ବେଆଇନ ଭାବରେ ସରକାରୀ ଜମିରେ ଜବର ଦଖଲ

ଫୋକସ ପ୍ଲସ 24/5/22(ଯାଜପୁର): ଯାଜପୁର ଜିଲ୍ଲା ବ୍ୟାସନଗର ସ୍ଥିତ ନହକା ଗୋଲେଇ ଛକ ନିକଟରେ ଥିବା ଆମନ୍ତ୍ରଣ ଆପାଟମେଣ୍ଟ ସମ୍ମୁଖରେ ଥିବା ମୁଖ୍ୟ ନେସନାଲ ହାଇୱେ ବାମ ପାର୍ଶ୍ୱ ରେ ଥିବା ସରକାରୀ ଜମି ପାଖାପାଖି ୧୨ ଡିସମିଲ ଜମି ଏବେ ମାଫିଆଙ୍କ କବଜାରେ ବୋଲି ଅଭିଯୋଗ ହୋଇଛି ,ଅଭିଯୋଗ ପରେ ଏ ଖବର କୁ ଫୋକସ ପ୍ଲସ ଖୁଲାସା କରିବାକୁ ଉଦ୍ୟମ କରିଥଲା । ବ୍ୟାସନଗର ଅଂଚଳର କିଛି ଜମି ମାଫିଆ ଙ୍କ ପାଦୁର୍ଭାଵ ଦିନକୁ ଦିନ ବଢ଼ିବାରେ ଲାଗିଛି ଏ ନେଇ ପ୍ରଶାସନ ଏଠି ନିରବଦଷ୍ଟା ସାଜିଥିବା ବେଳେ ଏ ଭଳି ଘଟଣାରେ ମୁହଁ ନ ଖୋଲି ଚୁପ ବସିଛି , ଏହି ଘଟଣା କୁ କୋରେଇ ସଂଗ୍ରାମ ସମିତି ର ସଭାପତି ବିଦ୍ୟାଧର ମହାନ୍ତି ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରଶାସନ କୁ ତାଛଲ୍ୟ କରି ନିନ୍ଦା କରିଛନ୍ତି ଏପଟେ ଆଇନ ଯିବି ଡୁବୁଲି ବେହୁରା ମଧ୍ୟ ଦୃଡ଼ ନିନ୍ଦା କରିଛନ୍ତି । ଏହି ଘଟଣା ତହସିଲଦାର ଙ୍କୁ ଜଣେଇବା ପରେ ଏହା ଯଥାକ୍ରମେ ତଦନ୍ତ କରାଯିବ ବୋଲି କହିଛନ୍ତି ।

ବ୍ୟାସନଗରରୁ ପଦ୍ମଲୋଚନ ନାୟକ ଙ୍କ ରିପୋର୍ଟ ଫୋକସ ପ୍ଲସ

Leave a Reply

Your email address will not be published. Required fields are marked *