ଫୋକସ ପ୍ଲସ(ନର୍ଲା)୨୯/୦୮/୨୦୨୨: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ରୁପ୍ରା ରୁ ପଲମ୍ କୁ ସଂଯୋଗ କରୁଥିବା ପିଡବ୍ଲୁଡି ରାସ୍ତା ମଧ୍ୟରେ ତିନୋଟି ବ୍ରିଜ ନିର୍ମାଣ କରାଯାଉଛି l ଭବାନୀପାଟଣା ର ଠିକାଦାର ରଞ୍ଜନ କୁମାର ସାହୁ ଟେଣ୍ଡର ପାଇ ଉକ୍ତ ପୋଲ ନିର୍ମାଣ କରୁଛନ୍ତି l ସାଲିଙ୍ଗ ବ୍ରିଜ ର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେଇଥିବା ବେଳେ ପଲମ ଓ ଗୀଗ୍ନା ଜୋର୍ ବ୍ରିଜ୍ କାର୍ଯ୍ୟ ବର୍ତମାନ ପର୍ଯ୍ୟନ୍ତ ଚାଲୁ ରହିଛି l ବ୍ରିଜ କାର୍ଯ୍ୟ ତଦାରକ୍ ଦାୟିତ୍ଵ ରେ ରହିଛନ୍ତି ବିଭାଗୀୟ ଯନ୍ତ୍ରୀ (ଆର.କେ ପାତ୍ର) ରାଜ କିଶନ ପାତ୍ର l ପଲମ୍ ରୂପ୍ରା ମଧ୍ୟରେ ଗିଗ୍ନା, ସାଲିଙ୍ଗ ଓ ପଲମ ଭଳି ପୁରୁଣା ତିନୋଟି ଜୋର୍ ରହିଛି l ପ୍ରତି ବର୍ଷ ବର୍ଷା ଋତୁରେ ଏହି ତିନୋଟି ଜୋର୍ ଦେଇ ପ୍ରବଳ ପାଣି ପ୍ରବାହିତ ହେଇଥାଏ ଫଳରେ ପୁରୁଣା ଜୋର୍ ଉପର ଦେଇ ତିନି ରୁ ଚାରି ଫୁଟ ଉପରେ ପାଣି ଆସିଥାଏ l ଏହି କାରଣରୁ ବର୍ଷା ଦିନରେ ପଲମ ରୁପ୍ରା ଯାତାୟାତ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ହେଇ ପଡ଼ିଥାଏ l ଜନସାଧାରଣଙ୍କ ଅନେକ ଦିନରୁ ବ୍ରିଜ ପାଇଁ ଦାବି କରିଆସୁଥିଲେ l ୨୦୧୯ ମସିହା ଠାରୁ ରାସ୍ତା କାମ ଆରମ୍ଭ ହେବା ସଙ୍ଗେ ସଙ୍ଗେ ତିନିଗୋଟି ବ୍ରିଜ ନିର୍ମାଣ କାର୍ଯ୍ୟ ମଧ୍ୟ ବିଭାଗ ପକ୍ଷରୁ ଆରମ୍ଭ କରାଯାଉଛି l ଗୋଟିଏ ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ହେଇଥିବା ବେଳେ ଆଉ ଦୁଇଟି ବ୍ରିଜ ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ହେଇ ପାରିନାହିଁ l ବ୍ରିଜ କାର୍ଯ୍ୟ ସମ୍ପୂର୍ଣ୍ଣ ନହେବା ପୂର୍ବରୁ ଠିକାଦାର ଙ୍କ ଲାଭଖୋର୍ ନୀତି ପାଇଁ ଅଞ୍ଚଳବାସୀ ସମେତ ଚାଷୀ ବର୍ତ୍ତମାନ ଚିନ୍ତାରେ l ସାଲିଙ୍ଗ ବ୍ରିଜ୍ ନିର୍ମାଣ କରାଯିବା ସମୟରେ ଉକ୍ତ ଗ୍ରାମର କୁମର ମଣି ଦୀପ ନାମକ ଜଣେ ଚାଷଙ୍କ ଚାଷ ଜମିକୁ ବ୍ରିଜ ନିର୍ମାଣ କାମରେ ବ୍ୟବହାର କରି ଉକ୍ତ ଚାଷୀଙ୍କୁ ଏ ପର୍ଯ୍ୟନ୍ତ ତାଙ୍କ କ୍ଷତିପୂରଣ ଦେଇ ନାହାନ୍ତି l ଫଳରେ ଚାଷୀ ଜଣକ ଚଳିତ ବର୍ଷ ଚାଷ କାର୍ଯ୍ୟ ରୁ ବଞ୍ଚିତ ରହିଛନ୍ତି l ଅନେକ ଥର ଚାଷୀ ତାଙ୍କର କ୍ଷତି ପୁରଣ ପାଇଁ ଠିକାଦାର ଙ୍କୁ ଗୁହାରି କରିଆସୁଥିଲେ ମଧ୍ୟ ଠିକାଦାର ଜଣକ ଉକ୍ତ ବ୍ୟକ୍ତିଙ୍କୁ ତାଙ୍କ କ୍ଷତି ପୂରଣ ନ ଦେଇ ଅଯଥାରେ ବର୍ଷ ବର୍ଷ ଧରି ହଇରାଣ କରି ଆସୁଛନ୍ତି ବୋଲି ଉକ୍ତ ଚାଷୀ ଜଣକ ଅଭିଯୋଗ କରୁଛନ୍ତି l ସୂଚନା ଜୋଗ୍ୟଜେ ବର୍ତ୍ତମାନ ନିର୍ମାଣ କରାଯାଉଥିବା ତିନୋଟି ବ୍ରିଜ କୁ ଅନେକ ଚାଷୀଙ୍କ ଚାଷ ଜମି ଲାଗି ରହିଛି l ଚାଷ ଜମି ମାନଙ୍କୁ ଲାଗି ଜୋର ର ଉଭୟ ପାର୍ଶ୍ଵରେ ଗାଡ଼ୱାଲ୍ ମାନେ ନିର୍ମାଣ କରାଯାଉଛି l ନିର୍ମାଣ କରାଯାଇଥିବା ଗାଡ଼ୱାଲ ମାନେ ଅତି ନିମ୍ନମାନର ହେଇଥିବାରୁ ଉକ୍ତ ଗାଡ଼ୱାଲ ମାନଙ୍କରେ ହାତ ମାରିଲେ ସେଥି ମଧ୍ୟରୁ ମେଟାଲ ବାହାରି ତଳେ ଖସି ପଡୁଛି l ସିମେଣ୍ଟ ବାଲି ର ସଠିକ୍ ମିଶ୍ରଣ ନ ହେଇ ଥିବାରୁ ହାତ ମାରିଲେ କଂକ୍ରିଟ ଗାଡୱାଲ୍ ରୁ ସିମେଣ୍ଟ ଝଡି ପଡୁଛି l ଦୁର୍ନୀତି ପଦାରେ ପଡ଼ିଯିବା ଭୟରେ କେତେକ ସ୍ଥାନର ଗାଡ଼ୱାଲ୍ ମାନଙ୍କରେ ହେଇଥିବା ଫାଟ ମାନଙ୍କୁ ଲୁଚାଇବାକୁ ତା ଉପରେ ସିମେଣ୍ଟ ଲେପ ଲଗାଇ ଦୁର୍ନୀତି ଲୁଚାଇବାକୁ ଚେଷ୍ଟା କରୁଛନ୍ତି ବିଭାଗୀୟ ଯନ୍ତ୍ରୀ ପାତ୍ର ବାବୁ ଏବଂ ଠିକାଦାର ରଞ୍ଜନ ସାହୁ l ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ଲାଭ ଖୋର୍ ନୀତି ଯୋଗୁ ବ୍ରିଜ ର ଅନେକ ସ୍ଥାନରେ ଫାଟ ସୃଷ୍ଟି ହେଇ ବର୍ତ୍ତମାନ ବ୍ରିଜ ବିପଦ ସଙ୍କୁଳ ଅବସ୍ଥାରେ ରହିଥିବା ଆଶଙ୍କା କରାଯାଉଛି l ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରିବା ପାଇଁ ସାଧାରଣ ରେ ଦାବି ହେଉଛି l
ନର୍ଲା ରୁ ରଞ୍ଜନ ମହାନ୍ତିଙ୍କ ରିପୋର୍ଟ ଫୋକସ ପ୍ଲସ |