ବୈବାହିକ ଜୀବନରେ ତିକ୍ତତା I

ଆମ ଶାସ୍ତ୍ରରେ ସବୁ ସମ୍ପର୍କ ଭିତରେ ଉଚ୍ଚ ସ୍ଥାନ ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କକୁ ଦିଆଯାଇଛି |କାରଣ ଏହି ସମ୍ପର୍କ ବହୁତ ପବିତ୍ର ବୋଲି କୁହାଯାଇଛି | ଏମିତି ବି କୁହାଯାଇଛି କି ସ୍ଵାମୀ ସ୍ତ୍ରୀ ଙ୍କ ସମ୍ପର୍କ କେବଳ ଦୁଇଟି ଲୋକଙ୍କର ମିଳନ ନୁହେଁ ,ଦୁଇଟି ଶରୀରର ମିଳନ ବି ହୋଇନଥାଏ ବରଂ ଏହି ସମ୍ପର୍କ ତ ଦୁଇଟି ଆତ୍ମା ର ମିଳନ ହୋଇଥାଏ | କିନ୍ତୁ ଏହା ସବୁ ତ ଖାଲି କହିବା ଏବଂ ଶୁଣିବା କଥା ହୋଇଥାଏ |
ନୂଆ ବାହା ହୋଇଥିବା ଲୋକଙ୍କ ପାଇଁ ବିବାହ ସମ୍ପର୍କ ବହୁତ ଭଲ ହୋଇଥାଏ ,କିନ୍ତୁ ସମୟ ଚକ୍ରରେ ଧୀରେଧୀରେ କେତେବେଳେ ଏହି ସମ୍ପର୍କ ଫିକା ପଡିଯାଏ ତାହା କେହି ଜାଣିପାରନ୍ତି ନାହିଁ ଅବା ଜାଣିବା ପୂର୍ବରୁ ସବୁ କିଛି ସରିଯାଇଥାଏ |
ବିବାହ ଗୋଟିଏ ମହତ୍ତ୍ବପୂର୍ଣ୍ଣ ବ୍ୟବସ୍ଥା । ବିବାହ ପ୍ରକ୍ରୀୟା ପରିବାର ସୃଷ୍ଟି ଏବଂ ବଂଶାନୁକ୍ରମିକ ଗତିଶୀଳତାର ମୂଳ ଆଧାର । ବିବାହ ପୂର୍ବ ସମୟଠାରୁ ତା’ର ପରବର୍ତୀ ସମୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । ବିବାହର ପ୍ରାରମ୍ଭିକ ସମୟରେ, ଆତ୍ମ ନିୟନ୍ତ୍ରଣର ଯଥେଷ୍ଟ ଭୂମିକା ଥାଏ । ଅଧିକ ଆବେଗ ଭାବ ପ୍ରବଣ ହୋଇ ଅନ୍ୟ ବିଷୟ ଗୁଡ଼ିକ ପ୍ରତି ବିମୁଖତା ପ୍ରଦର୍ଶନ କରିବା, ଅହେତୁକ ବନ୍ଧୁ ଚର୍ଚା, ଆବେଗପୂର୍ଣ୍ଣ ବୃଥା ଅର୍ଥ ଅପଚୟ କରିବା ଆଦି କାର୍ଯ୍ୟ ବିବାହର ପ୍ରାରମ୍ଭିକ ମୁହୁର୍ତ୍ତ ଗୁଡିକୁ ଅତ୍ୟନ୍ତ ବିଶୃଙ୍ଖଳିତ କରିଦିଏ. ପରିବାରର ଅନ୍ୟ ସଦସ୍ୟ ମାନେ ଏସବୁ ଦ୍ବାରା ପ୍ରଭାବିତ ହୋଇ କଷ୍ଟ ଅନୁଭବ କରିଥାନ୍ତି । ଶାରିରୀକ ସମ୍ପର୍କ ଦାମ୍ପତ୍ୟ ଜୀବନର ମୂଳତତ୍ତ୍ବ । ଏହି ସମ୍ପର୍କରେ କୌଣସି ତୃଟି ବା ବ୍ୟତିକ୍ରମ ଦେଖାଦେଲେ ତାହା ଭୟଙ୍କର ରୂପନେଇ ପରିବାରକୁ ଧ୍ବଂସାଭିମୁଖ୍ କରିଦିଏ । ପରସ୍ପରକୁ ଠିକ୍ ଭାବରେ ବୁଝି ନ ପାରିବା, ପରସ୍ପର ଉପରେ ସନ୍ତୁଷ୍ଟ ନରହିବା, ପରସ୍ପରକୁ ସନ୍ଦେହ କରିବା, ନିଜକୁ ନ୍ୟୁନ ବା ଅସହାୟ ମନେ କରିବା ଇତ୍ୟାଦି ଗୁଣ ଶାରିରୀକ ଅକ୍ଷମତାର ପ୍ରମୁଖ ଲକ୍ଷଣ ଅଟେ ।
ବିବାହର କିଛି ଦିନ ପର୍ଯ୍ୟନ୍ତ ସବୁ କିଛି ଠିକ ଚାଲି ଥାଏ କିନ୍ତୁ ଯେତେବେଳେ ଆପଣ ଜଣେ ଅନ୍ୟ ଜଣକୁ ଚିହ୍ନିବାକୁ ଲାଗିବେ ,ଏହି ସମ୍ପର୍କ କିଛି ଏତେଟା ଭଲ ଲାଗେ ନାହିଁ | କଣ କେବଳ ଏହି କାରଣରୁ ବିବାହ ବେକାର ଲାଗିବାରେ ଲାଗିଛି?ଏହା ନୁହେଁ, କାରଣ ଧାର୍ମିକ ସୃଷ୍ଟିରୁ ଆମ ଜୀବନ ଏବଂ ତାସହିତ ଯୋଡା ହୋଇଥିବା ମଣିଷ ଓ ସମ୍ପର୍କ ସବୁ ଝଗଡାର ଶିକାର ହୋଇଥାନ୍ତି |ଅନ୍ୟପଟେ ବିନା କୌଣସି କାରଣରେ ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଝଗଡା ହେଉଥିବାର ମଧ୍ୟ ଦେଖିବାକୁ ମିଳିଥାଏ | ସେହି ଝଗଡାର କୌଣସି ଅର୍ଥ ନଥାଏ ଏବଂ ଏହା ପଛରେ କୌଣସି ବିଶେଷ ଉଦେଶ୍ୟ ବି ନଥାଏ |ନିଜେ ନିଜର ପାରିବାପଣିଆ ଦେଖେଇବାକୁ ଯାଇ ଏହି ଭଳି ତିକ୍ତ ସମ୍ପର୍କକୁ ହୁଇସିଲ ମାରି ଡାକିଥାନ୍ତି |
ସ୍ଵାମୀ ସ୍ତ୍ରୀ ଙ୍କ ଭିତରେ ଭଲପାଇବା ବଢାଇବାର ଉପାୟ ଭିତରୁ ସବୁଠାରୁ ମହତ୍ବପୂର୍ଣ ହେଉଛି ନିଜଭିତରେ ବୁଝାବଣା ଏବଂ ସହନଶୀଳତା | ସବୁ ସମସ୍ୟାକୁ ଉତ୍ତମ ବୁଝାବଣା ଓ ପାରସ୍ପରିକ ସହଯୋଗ ବା ସହାନୁଭୂତି ମାଧ୍ୟମରେ ସ୍ବାମୀ ସ୍ତ୍ରୀ ମଧ୍ୟରେ ସମାଧାନ କରିପାରିଲେ ସୁଖ ଓ ନିରାମୟ ଜୀବନଚର୍ଯ୍ୟାର ପଥ ଉନ୍ମୁକ୍ତ ହୋଇଥାଏ |

Leave a Reply

Your email address will not be published. Required fields are marked *