ବୋହୂ ମଥାରେ ଲାଗିଲା ଶ୍ଵଶୁରଙ୍କ ସିନ୍ଦୁର |

ଫୋକସ ପ୍ଲସ ୨୭/୧/୨୩(ବ୍ୟୁରୋ):ଉତ୍ତରପ୍ରଦେଶରେ ଜଣେ ୭୦ ବର୍ଷର ବୟସ୍କ ବ୍ୟକ୍ତି ନିଜର ୨୮ ବର୍ଷର ବୋହୂକୁ ଏକ ମନ୍ଦିରରେ ବିବାହ କରିଛନ୍ତି । ଏହି ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି । ଏହି ଘଟଣାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା ଆଲୋଚନା ହେଉଛି । ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ତଥ୍ୟ ଓ ଫଟୋ ଅନୁସାରେ ଜଣାପଡିଛି ଯେ, ୧୨ ବର୍ଷ ପୂର୍ବରୁ ଶ୍ୱଶୁର କୌଳାଶ ଯାଦବଙ୍କ ପତ୍ନୀଙ୍କର ଦେହାନ୍ତ ହୋଇଥିଲା । କୈଳାଶଙ୍କର ଚାରି ସନ୍ତାନ ଅଛନ୍ତି । କୈଳାଶଙ୍କ ତୃତୀୟ ପୁତ୍ର ପୂଜାଙ୍କୁ ବିବାହ କରିଥିଲେ । କୌଣସି କାରଣରୁ ତାଙ୍କ ପୁଅର ମୃତ୍ୟୁ ଘଟିଥିଲା ।ଖବର ଅନୁଯାୟୀ, ଶ୍ୱଶୁର ଏବଂ ବୋହୂ ଉଭୟ ଉଭୟଙ୍କ ସହମତିରେ ବିବାହ ହୋଇଛି । ଏଥିସହ ପୂଜା ତାଙ୍କ ନୂତନ ସମ୍ପର୍କ ତଥା ବିବାହକୁ ନେଇ ଖୁସି ମଧ୍ୟ ଅଛନ୍ତି । ସୋସିଆଲ ମିଡିଆର ତଥ୍ୟ ଅନୁସାରେ କୈଳାଶ ଯାଦବଙ୍କ ଘର ବାଦଲଗଞ୍ଜ କୋଟୱାଲି ଅଞ୍ଚଳରେ ଥିବା ଚାପିଆ ଉମ୍ରାଓ ଗାଁରେ ।ନିୟମ ଅନୁଯାୟୀ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିବାବେଳେ କୈଳାଶ ଯାଦବ ତାଙ୍କ ବୋହୂ ପୂଜାଙ୍କ ସହ ବେଦୀ ଚାରିପଟେ ସାତ ଘେରା ନେଇଥିଲେ । ଉକ୍ତ ସମୟରେ ଗ୍ରାମବାସୀଙ୍କ ସମେତ ତାଙ୍କ ପରିବାର ସଦସ୍ୟ ମଧ୍ୟ ଉପସ୍ଥିତ ଥିଲେ। ଏପରି ଏକ ବିବାହକୁ ନେଇ ସମଗ୍ର ଅଞ୍ଚଳରେ ଆଲୋଚନା ଚାଲିଛି । କିଛି ଲୋକ କହିଛନ୍ତି ଯେ, ସ୍ୱାମୀଙ୍କ ମୃତ୍ୟୁ ପରେ ପୂଜା ପୂରା ଏକଲା ହୋଇଯାଇଥିଲେ । ସ୍ୱାମୀଙ୍କ ମୃତ୍ୟ ପରେ ପୂଜା ଅନ୍ୟ ଜଣଙ୍କୁ ବିବାହ କରିଥିଲେ, କିନ୍ତୁ ସେ ସେହି ପରିବାରରେ ସମସ୍ୟା ଦେଖାଦେଇଥିଲା । ତେଣୁ ସେ ତାଙ୍କ ସ୍ୱାମୀଙ୍କ ଘରକୁ ଫେରିଆସିଥିଲେ । ପରେ ସେ ତାଙ୍କ ଶ୍ୱଶୁରଙ୍କୁ ବିବାହ କରିବାକୁ ରାଜି ହୋଇଥିଲେ । ସମାଜର ନିନ୍ଦା ଅପବାଦକୁ ଖାତିର ନକରି ଏହି ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ବିବାହ ସମ୍ପର୍କରେ ନିକଟସ୍ଥ ଥାନାରେ ଖବର ପହଞ୍ଚିଥିଲା । ଫଟୋ ଦେଖି ଥାନାର ଅଧିକାରୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । କାରଣ କୈଳାଶ ନିଜେ ଚୌକିଦାର ଥିଲେ ବୋଲି କୁହାଯାଉଛି । ଥାନା ଦାୟିତ୍ୱରେ ଥିବା ଅଧିକାରୀ କହିଛନ୍ତି ଯେ, ଫଟୋ ଭାଇରାଲ ହେବା ପରେ ଆମେ ଏହି ବିବାହ ବିଷୟରେ ଜାଣିବାକୁ ପାଇଲୁ। କିନ୍ତୁ ଏ ବାବଦରେ କୌଣସି ଅଭିଯୋଗ ଏପର୍ଯ୍ୟନ୍ତ ଆସିନାହିଁ । ସେ କହିଛନ୍ତି ଯେ ଏହା ଦୁଇ ଜଣଙ୍କ ବ୍ୟକ୍ତିଗତ ଓ ପାରିବାରିକ କଥା । ଯଦି କୌଣସି ଅଭିଯୋଗ ଆସିବ ତେବେ ତଦନ୍ତ ହେବ ।

Leave a Reply

Your email address will not be published. Required fields are marked *