ବୌଦ୍ଧ ଜିଲ୍ଲା ଉଦେପୁର ଠାରେ ଯାଦବ ସମାଜ ର ସାଙ୍ଗଠନିକ ସଭା ସହ ଅନେକ ସ୍ଥାନରେ ଗିରିଗୋବାର୍ଦ୍ଧ ପୂଜା ଅନୁଷ୍ଠିତ l

ବୌଦ୍ଧ: କଣ୍ଟାମାଳ ବ୍ଲକ ଉଦେପୁର ଗିରିଗୋବର୍ଦ୍ଧନ ମଠ ଠାରେ ମଗଧା ଯାଦବ ସମାଜ ଉଦେପୁର ପକ୍ଷରୁ ସଂଘ ସଭାପତି ଶିବ ପ୍ରସାଦ ସୁଲିଙ୍କ ଅଧ୍ୟକ୍ଷତା ରେ ସମାଜର ଏକ ସାଙ୍ଗଠନିକ ସଭା ଅନୁଷ୍ଠିତ ହୋଇଯାଇଛି | ସାର୍ବଜନୀନ ଗିରିଗୋବର୍ଦ୍ଧନ ପୂଜା ଅବସରରେ ଆୟୋଜିତ ଉକ୍ତ ସଭାରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓଡିଶା ପ୍ରଦେଶ ସଭାପତି ପ୍ରେମ ସିନ୍ଧୁ ହେର୍ଣ୍ଣା ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାବେଳେ ବରଗଡ ର ଫଗୁନୁ ଚାଉଁର ମୁଖ୍ୟବକ୍ତା ଏବଂ ବୌଦ୍ଧ ଜିଲ୍ଲା ଯାଦବ ସମାଜ ସଭାପତି ଗୋବର୍ଦ୍ଧନ ନାଗ, ସମ୍ପାଦକ ମନୋରଞ୍ଜନ ଷଣ୍ଢ, ବିଶିଷ୍ଟ ଅତିଥି ମନୋଜ ହାତୀ,ସମ୍ବଲପୁର ଯାଦବ ସମାଜ ସଭାପତି କୁଞ୍ଜ ବିହାରୀ ବନଛୋର, ସମ୍ପାଦକ ଉର୍କୁଲା ପାଣ୍ଡେ,ବରଗଡ଼ ଯାଦବ ସମାଜ ଜିଲ୍ଲା ପ୍ରତିନିଧି ବିଶ୍ଵାମିତ୍ର ପୋଢ଼,ବରପାଲି ବ୍ଲକ ଯାଦବ ସମାଜ ସଭାପତି ମନଫୁଲ ଭୋଇ ଉଲୁଣ୍ଡା ବ୍ଲକ ଯାଦବ ସମାଜ ସମ୍ପାଦକ କନ୍ଦର୍ପ ବାଘ, ବ୍ଲକ ସଭାପତି କଣ୍ଟାମାଳ ସାର୍ଦୁଲ ନାଗ, ହରଭଙ୍ଗା ବ୍ଲକ ସଭାପତି ଗୌତମ ରାଜହଂସ,ବୌଦ୍ଧ ବ୍ଲକ ପ୍ରତିନିଧି ଦେବହରୀ ବାଘ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ | ସଂଘ ସମ୍ପାଦକ ମନୋରଞ୍ଜନ ଷlଣ୍ଢ ସଭାକୁ ସଂଯୋଜନା କରିଥିଲେ | ଆଗାମୀ ଦିନରେ ତୃଣମୂଳ ସ୍ତରରୁ ସମାଜକୁ ସୁଦୃଢ କରିଲେ ଯାଇ ସମାଜର ଉନ୍ନତି ହେବା ସଙ୍ଗେ ସଙ୍ଗେ ଏକ ସୁସ୍ଥ ସମୃଦ୍ଧ ଓ ବିକଶିତ ସମାଜ ଗଠନ ହୋଇପାରିବ | ସେଥିପାଇଁ ଆମର ଶିକ୍ଷା ସଂସ୍କାର ଓ ବୌଦ୍ଧିକ ଜ୍ଞାନର ବିକାଶ ଅତ୍ୟନ୍ତ ଜରୁରୀ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ | ପ୍ରତ୍ୟୁଷ ରୁ ମହିଳାମାନଙ୍କ କଳସ ଶୋଭାଯାତ୍ରା ପରେ ଗିରିଗୋବର୍ଦ୍ଧନ ପୂଜା ହୋଇଥିଲା | ଏଥିରେ ଚନ୍ଦ୍ରଶେଖର ସୁଲି ସସ୍ତ୍ରିକ କର୍ତ୍ତା ଓ ପୂଜକ ଅନନ୍ତ ରଥ ପୂଜା ଦାୟିତ୍ୱ ତୁଲାଇଥିଲେ | ଏପରିକି ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଗିରିଗୋବାର୍ଦ୍ଧନ ପୂଜା ପାଳିତ ହୋଯାଇଛି |

Leave a Reply

Your email address will not be published. Required fields are marked *