ଫୋକସ ପ୍ଲସ(ବାଲିଚନ୍ଦ୍ରପୁର) ୨୯/୦୭/ ୨୦୨୨: ରାଇରଙ୍ଗପୁର -ମୟୂରଭଂଜ ଜିଲ୍ଲାର ବେଆଇନ ଲଘୁ ଖଣିଜ ପଦାର୍ଥ,ମୋରମ,ବାଲି,ପଥର ଚୋରା ଚାଲାଣ ଦିନକୁ ଦିନ ବୃଦ୍ଧି ପାଉଛି । ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି ।ଦିନ ଦ୍ୱିପ୍ରହରରେ ରାଜସ୍ବ ପ୍ରଶାସନ ଆଖି ଆଗରେ ଚୋରା ଚାଲାଣ ହଉଛି । କେଉଁଠି କେଉଁଠି ପ୍ରଶାସନ ସହ ବାଲିଓ,ପଥର ଓ ମୋରମ ମାଫିଆଙ୍କ ସହ ଲଢେଇ ହେଉଛି । ଗୁରୁବାର ପୂର୍ବାହ୍ନରେ ମୟୂରଭଞ୍ଜ ଜିଲ୍ଲାର ଵହଳଦା ତହସିଲ ଅନ୍ତର୍ଗତ ବାସିଙ୍ଗି ଠାରେ ରାଜସ୍ବ ସ୍କ୍ବାଡ ଟିମ୍ ଦୁଇଟି ବେଆଇନ ବୋଝେଇ ବାଲି ଟ୍ରାକ୍ଟର ଜବତ କରି ୪୦,୪୦୦ ଟଙ୍କା ଜୋରିମାନା ଆଦାୟ କରିଛି ।ସ୍କ୍ୱର୍ଡ ଟିମରେ ବିଜାତଳା ତହସିଲଦାର, କୁସୁମୀ ତହସିଲଦାର,ଜାମଦା ଅତିରିକ୍ତ ତହସିଲଦାର,ବିଜାତଳା ଆରଆଇ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ । ରାଇରଙ୍ଗପୁର ରୁ ଜିତେନ୍ଦ୍ର କୁମାର ଅଗ୍ରୱାଲ ଙ୍କ ରିପୋର୍ଟ ଫୋକସ୍ ପ୍ଲସ ଓଡ଼ିଶା |
ବାଲିଚନ୍ଦ୍ରପୁରରୁ ନିହାର ରଞ୍ଜନ ସାମଲଙ୍କ ରିପୋର୍ଟ ଫୋକସ ପ୍ଲସ |