ବ୍ରାହ୍ମଣୀ ନଦୀ ସାଜିଛି ବିଷାକ୍ତ ଜଳ ଭଣ୍ଡାର

ଫୋକସ ପ୍ଲସ ୩/୨/୨୩(ତାଳଚେର):ସୂଚନା ଅନୁସାରେ କେଉଁ ଆବାହ ମାନ କାଳରୁ ପ୍ରକୃତି ଦତ ଚିରୋସ୍ରୋତା ବ୍ରାହ୍ମଣୀ ନଦୀ ତାଳଚେର ସହର ଦେଇ ବୋହି ଯାଇଛି । ପୂର୍ବେ ଏହି ନିର୍ମଳଜଳକୁ ଲୋକେ ବିଭିନ୍ନ ପାତ୍ର ମାଧ୍ୟମରେ ଘରକୁ ଆଣି ବ୍ୟବହାର କରୁଥିଲେ । କାରଣ ନଦୀର ଉଭୟ ପଶ୍ୱର୍ରେ ବିଭିନ୍ନ ଔଷଧୀୟ ବୃକ୍ଷର ଚେରମୂଳ ସ୍ପର୍ଶରେ ଆସି ଏହି ଚିରୋସ୍ରୋତା ନଦୀର ପାଣି ବୋହି ଆସୁଥିବାରୁ ଏହି ଜଳ ଔଷଧୀୟ ଗୁଣଥିବାରୁ ଲୋକେ ଏହାକୁ ବ୍ୟବହାର କରୁଥିଲେ। ମାତ୍ର ଏବେ ଏହି ଜଳ ସାଜିଛି ଜହର! ତଥା ରେଙ୍ଗାଲି ନଦୀବନ୍ଧ କରି ବିଦ୍ୟୁତ୍ ପ୍ରକଳ୍ପ ଆରମ୍ଭ କରିଦେବା ଦିନଠାରୁ ଏଥିରେ ବ୍ୟବହୃତ ହେଉଥିବା ରାସାୟନିକ ତୈଳ ଓ ରେଙ୍ଗାଲି କଲୋନୀର ସମସ୍ତ ନାଳନର୍ଦ୍ଦମା ପାଣି, ଏବଂ ଏନଟିପିସି/କଣିହାଁ, ଡ଼େରେଙ୍ଗ ଜିନ୍ଦଲ କମ୍ପାନୀର ନିର୍ଗତ ପାଉଁଶ ମିଶ୍ରିତ ରାସାୟନିକ ତୈଳ ପାଣି ଓ କଲୋନୀର ଆବର୍ଜନା ଜଳ ଟିକିରା ନାଳଦେଇ ବ୍ରାହ୍ମଣୀନଦୀରେ ମିଶୁଥିବା, ବେଳେ ସମଲ କୋଲନୀ ବର୍ଜ୍ୟବସ୍ତୁ ସମେତ ପାଣି ଏବଂ ତାଳଚେର ଅଞ୍ଚଳ ଗୁଡ଼ିକରେ ରହିଥିବା ସମସ୍ତ ଏମ ସି ଏଲ ର ତୈଳମିଶ୍ରିତ ଆବର୍ଜନା ଜଳ, କଲୋନୀ ଗୁଡ଼ିକର ଆବର୍ଜନା ଜଳ ଏବଂ ବର୍ଷାଜଳରେ କୋଇଲା ଗୁଣ୍ଡ ମିଶ୍ରିତ ମାଟିକାଦୁଅ ତୈଳପଦାର୍ଥ ଭାସିଆସି ନଦୀ ଜଳରେ ମିଶିଥାଏ । ସେହିଭଳି ଥର୍ମାଲ କଲୋନୀର ପରିତ୍ୟକ୍ତ ଜଳ ସମେତ ପ୍ଲାଂଟର କେମିକାଲ ଯୁକ୍ତ ଜଳ ଓ ନନ୍ଦିରା ଯୋର ଓ ସେହି ନିକଟସ୍ଥ ନୂଆଁପଡ଼ା ଜମି ମାହାରା ଦେଇ ପରିତ୍ୟକ୍ତ ପାଣି ସିଧାସଳଖ ନଦୀରେ ମିଶିଥାଏ । ଏପରିକି, ତାଳଚେର ପୌରପରିଷଦରେ ରହିଥିବା ୨୧ଟି ୱାର୍ଡ଼ର ବର୍ଜବସ୍ତୁ ସହିତ ବିଭିନ୍ନ ପରିତ୍ୟକ୍ତ ଜଳ ଡ଼୍ରେନ ମାଧ୍ୟମରେ ସିଧାସଳଖ ନଦୀରେ ମିଶିଥାଏ । ଏଠାରେ ଉଲ୍ଲେଖ ଯୋଗ୍ୟଯେ, ସହରର ସମସ୍ତ ଡ଼୍ରେନର ଜଳ ଗୋଟାଏ ଧାରାରେ ଯାଇ ୩ନମ୍ବର ୱାର୍ଡ଼ର ମୁଣ୍ଡା ପୋଖରୀ ଠାରେ ଜମାଟ କରାଯାଇ ଏହି ଜଳକୁ ସ୍ୱରାଜବୋର୍ଡ଼ ପକ୍ଷରୁ ଟ୍ରିଟ୍‌ମେଂଟ୍ ପ୍ଲାଂଟରେ ବିଶୁଦ୍ଧକରି ଛାଡ଼ିବା ପରିବର୍ତେ ଦୀର୍ଘ ୧୫ବର୍ଷ ବ୍ୟାପି ଏହି ପ୍ଲାଂଟଟି ଅଧାଗଢ଼ା ଅବସ୍ଥାରେ ରହିଛି । ଯାହା ଫଳରେ କି, ସମସ୍ତ ଡ଼୍ରେନର ଆବର୍ଜନା ଜଳ ଯାଇ ସିଧାସଳଖ ମିଶିବା ଦ୍ୱାରା ଏବେ ନଦୀ ଜଳ ସାଜିଛି ଜହର । ନଦୀରେ ରହୁଥିବା ଜଳଚର ପ୍ରାଣୀଙ୍କର ବଂଶଲୋପ ପାଇବା ଫଳରେ ମତ୍ସଜୀବୀମାନେ ସେମାନେ ତାଙ୍କର ଜୀବୀକା ହରାଇବସିଛନ୍ତି । ଆରଡ଼ବ୍ଲୁଏସଏସ୍ ପକ୍ଷରୁ ୩ନମ୍ବର ୱାର୍ଡ଼ ନଦୀଖଣ୍ଡିରେ ପମ୍ପହାଉସ୍ ନିର୍ମାଣ କରି ଏହି ନଦୀଜଳକୁ ବିଶୋଧନ ନକରି ପାଇପ ଯୋଗେ ନଦୀରୁ ସିଧାସଳଖ ସହରବାସୀଙ୍କୁ ଜଳ ଯୋଗାଇଥାନ୍ତି । ଯାହା ଫଳରେ ଏହି ଜଳ ବ୍ୟବହାର କରି ବିଭିନ୍ନ ମାରାତ୍ମକ ରୋଗର ଶୀକାର ହୋଇଥାନ୍ତି ସହରବାସୀ । ତେବେ ରାଜ୍ୟ ସରକାର ସ୍ୱଚ୍ଛଜଳ ଯୋଗାଇ ଦେବାକୁ ଡ଼ିମଡ଼ିମ ପିଟୁଥିବା ବେଳେ ସ୍ୱାଧୀନତାର ଦୀର୍ଘବର୍ଷ ପରେ ମଧ୍ୟ ଆଜି ସେହି ପୁରୁଣା ବ୍ୟବସ୍ଥାକୁ ଆଦରି ପରିତ୍ୟକ୍ତ ଜଳକୁ ସିଧାସଳଖ ଭାବେ ଲୋକଙ୍କୁ ଯୋଗାଇ ଦେବା ଘଟଣା ସ୍ଥାନୀୟ ଜନସାଧାରଣ ନିନ୍ଦା କରିଛନ୍ତି ଏବଂ ସରକାରଙ୍କ ପାରିବା ପଣିଆ ହାଟରେପଡ଼ି ଦାଣ୍ଡରେ ଗଡ଼ୁଛି ।

Leave a Reply

Your email address will not be published. Required fields are marked *