ବ୍ଲାକମେଲ କରିବା ମାମଲାରେ ୫ ଗିରଫ

ଫୋକସ ପ୍ଲସ ୧୧/୬/୨୨ (ଜୟପୁର): ଯୁବକ ଏବଂ ଯୁବତୀଙ୍କୁ ଉଠାଇ ନେଇ ଜୋର ଜବରଦସ୍ତ ଦୁହିଁଙ୍କ ଅଶ୍ଳୀଳ ଭିଡ଼ିଓ ସୁଟ କରିବ୍ଲାକ ମେଲ କରିବା ମାମଲାରେ ୫ ଜଣକୁ ଗିରଫ କରିଛି ଜୟପୁର ଟାଉନ୍ ପୋଲିସ୍ । ପୋଲିସ ସୂଚନା ଅନୁସାରେ ସ୍ଥାନୀୟ ଅଂଚଳର ଜଣେ ଯୁବକ ଓ ଯୁବତୀ ପାରବେଡା ନିକଟ ଶିବ ମନ୍ଦିର ରାସ୍ତାରେ ଭେଟି କଥା ହେଉଥିବା ବେଳେ ୨ଜଣ ଯୁବକ ସେମାନଙ୍କୁ ଛୁରି ଦେଖାଇ ପାହାଡ ଉପରକୁ ନେଇଥିଲା । ସେଠାରେ ଥିବା ଅନ୍ୟ ଯୁବକ ମାନେ ମିଶି ଯୁବକ ଯୁବତୀନଙ୍କୁ ଅଶ୍ଳୀଳ ଭିଡ଼ିଓ କରିବା ପାଇଁ ବାଧ୍ୟ କରିଥଲେ ଏବଂ ତାହାକୁ ମୋବାଇଲରେ ରେକର୍ଡ କରି ୫୦ ହାଜର ଟଙ୍କା ଦେବାକୁ ବାଧ୍ୟ କରିଥଲେ । ପିଢ଼ିତ ଯୁବକ ସେମାନଙ୍କୁ କିଛି ଟଙ୍କା ଓ ମୋବାଇଲ ଦେଇ ଫେରିଥିବା ବେଳେ ବଳକା ଟଙ୍କା ପରେ ଦେବାକୁ କହିଥିଲା। ଏନେଇ ପୋଲିସ ନିକଟରେ ଅଭିଯୋଗ ପରେ ଯୋଜନା ମୁତାବକ ଟଙ୍କା ନେବା ବେଳେ ଅଭିଯୁକ୍ତମାନଙ୍କୁ କାବୁକରିଥିଲା ପୋଲିସ୍ । ଅଭିଯକ୍ତ ମାନଙ୍କଠାରୁ ଗୋଟିଏ ଛୁରୀ ,ଆକ୍ଟିଭା ଗାଡ଼ି ଓ ୭ହଜର ଟଙ୍କା ଜବତ କରିଥିବା ଏକ ସାମ୍ବାଦିକ ସମିଳନୀରେ ସୂଚନା ଦେଇଛନ୍ତି ଜୟପୁର SDPO ଅରୁପ ଅଭିଷେକ ବେହେରା।

Leave a Reply

Your email address will not be published. Required fields are marked *