ବୋରିଗୁମ୍ମା ବ୍ଲକ ଅଫିସରେ ତାଲା ପକେଇଦେଲେ ଜନ ପ୍ରତିନିଧି |

ବୋରିଗୁମ୍ମା19/01/2024: ବୋରିଗୁମ୍ମା ବ୍ଲକ କାର୍ଯ୍ୟାଳୟ କୁ ତାଲା ପକାଇଲେ ସରପଞ୍ଚ ଓ ସମିତି ସଭ୍ୟ ସଂଘ। ୧୦ଦଫା ଦାବି ପୂରଣ ନେଇ ଏଭଳି ନିଷ୍ପତି ନେଇଛି ସଂଘ।ବ୍ଲକ କାର୍ଯ୍ୟାଳୟ ମୁଖ୍ୟ ଫାଟକକୁ ତାଲ ପକାଇ ବାହାରେ ଧାରଣା ବସି ପ୍ରତିବାଦ ଜଣାଇଲେ ସରପଞ୍ଚ ,ସମିତିସଭ୍ୟ ଏବଂ ୱାର୍ଡ ମେମ୍ବର।ବୋରିଗୁମ୍ମା ବ୍ଲକ ର ୩୧ ଟି ପଞ୍ଚାୟତ ରେ  ବିନା ଗ୍ରାମସଭା ଓ ପଲିସଭା ଠିକ ସେ ହେଉନି ,ଆକ୍ସନ ପ୍ଲାନ ଅନୁଯାଇ  କାର୍ଯ୍ୟ କରାଯାଉନି, ଗାଁ ରେ ରାସ୍ତା  ନାହିଁ କି ଡ୍ରେନ ନାହିଁ, ପଞ୍ଚାୟତର ଡଙ୍ଗଲକୁ ବ୍ଲକ ପ୍ରଶାସନ ନିଜ ପାଖେ ରଖି ମନମୁଖୀ  କାର୍ଯ୍ୟ କରୁଛି।ପିଇଓ , ଜେଇ ମାନେ ଦୈନିକ  ଆସୁନାହାନ୍ତି, ମନେରେଗା ରେ ଅନେକ କାର୍ଯ୍ୟ ସମାପ୍ତ ହୋଇଛି ଅଥଚ ସେସବୁ କୁ ବ୍ଲକ ପ୍ରଶାସନ ଟିଏସ ବି କରୁନି  ପ୍ରଧାନମନ୍ତ୍ରୀ ଆଭାସ ଯୋଜନାରେ ହିତାଧିକାରୀ ଙ୍କୁ  ଠିକ ସମୟରେ ଟଙ୍କା ମିଳୁନି।ଏସବୁ ସମସ୍ୟାର ସମାଧାନ ପାଇଁ ସରପଞ୍ଚ ସଂଘ ବ୍ଲକ ପ୍ରଶାସନ ତରଫରୁ ଆଲୋଚନା ହୋଇଥିଲା ହେଲେ ଏହାର ସମାଧାନ ନହେବାରୁ ବାଧ୍ୟ ହୋଇ ବ୍ଲକ କାର୍ଯ୍ୟାଳୟକୁ ତାଲା ଦେଇ ଧାରଣା ଦେଉଛି ସଂଘ ଲିଖିତ ପ୍ରତିଶ୍ରୁତି ମିଳିଲେ ହି ଆନ୍ଦୋଳନ ରୁ ଓହରିବୁ ବୋଲି ସୂଚନା ଦେଇଛନ୍ତି ସରପଞ୍ଚ ସଂଘ | ବ୍ଲକ ପ୍ରଶାସନ ଏବଂ ବ୍ଲକ ଅଧ୍ୟକ୍ଷା ଅନେକ ସମୟ ଧରି ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କୁ ବୁଝେଇଥିଲେ ବି ସଫଳ ମିଳି ପାରିନଥିଲା |

Leave a Reply

Your email address will not be published. Required fields are marked *