ବ୍ରିଜ୍ ରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା I

ଫୋକସ ପ୍ଲସ 16/4 (ଚାନ୍ଦବାଲି): ବୈତରଣୀ ବ୍ରିଜ୍ ରୁ ଡେଇଁ ଛାତ୍ରୀ ନିଖୋଜ ଘଟଣା, ଛାତ୍ରୀଙ୍କ ମୃତ ଦେହ ନଦୀରୁ ଉଦ୍ଧାର। ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାଜକନିକାକୁ ସଂଯୋଗ କରୁଥିବା ବୈତରଣୀ ବ୍ରିଜ୍ ରୁ ନଈକୁ ଡେଇଁ ଛାତ୍ରୀ ନିଖୋଜ ଘଟଣା। ମୃତ ଦେହ ବ୍ରିଜ୍ ଠାରୁ କିଛି ଦୂରରେ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ଠାବ କରିଥିଲେ। ଖବର ପାଇ ରାଜକନିକା ଦମକଳ ବାହିନୀ ଚାନ୍ଦବାଲି ପୋଲିସ୍ ପହଁଚି ଶବ କୁ ଉଦ୍ଧାର କରିବା ପରେ ଛାତ୍ରୀଙ୍କ ମାମୁଁ ଛାତ୍ରୀ ଜଣକୁ ଚିହ୍ନଟ କରିଥିଲେ। ସିମିରନ ରାଜକନିକାରେ ତାଙ୍କ ମାମୁଁଙ୍କ ଘରେରହି ପାଠ ପଢୁଥିଲେ କିନ୍ତୁ ଏହି ପାଠ ପଢ଼ିବା ଭିତରେ ସିମିରନଙ୍କ ସହ ଦେଖାହୋଇଥିଲା ପାପୁନ୍ । ପାପୁନଙ୍କ ସହ ସିମିରନଙ୍କ ଦେଖା ହେବା ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ପ୍ରେମର ପ ଅକ୍ଷର ଜାଣିନଥିବା ସିମିରନଙ୍କୁ ପ୍ରେମର ପାଠ ପଢାଉଥିଲେ ପାପୁନ। ସିମିରନ ଏବଂ ପାପୁନ ଦୁହେଁ ପ୍ରେମ ରାଇଜର ପ୍ରେମ ପକ୍ଷୀ ସାଜି ନୀଳ ଆକାଶରେ ଉଡ଼ିବୁଥିଲେ ଏବଂ ପ୍ରେମର ଗୀତ ଗାଉଥିଲେ। ପାପୁନ ଏବଂ ସିମିରନ ଦୁହେଁ ଦୁହିଁଙ୍କୁ ବହୁତ ଭଲ ପାଉଥିଲେ ଖାସ ସେଇଥି ପାଇଁ ତ ସିମୀରନ ପାପୁନଙ୍କୁ ଅତି ଶ୍ରଦ୍ଧାରେ ଗୁଲୁ ବୋଲି ଡାକୁଥିଲା ପାପୁନ ମଧ୍ୟ ସିମିରନଙ୍କୁ ଶ୍ରଦ୍ଧାରେ ଫିଜା ଡାକୁଥିଲା କିନ୍ତୁ ସିମିରନଙ୍କୁ ପ୍ରେମର ପାଠ ପଢାଉଥିବା ତାର ସେ ଗୁଲୁ ସିମିରନଙ୍କୁ ଏମିତି ଧକ୍କା ଦେଇ ପ୍ରତାରଣା କରି ଅଧା ବାଟରେ ଠକି ଦେଵ ବୋଲି ଜାଣିନଥିଲା ସିମିରନ । ପ୍ରେମର ଅନ୍ଧ ଥିବା ସିମିରନ କେମିତିବା ଜାଣିଥାନ୍ତା ସେ ନିଜ ଜୀବନ ଠାରୁ ଅଧିକ ଭଲ ପାଉଥିବା ତାର ସେ ଗୁଲୁ ତାକୁ ଏମିତି ଠକି ଦେଵ ବୋଲି , ସେ କେମିତିବା ଜାଣିଥାନ୍ତା ତାର ସେ ଗୁଲୁ ତା ବିଶ୍ୱାସରେ ଏମିତି ବିଷ ଦେବ ବୋଲି। ସିମିରନର ଗୁଲୁ ସିନା ତାକୁ ଭୁଲିଗଲା କିନ୍ତୁ ସେ ଗୁଲୁକୁ କେମିତିବା ଭୁଲିଥାନ୍ତା ଗୁଲୁ ସହିତ ସିମିରନ ବିତାଇଥିବା ପ୍ରତିଟି ମୁହୂର୍ତ୍ତକୁ ମନେ ପକାଇ ଭିତରେ ଭିତରେ ଜଳୁଥିଲା ସିମରନ । ଗୁଲୁ ସହିତ ଆଇସ କ୍ରିମ ଖାଇବା ଜନ୍ମ ଦିନରେ କେକ କାଟିବା ଠାରୁ ଆରମ୍ଭ କରି ଜହ୍ନ ରାତିରେ ଦୁହେଁ ପାଖା ପାଖି ବସି ଆକାଶକୁ ଚାହିଁ ଗୁଲୁ ସିମିରନଙ୍କୁ ପରିରାଇଜର କାହାଣୀ ଶୁଣେଇବା କଥା ଏମିତି ଅନେକ କିଛି ଘଟଣାକୁ ମନେ ପକାଇ ଶେଷରେ ବାଟରେ ବଣା ହୋଇଗଲା ସିମିରନ।

ପ୍ରେମର ବିରୋହରେ ସବୁଦିନ ତିଳ ତିଳ ହୋଇ ମରିବା ଅପେକ୍ଷା ସବୁଦିନ ପାଇଁ ଗୁଲୁ ଠାରୁ ଦୂରକୁ ଚାଲିଯିବା ପାଇଁ ନିଷ୍ପତ୍ତି ନେଲା ସିମିରନ । ସବୁଦିନପରି ସେଦିନ ମଧ୍ୟ ମାମୁଁଙ୍କୁ କମ୍ପ୍ୟୁଟର କ୍ଲାସ ଯାଉଛି କହି ରାଜକନିକାରୁ ଚାନ୍ଦବାଲି ଆସିଥିଲା ସିମିରନ କିନ୍ତୁ କିଏ ଜାଣିଥିଲା ସେଦିନ ସିମିରନଙ୍କ ପାଇଁ ଶେଷ ଦିନ ଥିଲା ବୋଲି। ସବୁଦିନ ପରି ସେଦିନ ମଧ୍ୟ ସିମିରନ ସାଇକେଲ ଏବଂ ବ୍ୟାଗ ଧରି ରାଜକନିକାରୁ ଚାନ୍ଦବାଲି ଆସିଥିଲା କିନ୍ତୁ ଗେମନ ବ୍ରିଜ ଉପରେ ସାଇକେଲ ରଖି ଗଭୀର ନଈକୁ ଡେଇଁ ପଡିଲା। ସିମିରନ ସିନା ନଦୀକୁ ଡେଇଁ ଆତ୍ମହତ୍ୟା କରିଦେଲା କିନ୍ତୁ ମରିବା ପୂର୍ବରୁ ସିମିରନ ନିଜ ଡ଼ାୟୀରିରେ ଲେଖିଥିଲେ ଆତ୍ମହତ୍ୟା କରିବାର ପଛର ସମ୍ପୁର୍ଣ୍ଣ କାହାଣୀ । ମରିବା ପୂର୍ବରୁ ସିମିରନ ନିଜ ଡ଼ାୟିରିରେ ଏମିତି କିଛି ଲେଖିଥିଲେ – କଣ ପାଇଁ ଲୋ ମୋ ସହିତ ଏମିତି କଲୁ ବହୁତ ଭଲ ପାଉଥିଲି ମୁଁ ତତେ ମୋ ନିଜଠୁବି ଅଧିକ । ଆଜି ତୁମକୁ ଗୁଲୁ ଡ଼ାକିବାକୁବି ଖରାପ ଲାଗୁଛି ଲୋ ମୁଁ ସବୁବେଳେ ତୁମକୁ କହେନା ତୁମେ ମୋ ଗୁଲୁ ବୋଲି କିନ୍ତୁ ଆଜି ଜାଣୁଛୁ ତୁମେ ମୋର ନୁହେଁ ଲୋ ତୁମେ ଆଉ କାହାରଥିଲ। ମୋ ଭାବନା ମୋ ଭଲ ପାଇବାର କିଛି ବି ମୁଲ୍ୟ ରହିଲା ନାହିଁ । କେତେ ଆଶା ଭରସା ରଖିଥିଲି ମୁଁ ତୁମ ଉପରେ କିନ୍ତୁ ସେସବୁକୁ ଭାଙ୍ଗି ଦେଲ ତୁମେମୋର । ତୁମେ ଯଦି ମତେ ଟିକେବି ଭଲ ପାଇଥାନ୍ତନା ଏମିତି କରିବା ଆଗରୁ ମୋ କଥା ମନେ ପଡ଼ିଥାନ୍ତା। ତୁମେ ସେ କଷ୍ଟ ଅନୁଭବ କରିପାରିବ ନାହିଁ ତୁମ ସହ ଆଉ କାହାକୁ ଦେଖିଲେ ମତେ କେମିତି ଫୀଲ୍ ହୁଏ। ଆଜି ମତେ ବହୁତ କଷ୍ଟ ଲାଗୁଛି ଲୋ ମୋ ଗୁଲୁ ଆଉ କାହାପାଇଁ କବିତା ଲେଖୁଛି ଆଉ କାହାକୁ ନିଜ ଖୁସି ବୋଲି କହୁଛି। ମୋ ଗୁଲୁ ମୋ ସହିତ ଏମିତି କଲା ଏକଥା ଭାବିଲାବେଳକୁ ମୋ ପାଦ ତଳୁ ମାଟି ଖସି ଯାଉଛି ଲୋ । ତୁମକୁ ନେଇ ମୁଁ ଅନେକ ସ୍ୱପ୍ନ ଦେଖିଥିଲି କିନ୍ତୁ ଗୋଟେ ମିନିଟରେ ସେସବୁ ତୁମେ ଭାଙ୍ଗି ଦେଲ ଟିକେବି ଭାବିଲନି ମୋ କଥା। ମତେ ବହୁତ ଖୁସି ଲାଗେ ତୁମେ ଯେତେବେଳେ ମତେ fiza ବୋଲି ଡାକ।ଏମିତି ଅନେକ କିଛି ନିଜର ମନର କଥାକୁ ଡ଼ାୟିରିରେ ଲେଖିଥିଲେ ସିମିରନ ଏବଂ ସବା ଶେଷରେ ଲେଖିଥିଲେ ଭଗବାନ ତୁମକୁ ଖୁସିରେ ରଖନ୍ତୁ ସବୁବେଳେ ତୁମେ ଖୁସିରେ ରୁହ। ମୁଁ ଯିବା ଆଗରୁ ତୁମକୁ ଗୋଟେ କଥା କହୁଛି ତୁମେ ଯାହାବି କରୁଛ ଆଉ ଆଗକୁ ଯାହାବି କରିବ ଟିକେ ଭାବିକି କରିବ। ତୁମେ ମୋ life କୁ ଆସି ମତେ ପ୍ରେମର ମାନେ କଣ ବୁଝେଇଲ ହେଲେ ମୋ ପ୍ରେମର କିଛି ମୁଲ୍ୟ ରହିଲା ନାହିଁ । ତୁମେ ସବୁବେଳେ ମୋ ଗୁଲୁ ହେଇକି ରହିବ ହେଲେ ତୁମ life କୁ କେବେବି ଏଇ fiza ଆଉ ଫେରିବନ ମୁଁ ଯାଉଛି ଗୁଲୁ ତୁମ ଠାରୁ ବହୁତ ଦୂରକୁ ଇତି ତୁମର unknown person fiza । ବାସ ଏଇ ଥିଲା ସିମିରନର ତାର ଗୁଲୁଙ୍କ ପାଇଁ ଶେଷ ଚିଠି ତାପରେ ସିମିରନ ଗେମନ ବ୍ରିଜରୁ ୧୦୦ ଫୁଟ୍ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲା। ସିମିରନ ସବୁଦିନ ପାଇଁ ଚାଲିଗଲା ସେଇ ଅଫେରା ରାଇଯାକୁ ଯେଉଁଠିକୁ ଗଲେ ଆଉ କେହି କେବେବି ଫେରନ୍ତି ନାହିଁ।

ଚାନ୍ଦବାଲିରୁ ବିଜୟ ମହାଳିକ ଙ୍କ ରିପୋର୍ଟ ଫୋକସ ପ୍ଲସ I

Leave a Reply

Your email address will not be published. Required fields are marked *