ବ୍ଲକ୍ କାର୍ଯ୍ୟାଳୟ ପରିସରରୁ ମିଳିଲା ମଦବୋତଲ

ଫୋକସ ପ୍ଲସ(ତିଗିରିଆ) ୧୩/୦୯/୨୦୨୨: କଟକ ଜିଲ୍ଲା ତିଗିରିଆ ବ୍ଲକ୍ ରେ 14 ଟି ପଞ୍ଚାୟତ ରହିଛି।ଏହି ପଞ୍ଚାୟତ ଗୁଡିକର ପ୍ରାୟ 80 ହଜାରରୁ ଉର୍ଦ୍ଧ ଲୋକମାନେ ବ୍ଲକ ଉପରେ ନିର୍ଭରଶୀଳ।କିନ୍ତୁ ଦୁଃଖ ର ବିସୟ ଏହିକି ଯେ ବ୍ଲକ୍ କାର୍ଯ୍ୟାଳୟ ପରିସର ପାଲଟିଛି ନିଶାର ଆସର।ଯାହାର ସିଧାସଳଖ ଭିଡିଓ ଆପଣ ମାନେ ଦେଖି ପାରୁଥିବେ।ବ୍ଲକ୍ ରେ କାର୍ଯ୍ୟରତ ସରକାରୀ ବାବୁଙ୍କ ପାଇଁ ସରକାରଙ୍କ ପକ୍ଷରୁ ନିର୍ମାଣ କରାଯାଇଥିବା ଘର ପାଖରେ ପଡୁଛି ମଦ ବୋତଲ।ଏହି ବ୍ଲକ୍ କାର୍ଯ୍ୟାଳୟ ର ପରିସର ମଧ୍ୟରେ ତିଗିରିଆ ବିଡିଓ ମଧ୍ୟ ନିଜେ ରହୁଛନ୍ତି।ତେବେ କେବଳ ଅଫିସ ସମୟ ରେ ବ୍ଲକ୍ ମୁଖ୍ୟ ଫାଟ କ ଖୋଲା ରହୁଥିବା ବେଳେ ଅନ୍ୟ ସମୟରେ ବନ୍ଦ ରହୁଛି।ତେବେ ଏଠାରେ ପ୍ରନ୍ନ ଉଠୁଛି |ମଦ ବ୍ଲକ୍ କାର୍ଯ୍ୟାଳୟ ପରିସର କୁ ଆସିଲା କେମିତି?ବ୍ଲକ୍ କାର୍ଯ୍ୟାଳୟ କୁ ମଦ ଆଣି ଆସିବାକୁ ସାଧାରଣ ଲୋକଙ୍କ ସାହସ ହେଲା କେମିତି?ଜଦୀ ସାଧାରଣ ଲୋକେ ଆଣିନାହାନ୍ତି ତେବେ ମଦ ଆଣିଛି କିଏ?ବ୍ଲକ୍ କାର୍ଯ୍ୟାଳୟ ପରିସରରେ ସି ସି ଟିଭି ଲାଗି ମଧ୍ୟ ମଦ ଆସୁଛି କେମିତି?ସରକାରୀ ବାବୁ ମାନେ ପିଉଛନ୍ତି କି ମଦ |

Leave a Reply

Your email address will not be published. Required fields are marked *