀଳା ବେହେରା, ଦୁଃଶାସନ କବି, ନିରାକାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ.ଏ ସମ୍ବୋନ୍ଧରେ ଆମେ ତହସିଲଦାର ଙ୍କ ପ୍ରତିକ୍ରିୟା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ଦେବାକୁ ସିଧା ସିଧା ମନା କରିଦେଇଥିଲେ. ଏଠି ତହସିଲଦାର ଙ୍କ ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି କାହିଁକି ସେ ଗଣମାଧ୍ୟମ ରେ ପ୍ରତିକ୍ରିୟା ଦେବାକୁ ମନା କରୁଛନ୍ତି ଚୋରା ବାଲି ଚାଲାଣ ତହସିଲଦାର ଙ୍କ ଇଙ୍ଗିତ ରେ ହଉନି ତ ନା ତହସିଲଦାର ଙ୍କୁ ଶାସକ ଦଳର ଭୟ ରହିଛି ତାହା ମଧ୍ୟ ସ୍ଥାନୀୟରେ ପ୍ରଶ୍ନବାଚୀ ସୃଷ୍ଟି କରିଛି. ଏ ସଂକ୍ରାନ୍ତ ରେ କଣ କହୁଛନ୍ତି ସେମାନେ ଆସନ୍ତୁ ଶୁଣିବା |
ଆଳିରୁ ସମ୍ବିତ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ |