ବ୍ରଡବ୍ୟାଣ୍ଡ ସେବା ବିପର୍ଯ୍ୟସ୍ତ, ଗ୍ରାହକ ଅସନ୍ତୋଷ

ଫୋକସ ପ୍ଲସ(ଜଗତସିଂହପୁର) ୨୮/୦୭/ ୨୦୨୨: ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ବୋରିକିନା ବିଏସଏନଏଲ ବ୍ରଡବ୍ୟାଣ୍ଡ ସେବା ବିପର୍ଯ୍ୟସ୍ତ କୁ ନେଇ ଗ୍ରାହକ ମହଲରେ ଅସନ୍ତୋଷ।ବୋରିକିନା ସ୍ଥିତ ବି ଏସ ଏନ ଏଲ କେନ୍ଦ୍ରରେ ଉପଭୋକ୍ତା ମାନଙ୍କୁ ସେବା ଯୋଗାଇ ଦେବାରେ ବିଫଳ ହୋଇଛି ବୋଲି ଏଭଳି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବି ଏସ ଏନ ଏଲ ଗ୍ରାହକ ମାନେ।ଜଗତସିଂହପୁର ସ୍ଥିତ ବି ଏସ ଏନ ଏଲ ମୁଖ୍ୟ କାର୍ଯ୍ୟାଳୟରେ ପହଞ୍ଚି ଏସ ଡି ଓ ଙ୍କ ନିକଟରେ ଅଭିଯୋଗ କରିଥିଲେ।ହେଲେ ବିଭାଗୀୟ ଅଧିକାରୀ ଦରଖାସ୍ତ ଗ୍ରହଣ ନକରି ବି ଏସ ଏନ ଏଲ ସେବାକୁ ବନ୍ଦ କରି ଅନ୍ୟ ଘରୋଇ ସେବା ବ୍ୟବହାର କରିବାକୁ ଉପଭୋକ୍ତା ମାନଙ୍କୁ କହିଥିଲେ।ତେବେ ସରକାର ଜନ ସାଧାରଣଙ୍କ ନିକଟରେ ସେବା ଯୋଗାଇ ଦେବାପାଇଁ ପ୍ରଚାର ପ୍ରସାର କରୁଥିବା ବେଳେ ବିଭାଗୀୟ ଅଧିକାରୀ ମାନଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ସରକାରୀ ସେବା ବାଟବଣା ହେଉଛି।ଯଦି ବିଭାଗୀୟ ଅଧିକାରୀ ମାନେ ସରକାରୀ ସେବାକୁ ପଛରେ ପକାଇ ଘରୋଇ ସେବା ନେବା ପାଇଁ ଲୋକମାନଙ୍କୁ କୁହନ୍ତି ଏଭଳି ସରକାରୀ କର୍ମଚାରୀଙ୍କ ଉପରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦରକାର।ତେବେ ବୋରିକିନା ଅଞ୍ଚଳ ର ଭାରତୀୟ ଦୂର୍ ସଂଚାର ବିଭାଗ ରୁ ବ୍ରଡବ୍ୟାଣ୍ଡ ନେଇ ବ୍ୟବସାୟ କରୁଥିବା ଉପଭୋକ୍ତା ମାନେ ନାହଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।ସେମାନଙ୍କୁ ତୁରନ୍ତ ସେବା ଯୋଗାଇ ଦେବାକୁ ସମ୍ବିଦ୍ ପ୍ରିୟଦର୍ଶୀ ପଣ୍ଡା,ରାମ ଚନ୍ଦ୍ର ପଣ୍ଡା,ଗଣେଶ୍ୱର ସ୍ୱାଇଁ ପ୍ରମୁଖ ଦାବି କରିଛନ୍ତି।

 

ଜଗତସିଂହପୁର ରୁ ସଙ୍ଗ୍ରାମ କିଶୋର ପଟ୍ଟନାୟକ ରିପୋର୍ଟ ଫୋକସ ପ୍ଲସ |

Leave a Reply

Your email address will not be published. Required fields are marked *