ବୌଦ୍ଧ RTO ବସନ୍ତ ମହାପାତ୍ର, ଗିରଫ l

ବୌଦ୍ଧ୧୬/୦୨/୨୦୨୪:  ୧୦ଟି ସ୍ଥାନରେ ଚାଲିଥିଲା ରେଡ, ଆୟର ବହିର୍ଭୁତ ସମ୍ପତି ଠୁଳ ଅଭିଯୋଗରେ ଆଜି ଗିରଫ ହେଲେ ବସନ୍ତ ମହାପାତ୍ର l
ଭିଜିଲାନ୍ସ ଜାଲରେ ଛଟପଟ ହେଉଥିଲେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ଘରେ ଚଢଉ ଚାଲିଥିବା ବେଳେ ଶେଷରେ ଗିରଫ ହୋଇଛନ୍ତି କୁବେର RTO ବସନ୍ତ ମହାପାତ୍ର l ଗିରଫ ପରେ ତାଙ୍କୁ ମାନ୍ୟବର ସ୍ୱତନ୍ତ୍ର କୋର୍ଟ ଭୁବନେଶ୍ୱର ହାଜତ କୁ ନିଆଯାଇଥିବା ବେଳେ ତାଙ୍କ ବିଷୟରେ ଅଧିକ ତଦନ୍ତ ପାଇଁ ଜେରା ଚାଲିଛି l ସୂଚନା ଥାଉକି ଭୁବନେଶ୍ବର, ବୌଦ୍ଧ ଓ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର , ଭଞ୍ଜନଗର ଏପରିକି ୧୦ଟି ସ୍ଥାନରେ ଚଢଉ ଚାଲିଥିଲା । ଭଡା ଘର, ଅଫିସ୍ , ପୈତୃକ ଘରେ ମଧ୍ୟ ଭିଜିଲାନ୍ସ ବିଭାଗ ରେଡ୍ ଜାରି ରଖିଛି। ତେବେ ଏହି ଟିମରେ ଦୁଇ ଜଣ ଅତିରିକ୍ତ ଏସପି, ୬ଜଣ ଡିଏସପି, ୬ଜଣ ଇନ୍ସପେକ୍ଟର ସାମିଲ ରହିଥିଲେ । ଭୁବନେଶ୍ବର ପାହାଳସ୍ଥିତ ଉତ୍କଳ ସିଗନେଚରରେ ଥିବା ତୃତୀୟ ମହଲା ଘର, ଗୌତମନଗର ଉତ୍କଳ କନିକା ଗ୍ୟାଲେରିଆରେ ଥିବା ସର୍ପିଂ ମଲ୍ , କଳ୍ପନା, କଳାରାହାଙ୍ଗ , ଶୈଳଶ୍ରୀ ବିହାର ଏବଂ ମଞ୍ଚେଶ୍ବରରେ ଥିବା ଆର୍ପାଟମେଣ୍ଟର ଚଢଉ ଚାଲିଥିଲା । ଏପରିକି ଗଞ୍ଜାମ ଭଞ୍ଜନଗରରେ ଥିବା ପୈତୃକ ଘର ଏବଂ ବ୍ରହ୍ମପୁର କମାପଲ୍ଲୀରେ ବି ଚଢଉ ଜାରି ରହିଥିବା ବେଳେ ଆକଳନ ହୋଇଥିବା ୧୯କୋଟି ଟଙ୍କାର ମାଲିକ, ପୁଳା ପୁଳା ସୁନା, ବ୍ୟାଙ୍କ ବାଲାନ୍ସ ମଧ୍ୟ କୋଟି କୋଟି ଟଙ୍କାର ଥିବା ଜଣାପଡିଛି l ତେବେ ତାଙ୍କୁ ଜେରା ଚାଲିଥିବା ବେଳେ ଏହା ଉପରେ ନଜର ରଖା ଯାଇଥିବା ଜଣାପଡିଛି l

Leave a Reply

Your email address will not be published. Required fields are marked *