ବୋମା ମାଡ଼ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ I

ଯାଜପୁର ଜିଲ୍ଲା ବିଂଝାରପୁର ଥାନା ମନେଇ ବାଲି ଘାଟ ବୋମା ମାଡ଼ ଘଟଣା ରେ ବିଂଝାରପୁର ପୋଲିସ ମୁଖ୍ୟ ଅଭିଯୁକ୍ତ ଗିରିଧାରୀ ମଲିକ ଓରଫ (ଟେରା)ଓ ତାହାର ସହଯୋଗୀ ବିଷ୍ଣୁ ମଳିକ ଓ ସୁରେନ୍ଦ୍ର ମଲିକ କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ସେମାନଙ୍କର ଜାମିନ କୁ ମାନ୍ୟବର ଯାଜପୁର କୋର୍ଟ ନାମଞ୍ଜୁର କରିଛି। ଅପର ପକ୍ଷରେ ଏହି ବୋମା ମାଡ଼କୁ ନେଇ ଏପଟେ ରାଜନୈତିକ ଆଡକୁ ଟାଣିଛନ୍ତି ବିଂଝାରପୁର ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଳିକ। ବିଂଝାରପୁର ରେ ସମସ୍ତ ଅପରାଧ ଏମିତିକି ଏ ବୋମା ମାଡ଼ ବିଜେପି ଦଳ ର ଲୋକକରୁଛନ୍ତି ବୋଲି ଗଣମାଧ୍ୟମ ଆଗରେ ସଫେଇ ଦେଇଛନ୍ତି।ଯାହାକୁ ନେଇ ଏବେ ବିଂଝାରପୁର ନୁହଁ ପୁରା ରାଜ୍ୟରେ ଚର୍ଚ୍ଚା ର ବିଷୟ ପାଲଟିଛି। କିନ୍ତୁ ଗୀରଫ ମୁଖ୍ୟ ଆସାମୀ ପ୍ରମିଳା ଙ୍କ ସହ ତାଙ୍କ ରାଜନିତୀ ଆରମ୍ବ ରୁ ଜଡିତ ଥିବା ବେଳେ ଗିରଫ ସହଯୋଗୀ ସୁରେନ୍ଦ୍ର ମଳିକ ଓରଫ ଦୁଲା ଖୋଦ ବିଧାୟିକା ଙ୍କ ଅନୁଗତ ଓ ଘରକୁ ଘର ଲାଗିଥିବା ହିସାବରେ ହେବେ ଦାଦା। ଆଉ ଦୁଲା ହେଉଛନ୍ତି ବିଧାୟିକା ଙ୍କ ଅନୁଗତ।ଏକଥା ଆମେ କହୁନୁ ଯାହା ଏହି ଫଟୋ ବୟାନ କରୁଛି। ଦୁଲା ଙ୍କ ଗାଡି ଆଗରେ ରହିଛି ଶଙ୍ଖ ଚିହ୍ନ। ତେବେ ରାଜନୈତିକ ଉଠିଲେ ଏଥିରୁ ବେଶ ଅନୁମାନ କରିପାରୁଥିବେ ବୋମା ମାଡ଼ ଘଟଣା ରେ କାହା ଦଳ ର ଲୋକ ସାମିଲ ରହିଥିବେ। ଏପଟ ରେ ବିଜେପି ର ବିଂଝାରପୁର ପୁରରେ ସେମିତି ବି ସଂଗଠନ ନଥିବା ବେଳେ କର୍ମୀ ମାନେ ବି ସେତେଟା ଟାଣୁଆ ନାହାନ୍ତି। ତେବେ ଏଭଳି ସମ୍ବେଦନ ସମୟ ରେ ବିଧାୟିକା ପ୍ରମିଳ ଙ୍କ ଏ ଭଳି ମତାମତ କୁ ଦୃଢ ନିନ୍ଦା କରିବା ସହ କାଟୁ ସମାଲୋଚନା କରିଛନ୍ତି ବିଜେପି ନେତ୍ରୀ ବବିତା ମଲିକ। ଆଉ ଦୃଢକ୍ତି ର ସହ କହିଛନ୍ତି ମଙ୍ଗଳପୁର କେଦାର ଦାସ ହତ୍ୟା କାଣ୍ଡ, ସିଂହପୁର ରେ ଯୁବ ନେତା ଅଭିମନ୍ୟୁ ହତ୍ୟା କାଣ୍ଡ ଓ ବିଂଝାରପୁର ନାବାଳିକା ହତ୍ୟା କାଣ୍ଡରେ ଯେମିତି ବିଜେଡିର ଯାହାକି ପ୍ରମିଳା ଙ୍କ ସମ୍ପୃକ୍ତି ରହିଥିଲା ସେମିତି ଏ ବମ ମାଡ଼ ଘଟଣା ରେ ମଧ୍ୟ ପ୍ରମିଳା ଙ୍କ ଦଳ ଲୋକ କରିଛନ୍ତି।ଆଉ ନିଜର ଭାବ ମୂର୍ତି କୁ ସ୍ୱଚ୍ଛଳ ରଖିବା ପାଇଁ ମିଛର ଆଶ୍ରୟ ନେଉଛନ୍ତି ପ୍ରମିଳା। ତେବେ ଏସବୁ ର ସତ୍ୟତା ଆଉ ଅପରାଧୀ ମାନେ କେଉଁ ଦଳର ତାହା କୁ ସଠିକ ସମୟରେ ଆପଣ ମାନଙ୍କୁ ଦେଖାଇବ focus plus

Leave a Reply

Your email address will not be published. Required fields are marked *